ଆସନ୍ତାକାଲି ମେଘାଳୟ ବିଧାନସଭା ନିର୍ବାଚନ
ଆସନ୍ତାକାଲି ମେଘାଳୟ ବିଧାନସଭା ନିର୍ବାଚନ । ସାରା ରାଜ୍ୟର ୯୦୦ରୁ ଅଧିକ ମତଦାନ କେନ୍ଦ୍ରକୁ ଅତିସମ୍ବେଦନଶୀଳ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି ।

Meghalaya Election: ଆସନ୍ତାକାଲି ମେଘାଳୟ ବିଧାନସଭା ନିର୍ବାଚନ । ସାରା ରାଜ୍ୟର ୯୦୦ରୁ ଅଧିକ ମତଦାନ କେନ୍ଦ୍ରକୁ ଅତିସମ୍ବେଦନଶୀଳ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି । ରାଜ୍ୟ ନିର୍ବାଚନ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇ କହିଛନ୍ତି, ଅତୀତରେ ରାଜ୍ୟର ଏହି ୯୦୦ଟି କେନ୍ଦ୍ରରେ ହିଂସା ହୋଇଥିବା ନେଇ ରେକର୍ଡ କରାଯାଇଛି ।
ରାଜ୍ୟ ବିଧାନସଭା ନିର୍ବାଚନକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡା କଡା କରାଯାଇଛି । ମେଘାଳୟରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ୧୧୯ କମ୍ପାନୀ ନିୟୋଜିତ କରାଯାଇଛି । ମେଘାଳୟ ସିଇଓ ଏଫଆର ଖାର୍କୋଙ୍ଗୋରକହିଛନ୍ତି, ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣରେ ରଖିବା ପାଇଁ ଏଠାରେ ୧୧୯ଟି ପାରାମିଲାଟି ଫୋର୍ସ ମୁତୟନ କରାଯିବ । ସୂଚନା ଅନୁସାରେ ମୋଟ୍ ୩୪୮୨ଟି ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି ।












Click it and Unblock the Notifications