ଦେଶରେ ସାବିତ୍ରୀ ଜିନ୍ଦଲ ହେଲେ ସବୁଠୁ ଧନୀ ମହିଳା

ନୂଆଦିଲ୍ଲୀ: ପୁଣି ମୁକେଶ ଅମ୍ବାନି ହେଲେ ଏସିଆର ଏକ ନମ୍ବର ଧନୀ । ଫୋର୍ବସ୍ ପକ୍ଷରୁ ଜାରି କରାଯାଇଥିବା ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି ୧୧,୬୦୦ କୋଟି ଡଲାର ସମ୍ପତ୍ତି ସହ ଶୀର୍ଷ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଥିବା ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନିଙ୍କ ସମ୍ପତ୍ତି ୮୪୦୦ କୋଟି ଡଲାର ରହିଛି । ଅମ୍ବାନି ହେଉଛନ୍ତି ଏସିଆର ପ୍ରଥମ ବ୍ୟକ୍ତି ଯାହାଙ୍କ ସମ୍ପତ୍ତି ୧୦,୦୦୦ କୋଟି ଡଲାରରୁ ଅଧିକ ରହିଛି । ଫୋର୍ସର ରିପୋର୍ଟ ଅନୁଯାୟୀ ୬୬ ବର୍ଷୀୟ ଅମ୍ବାନୀଙ୍କ ସମ୍ପରି ୧୧୬ ଅରବ ଡଲାର ଗତବର୍ଷ ତାଙ୍କ ସମ୍ପରିର ମୂଲ୍ୟ ୮୩.୪ ଆରବ ଡଲାର ଥିଲା ।

ମୁକେଶ ଅମ୍ବାନୀଙ୍କ ପଛକୁ ଗୌତମ ଆଦାନୀ ବିଶ୍ୱ ଧନୀ ତାଲିକାରେ ୧୭ ନମ୍ବର ସ୍ଥାନରେ ଥିବା ବେଳେ ଭାରତରେ ସେ ଦ୍ୱିତୀୟ ଧନୀ ବ୍ୟକ୍ତି । ତାଙ୍କ ସମ୍ପରି ମୂଲ୍ୟ ୮୪ ଅରବ ଡଲାର । ୨୦୨୩ ମସିହାରେ ଆମେରିକାର ଶଟ ସେଲର ହିଣ୍ଡନବର୍ଗ ରିସର୍ଚ୍ଚ ଜାରି କରିଥିବା ଏକ ରିପୋର୍ଟରେ ଆଦାନୀଙ୍କ ସମ୍ପରି ୨୦୨୨ ସୁଦ୍ଧା ୯୦ ବିଲିୟନ ଡଲାରରୁ ୪୭.୨ ବିଲିୟନ ଡଲାରକୁ ଖସି ଆସିଥିଲା । ତେବେ ଆଦାନୀ ଗ୍ରୁପ୍ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଥିଲେ ।

ଶ୍ରେଷ୍ଠ ୧୦ ଭାରତୀୟ ଧନୀଙ୍କ ମଧ୍ୟରେ ତୃତୀୟରେ ଏଚ୍‌ସିଏଲ୍‌ର ଶିବ ନାଦର (୩୬୯୦ କୋଟି ଡଲାର), ସାବିତ୍ରୀ ଜିନ୍ଦଲ (୩୩୫୦ କୋଟି ଡଲାର), ସନ୍ ଫାର୍ମାର ଦିଲ୍ଲୀପ ସାଂଘଭି (୨୬୭୦ କୋଟି ଡଲାର), ସିରମ୍ ଇନଷ୍ଟିଚ୍ୟୁଟ୍‌ର ସାଇରସ୍ ପୁନାୱାଲା (୨୧୩୦ କୋଟି ଡଲାର), ଡିଏଲ୍‌ଏଫ୍‌ର କୁଶାଲ ପାଲ୍ ସିଂହ (୨୦୯୦ କୋଟି ଡଲାର),

Savitri Jindal

ବିର୍ଲା ଗ୍ରୁପ୍‌ର କୁମାର ମଙ୍ଗଳମ୍ ବିର୍ଲା (୧୯୭୦ କୋଟି ଡଲାର), ଡି-ମାର୍ଟର ରାଧାକୃଷ୍ଣ ଦମାନି (୧୭୬୦ କୋଟି ଡଲାର) ଏବଂ ଆର୍ସେଲର ମିତ୍ତଲର ଲକ୍ଷ୍ମୀ ଏନ୍ ମିତ୍ତଲ (୧୬୪୦ କୋଟି ଡଲାର) ରହିଛନ୍ତି । ଦେଶରେ ମହିଳାମାନଙ୍କ ମଧ୍ୟରେ ସାବିତ୍ରୀ ଜିନ୍ଦଲ ଦେଶର ସବୁଠୁ ବଡ଼ ଧନୀ ହୋଇଛନ୍ତି । ସେ ହେଉଛନ୍ତି ଓପି ଜିନ୍ଦଲ ଗ୍ରୁପ୍‌ର ମୁଖ୍ୟ । ତାଙ୍କ ଦୁଇ ପୁଅ ସଜ୍ଜନ ଜିନ୍ଦଲ ଓ ନବୀନ ଜିନ୍ଦଲ ଇସ୍ପାତ ଶିଳ୍ପରେ ବେଶ ପ୍ରତିଷ୍ଠିତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+