୨୦୨୪ରେ ଭାରତର ଏହି ୨ ମନ୍ଦିର ରହିଥିଲା ଚର୍ଚ୍ଚାରେ

Flashback 2024: ଆଉ କିଛି ଦିନ ପରେ ଶେଷ ହେବାକୁ ଯାଉଛି ୨୦୨୪ ବର୍ଷ । ୨୦୨୫ ଆଉ ଏକ ନୂଆ ବର୍ଷକୁ ଅପେକ୍ଷା କରିଛି ସାରା ବିଶ୍ୱ । ତେବେ ୨୦୨୪ରେ ଅନେକ ଘଟଣା ଘଟିଯାଇଛି । ଏଥର ଭାରତର ଅନେକ ମନ୍ଦିରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଚାଲନ୍ତୁ ଜାଣିବା ୨୦୨୪ରେ କେଉଁ ଦୁଇଟି ମନ୍ଦର ଟ୍ରେଣ୍ତରେ ରହିଥିବାଲ ।

ଅଯୋଧ୍ୟା ରାମ ମନ୍ଦିର

ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରର ଉଦଘାଟନ ଜାନୁଆରୀ ୨୨ ରେ ହୋଇଥିଲା । ୫ ଶହ ବର୍ଷର ତ୍ୟାଗ, ଅନେକ ଲୋକଙ୍କ ବଳିଦାନରେ ପଡିଥିଲା ପୂର୍ଣ୍ଣଚ୍ଛେଦ । ଏହା କେବଳ ଏକ ତାରିଖ ନଥିଲା ଏହା ଏକ ଐତିହାସିକ ଦିନ ଥିଲା ଯାହା ପ୍ରତ୍ୟେକ ହିନ୍ଦୁଙ୍କ ପାଇଁ ଏକ ସ୍ମରଣୀୟ ଦିନ ଥିଲା । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଯାତ୍ରା ଅତ୍ୟନ୍ତ କଷ୍ଟ ଥିଲା । କୋର୍ଟରେ ଦୀର୍ଘଦିନ ଯୁଦ୍ଧ ଏବଂ ପରେ ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତି ପରେ ଏହି ମନ୍ଦିର ନିର୍ମାଣ କରାଯିବାର ନିଷ୍ପତ୍ତି ନିଆଯାଇଥିଲା ।

Top 2 temples in India

ଅଯୋଧ୍ୟାରେ ରାମ ମନ୍ଦିରର ନବୀକରଣ ସହିତ ଏକ ନୂତନ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଥିଲା। ବର୍ତ୍ତମାନ ପୁରୁଣା ପ୍ରତିମା ସହିତ ମନ୍ଦିରରେ ୫ ବର୍ଷର ରାମଲଲାଙ୍କର ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନା କରାଯାଇଛି । ରାମଙ୍କ ପ୍ରତିମା Arun Yogiraj ନିର୍ମାଣ କରିଥିଲେ । ଏହାର ମୋଟ ଉଚ୍ଚତା 4.24 ଫୁଟ ହୋଇଥିବାବେଳେ ଓଜନ ୨୦୦ କିଲୋଗ୍ରାମ ରହିଛି । ହାତରେ ଧନୁ ଏବଂ ତୀର ଧରିଥିବାର ମଧ୍ୟ ଦେଖିବା ପାଇଁ ମିଳୁଛି । ଅଯୋଧ୍ୟାରେ ରାମ ମନ୍ଦିରର ଇତିହାସ ହଜାର ବର୍ଷ ପର୍ଯ୍ୟନ୍ତ ରଖିବା ପାଇଁ ମନ୍ଦିର ମଧ୍ୟରେ Time capsule ରଖାଯାଇଛି, ଏଥିରେ ମନ୍ଦିରର ସମ୍ପୂର୍ଣ୍ଣ ବିବରଣୀ ରହିବ, ଯେଉଁଥିରେ ଭବିଷ୍ୟତରେ ଜନ୍ମଭୂମି ଏବଂ ରାମ ମନ୍ଦିରର ଇତିହାସ ଦେଖିବା ପାଇଁ ମିଳିବ ।

ପୌରାଣିକ ମାନ୍ୟତା ଅନୁସାରେ ସତ୍ୟ ଯୁଗରେ ଅଯୋଧ୍ୟାକୁ ବୈବସ୍ୱର ମନୁ ନିର୍ମାଣି କରିଥିଲେ । ସେହିପରି ବାଲ୍ମୀକିଙ୍କ ରାମାୟଣ ଅନୁସାରେ ଏହି ସହରରେ ପ୍ରଭୁ ଶ୍ରୀ ରାମଙ୍କ ଜନ୍ମ ହୋଇଥିଲା । ଦୀର୍ଘ ବର୍ଷ ଧରି ଏଠାରେ ରାମ ରାଜ୍ୟ ଚାଲିଥିଲା ହେଲେ ସମୟ ସହ ଶ୍ରୀରାମ ନିଜେ ଜଶ ସମାଧି ନେଇଥିଲେ । ଯାହା ପରେ ନିଶୂନ ହୋଇ ପଡିଥିଲା ଅଯୋଦ୍ଧା ସହର । କିଛି ବର୍ଷ ପରେ ଉଜୈନର ସମ୍ରାଟ ବିକ୍ରମାଦିତ୍ୱ ଦିନେ ଶିକାର କରିବା ସମୟରେ ଅଯୋଧ୍ୟାରେ ପହଞ୍ଚିଥିଲେ । ଯାହା ପରେ ସେ ଏହି ସହରର ଇତିହାସ ଜାଣିଥିଲେ । ଶ୍ରୀରାମଙ୍କ ଜନ୍ମ ଅଯୋଧ୍ୟାରେ ହେବା କଥା ସେ ଜାଣିବା ପରେ ସେ ଏଠାରେ ଏକ ବିଶାଳ ରାମ ମନ୍ଦିରର ନିର୍ମାଣ ଆରମ୍ଭ କରିଥିଲେ । ଏହି ମନ୍ଦିର କସୌଟି ପଥରର ୮୪ଟି ସ୍ତମ୍ଭ ଥିଲା ।

ଚଳିତ ବର୍ଷ ରାମ ମନ୍ଦିର ପରେ ଆନ୍ଧ୍ରପ୍ରଦେଶର ବିଶ୍ୱ ପ୍ରସିଦ୍ଧ ତିରୁପତି ବାଲାଜୀ ମନ୍ଦିର ମଧ୍ୟ ଏହି ବେଶ ଚର୍ଚ୍ଚାରେ ରହିଥିଲା । ତିରୁପତି ବାଲାଜୀ ମନ୍ଦିର ଦୁନିଆର ସବୁଠାରୁ ଧନୀ ମନ୍ଦିର ଭାବେ ଜଣାସୁଣା । ଏହାର ପ୍ରସାଦମ୍ (ଲଡୁ) ରେ ପଶୁ ଚର୍ବି ଏବଂ ମାଛ ତେଲ ମିଶା ଯାଉଥିବା ନେଇ ଦାବି କରାଯାଇଥିଲା ଯାହା ପରେ ବେଶ୍ ବିବାଦ ସୃଷ୍ଟି ହୋଇଥିଲା ପୂର୍ବ ସରକାରଙ୍କ ଉପରେ ବର୍ଷିଥିଲେ ଚନ୍ଦ୍ର ବାବୁ ନାଇଡୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+