ଜାଣନ୍ତୁ ଭାରତରେ କିଏ ଦେଉଛନ୍ତି ସର୍ବାଧିକ ଟ୍ୟାକ୍ସ, ମହାରାଷ୍ଟ୍ର ହେଉଛି ଦେଶର ସର୍ବାଧିକ ଟିକସ ପ୍ରଦାନକାରୀ ରାଜ୍ୟ
Top Tax Payers In India: ଭାରତରେ ଆପଣଙ୍କୁ ଅନେକ ପ୍ରକାରର ଟିକସ ଦେବାକୁ ପଡିଥାଏ । ଏଥିରେ ଇନକମ ଟ୍ୟାକ୍ସ, ଜିଏସ୍ଟି ଏବଂ କ୍ୟାପିଟାଲ୍ ଲାଭ ଟ୍ୟାକ୍ସ ଇତ୍ୟାଦି ସାମିଲ ଅଛି । ଆମ ସମସ୍ତଙ୍କୁ ଆମର ବେତନ କିମ୍ବା ବ୍ୟବସାୟିକ ଆୟ ଉପରେ ଟିକସ ଦେବାକୁ ପଡିଥାଏ । 2022-23 ଆର୍ଥିକ ବର୍ଷ ପାଇଁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଟିକସଦାତା କମ୍ପାନୀ ତାଲିକାରେ ଶୀର୍ଷରେ ରହିଛି। ଏହି ତାଲିକାରେ ଟାଟା ଗ୍ରୁପ୍, ଟାଟା କନସଲଟାନ୍ସି ସର୍ଭିସେସ୍ ଏବଂ ଟାଟା ଷ୍ଟିଲର ଦୁଇଟି କମ୍ପାନୀ ମଧ୍ୟ ସାମିଲ ଅଛି କିନ୍ତୁ, ଦେଶର ଦ୍ୱିତୀୟ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ କୌଣସି କମ୍ପାନୀ ଶ୍ରେଷ୍ଠ ୧୦ ତାଲିକାରେ ସ୍ଥାନ ପାଇ ନାହାଁନ୍ତି।
ଆୟକର ବିଭାଗର ତଥ୍ୟ ଅନୁଯାୟୀ ମହେନ୍ଦ୍ର ସିଂ ଧୋନି 38 କୋଟି ଟଙ୍କା ଟିକସ ଦେଇ ସର୍ବାଧିକ ଟିକସଦାତା ହୋଇଛନ୍ତି। ତାଙ୍କ ପରେ ବଲିଉଡ ଖିଲାଡି ଅକ୍ଷୟ କୁମାରଙ୍କ ନାଁ ରହିଛି ଯିଏ 29.5 କୋଟି ଟଙ୍କା ଟ୍ୟାକ୍ସ ଦେଉଛନ୍ତି । ଆଉ ରିପୋର୍ଟରେ ଦର୍ଶାଯାଇଛି ଯେ ଜେଫ ବେଜୋସ 2014 ରୁ 2018 ମଧ୍ୟରେ ଆମେରିକା ସରକାରଙ୍କୁ 973 ମିଲିୟନ ଡଲାର ଟ୍ୟାକ୍ସ ଦେଇଛନ୍ତି। ସେ ବିଶ୍ୱ ଟ୍ୟାକ୍ସର ସର୍ବାଧିକ ଟିକସଦାତା ହୋଇପାରିଛନ୍ତି ।
ଲଗାତାର 21 ବର୍ଷ ଧରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାକୁ ଫର୍ଚୁନ୍ ଗ୍ଲୋବାଲ୍ 500 ତାଲିକାରେ ରହିଛି । କମ୍ପାନୀ 20,376 କୋଟି ଟଙ୍କାର ଟ୍ୟାକ୍ସ ଦେଇ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି । ତେଲଠାରୁ ଟେଲିକମ୍ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ କାମ କରୁଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ଆୟ 9,74,864 କୋଟି ଟଙ୍କା । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଦ୍ୱିତୀୟ ସ୍ଥାନରେ ରହିଛି। ଏହି ବ୍ୟାଙ୍କ ସରକାରଙ୍କୁ 16,973 କୋଟି ଟଙ୍କା ଟ୍ୟାକ୍ସ ଦେଇଛି। ଦେଶର ବୃହତ୍ତମ ବ୍ୟାଙ୍କର ଆୟ 3,50,845 କୋଟି ଟଙ୍କା ।
ଏହି ତାଲିକାରେ HDFC ବ୍ୟାଙ୍କ ତୃତୀୟ ସ୍ଥାନରେ ରହିଛି, ଯାହା 15,350 କୋଟି ଟଙ୍କା ଟ୍ୟାକ୍ସ ଦେଇଛି। ଏହା ପରେ ଟାଟା କନସଲଟାନ୍ସି ସର୍ଭିସେସ୍ (TCSରହିଛି । ଏହି ଆଇଟି କମ୍ପାନୀ 14,604 କୋଟି ଟଙ୍କା ଟ୍ୟାକ୍ସ ଦେଇଛି। 11,793 କୋଟି ଟଙ୍କା ଦେଇ ଆଇସିଆଇସିଆଇ ବ୍ୟାଙ୍କ ପଞ୍ଚମ ସ୍ଥାନରେ ରହିଛି।

ସେହିପରି ଏହି ତାଲିକାରେ ONGC ଷଷ୍ଠ ସ୍ଥାନରେ ରହିଛି | ଏହି ସାର୍ବଜନୀନ କ୍ଷେତ୍ର ତୈଳ ମାର୍କେଟିଂ କମ୍ପାନୀ 10,273 କୋଟି ଟଙ୍କା ଟିକସ ଦେଇଛି। ଟାଟା ଷ୍ଟିଲ 10,160 କୋଟି ଟଙ୍କା ଦେଇ ସପ୍ତମ ସ୍ଥାନ ହାସଲ କରିଥିୂବା ବେଳେ ଏହା ପରେ କୋଲ ଇଣ୍ଡିଆ ରହିଛି । ଏହି ସରକାରୀ କମ୍ପାନୀ 9,876 କୋଟି ଟଙ୍କା ଟିକସ ଦେଇଛି। ତାଲିକାରେ ଇନଫୋସିସ୍ 9 ନମ୍ବରରେ ରହିଛି । ଆଇଟି କମ୍ପାନୀ 9,214 କୋଟି ଟଙ୍କା ଟ୍ୟାକ୍ସ ଦେଇଛି। ଶୀର୍ଷ ୧୦ ତାଲିକାରେ ଆକ୍ସିସ୍ ବ୍ୟାଙ୍କ ଶେଷ ସ୍ଥାନରେ ରହିଛି। ଏହି ଘରୋଇ କ୍ଷେତ୍ର ବ୍ୟାଙ୍କ 7,326 କୋଟି ଟଙ୍କା ଟିକସ ଦେଇଛି। ମହାରାଷ୍ଟ୍ର ହେଉଛି ଦେଶର ସର୍ବାଧିକ ଟିକସ ପ୍ରଦାନକାରୀ ରାଜ୍ୟ ।
-
ଇତିହାସ ରଚିଲା ଟିମ୍ ଇଣ୍ଡିଆ, ଫାଇନାଲରେ ୯୬ ରନରେ ଜିତି ଟାଇଟଲ ବଜାୟ ରଖିଲା ଭାରତ -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଇରାନ ଜାହାଜକୁ ନେଇ ମୁହଁ ଖୋଲିଲେ ଜୟଶଙ୍କର ‘ଆମେ ଯାହା କରିଛୁ ଠିକ୍ କରିଛୁ’, -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ












Click it and Unblock the Notifications