୪ଟନ୍ ବିସ୍ଫୋରକ ଲୁଟ ଘଟଣା; 3 ଦିନ ପରେ ଜଙ୍ଗଲରୁ ଜବତ ହେଲା ବିସ୍ଫୋରକ
ବାଙ୍କୋ ଅଞ୍ଚଳରୁ ମାଏବାଦୀ 4 ଟନ୍ ବିସ୍ଫୋରକ ଲୁଟ ଘଟଣାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ମିଳିଲା ଲୁଟ ହୋଇଥିବା ବିସ୍ଫୋରକ । ଲୁଟ୍ ବିସ୍ଫୋରକରୁ 70% ଅଧିକ ମିଳିଛି । ଝାଡ଼ଖଣ୍ଡ ସୀମାନ୍ତ ସିଂହଭୂମ ତିରିଲପୋଷରୁ ମିଳିଲା ବିସ୍ଫୋରକ । ଏପଟେ ସରଣ୍ଡା ଜଙ୍ଗଲରେ ଏବେ ବି ଚାଲିଛି ଅପରେସନ । ମାଓବାଦୀ-ସୁରକ୍ଷାକର୍ମୀ ମଧ୍ୟରେ ଜାରି ରହିଛି ଗୁଳୁବିନିମୟ । ତେବେ ଏହି ଗୁଳି ବିନିମୟ ପରେ ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । ତେବେ କେତେ ପରିମାଣର ବିସ୍ଫୋରକ ଜବତ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।

ପ୍ରକାଶଥାଉକି, ସୁନ୍ଦରଗଡ଼ ବାଙ୍କୋ ଅଞ୍ଚଳରୁ ଟ୍ରକ ଭର୍ତ୍ତି 4 ଟନ୍ ବିସ୍ଫୋରକକୁ 3 ଦିନ ତଳେ ବନ୍ଧୁକ ମୁନରେ ଲୁଟିନେଇଥିଲେ 40 ଅଧିକ ମାଓବାଦୀ ।












Click it and Unblock the Notifications