ଶହୀଦଙ୍କ ପାଇଁ ମଶାଲ ଶୋଭାଯାତ୍ରା ବେଳେ ଅଘଟଣ; ନିଆଁ ଲାଗି ୫୦ ଗୁରୁତର

୨୬/୧୧ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ହେଉଥିଲା ମଶାଲ ଶୋଭାଯାତ୍ରା। ଏଥିରେ ହଜାର ହଜାର ଲୋକ ଯୋଗ ଦେଇଥିଲେ। ମାତ୍ର ସାମାନ୍ୟ ଅସାବଧାନତା ହେତୁ ଘଟିଲା ଅଘଟଣ । ଜଳୁଥିବା ମଶାଲରୁ ତେଳ ପଡ଼ିବା ହେତୁ ତାହା ହୁତୁହୁତୁ ହୋଇ ଜଳିଲା ଓ ଆଖି ପିଛୁଳାକେ ନିଆଁ ଚାରିଆଡ଼େ ବ୍ୟାପିଗଲା। ଏପରି ଏକ ଅଘଟଣରେ ପ୍ରାୟ ୫୦ରୁ ଲୋକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି।

torchlight

ଏପରି ଏକ ଅଘଟଣ ମଧ୍ୟପ୍ରଦେଶର ଖଣ୍ଡଗାରେ ଘଟିଛି। ଖଣ୍ଡୱାରର ଘଣ୍ଟାଧର ଛକରେ ଗୁରୁବାର ରାତିରେ ମଶାଲ ଶୋଭାଯାତ୍ରା ବେଳେ ଏପରି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି କାର୍ଯ୍ୟକ୍ରମରେ ହାଇଦ୍ରାବାଦର ଗୌଶାମହାଲ ବିଧାୟକ ଟି ରାଜା ଓ ବିଜେପିର ମହିଳା ନେତ୍ରୀ ନାଜିୟା ଇଲାହୀ ବି ସାମିଲ ହୋଇଥିଲେ।

କାର୍ଯ୍ୟକ୍ରମ ଶେଷ ପୂର୍ବରୁ ରାତି ପ୍ରାୟ ୧୧ଟା ବେଳେ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏଥିରେ ହଜାରେ ମଶାଲ ଜାଳିବାର ବ୍ୟବସ୍ଥା ହୋଇଥିଲା। ଅଧ ଘଣ୍ଟା ପରେ ଘଣ୍ଟାଘର ଛକରେ ଏହି କାର୍ଯ୍ୟ ସମାପନ ବେଳେ ଲୋକେ ଧରିଥିବା ମଶାଲ ରଖିଥିଲେ। ଫଳରେ କିଛି ମଶାଲ ତଳେ ପଡ଼ି ସେଥିରୁ ତେଲ ବାହାରି ଅଚାନକ ନିଆଁ ଲାଗି ଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+