ଦେଶରେ ୧୧୩ରେ ପହଁଞ୍ଚିଲା କୋରନା ଜନିତ ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ .....
କରୋନାର ନୂଆଁ ଭାରିଆଣ୍ଟ ସାରା ଦେଶରେ ବ୍ୟାପିଛି। ୨୪ ଘଣ୍ଟା ମଧ୍ୟରେ ଚାରି ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଏଥିରେ ମହାରାଷ୍ଟ୍ରର ୨ଜଣ, ଦିଲ୍ଲୀ ଓ କେରଳରେ ଜଣେ ଲେଖାଏଁ ରୋଗୀ ଅଛନ୍ତି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ୨୦୨୫ ମସିହା ଆରମ୍ଭରୁ ଜାନୁଆରୀ ମାସରୁ ଏପର୍ଯ୍ୟନ୍ତ କରୋନା ଯୋଗୁଁ ମୋଟ ୧୧୩ ଜଣଙ୍କର ମୃତ୍ୟୁ ହୋଇଛି। କେରଳରେ ସର୍ବାଧିକ ୩୬ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ତା'ପରେ ମହାରାଷ୍ଟ୍ରରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ମଧ୍ୟ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ କରୋନାର ୬୪୮୩ ସକ୍ରିୟ ମାମଲା ରହିଛି। କେରଳରୁ ସର୍ବାଧିକ ୧୩୮୪ ମାମଲା ରିପୋର୍ଟ ହୋଇଛି। ଗୁଜୁରାଟରେ ୧୧୦୫ ଏବଂ ପଶ୍ଚିମବଙ୍ଗରେ ୭୪୭ ସକ୍ରିୟ ମାମଲା ରହିଛି।
ଉତ୍ତର ପ୍ରଦେଶ ସରକାର କରୋନାର ବର୍ଦ୍ଧିତ ମାମଲା ସମ୍ପର୍କରେ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନେ ସମସ୍ତ ହସ୍ପିଟାଲଗୁଡ଼ିକୁ ଆବଶ୍ୟକୀୟ ଔଷଧ, ପିପିଇ କିଟ୍, ପରୀକ୍ଷା ସୁବିଧା, ଆଇସୋଲେସନ୍ ବେଡ୍, ଅକ୍ସିଜେନ୍ ସିଲିଣ୍ଡର, ଆଇସିୟୁ ଏବଂ ଭେଣ୍ଟିଲେଟର୍ ପ୍ରସ୍ତୁତ ରଖିବାକୁ କହିଛନ୍ତି।

ନାଗାଲ୍ୟାଣ୍ଡରେ କରୋନାର ପ୍ରଥମ ମାମଲା ରିପୋର୍ଟ ହୋଇଛି। ଏହି ମାମଲା ଦିମାପୁରରେ ପଞ୍ଜିକୃତ ହୋଇଛି। ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ରୋଗୀଙ୍କ ମଧ୍ୟରେ ମୃଦୁ ଲକ୍ଷଣ ଅଛି ଏବଂ ସେ ଘରେ ଆଇସୋଲେସନ୍ ଅଛନ୍ତି। କୋଭିଡ୍-୧୯ ଏବଂ ଇନଫ୍ଲୁଏଞ୍ଜାର ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସା କରିବା ସମୟରେ ଜୁନ୍ ୨୦୨୩ରେ ଜାରି ହୋଇଥିବା କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ କରିବାକୁ କେରଳ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ହସ୍ପିଟାଲଗୁଡ଼ିକୁ ନିର୍ଦ୍ଦେଶ ଦେଇଛି।












Click it and Unblock the Notifications