ବିହାର ବିଧାନସଭାର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିନ
ବିହାର ବିଧାନସଭାର ଦ୍ଵିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ହେଉଛି ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷଦିବସ । ଗତକାଲି ନାମାଙ୍କନପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ଆସନ୍ତା ମାସ ୧୧ ତାରିଖରେ ରାଜ୍ୟ ବିଧାନସଭାର ମୋଟ୍ ୨୪୩ଟି ଆସନ ମଧ୍ୟରୁ ଏହି ପର୍ଯ୍ୟାୟରେ ୧୨୨ଟି ଲାଗି ମତ ଗ୍ରହଣ କରାଯିବ । ଅବଶିଷ୍ଟ ଆସନ ଲାଗି ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୬ ତାରିଖରେ ଭୋଟ ଗ୍ରହଣ ହେବ ।
ବିହାର ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ସରଗରମ ହୋଇଛି । ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍.ଡି.ଏ. ପକ୍ଷରୁ ବିଭିନ୍ନ ସ୍ଥାନରେ ନିର୍ବାଚନୀ ଗ୍ୟାଲି ମାନ ଆୟୋଜିତ ହୋଇଯାଇଛି । ଜନତା ଦଳ ସଂଯୁକ୍ତର ଜାତୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନିତିଶ କୁମାର ଆଜି ଗୋପାଳଗଞ୍ଜ ଓ ସିଓ୍ୱାନ୍ ଜିଲ୍ଲାର କଟେୟା, ରଘୁନାଥପୁର, ରାହାରିଆ ଆଦି ସ୍ଥାନରେ ଆୟୋଜିତ ଜନସମାବେଶ ଗୁଡ଼ିକରେ ରେ ଉଦ୍ବୋଧନ ଦେଇଛନ୍ତି ।

ଗୋପାଳଗଞ୍ଜ ଠାରେ ଆୟୋଜିତ ଜନସମାବେ ବେଶରେ ଉଦ୍ବୋଧନ ଦେଇ ନୀତିଶ କୁମାର କହିଛନ୍ତି, ଯଦି ଏନ୍.ଡି.ଏ. କ୍ଷମତାକୁ ପୁନର୍ବାର ଆସେ ତେବେ ବିହାରକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାର ସ୍ଵପ୍ନ ସ ସାକାର ହୋଇପାରିବ । ବିଜେପିର ବରିଷ୍ଠ ନେତା ତଥା ରାଜ୍ୟର ଉପମୁଖ୍ୟମା ମନ୍ତ୍ରୀ ସମ୍ରାଟ ଚୌଧୁରୀ ଆଜି ଗୟାଜିଠାରେ ଆୟୋଜିତ ଏକ ଜନସମ ନସମାବେଶରେ ଉଦ୍ବୋଧନ ଦେଇ କହିଛନ୍ତି, ରାଜ୍ୟରେ ଏନ୍.ଡି.ଏ. ପୁନଃ କ୍ଷମତାସୀନ କ୍ଷମ ହେଲେ ଡବଲ ଇଞ୍ଜିନ୍ ସରକାର ଦ୍ବାରା ବିହାରର ବିକାଶ କାର୍ଯ୍ୟ ଅଧିକ ତ୍ବରାନ୍ବିତ ହୋଇପାରିବ । ଲୋକଜନଶକ୍ତି ପାର୍ଟି ରାମବିଳାଶର ସଭାପତି ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶୱାନ୍ ମଧ୍ୟ ଆଜି ଖାଗାରିଆଠାରେ ଏକ ନିର୍ବାଚନୀ ସଭାକୁ ଉଦ୍ବୋଧନ ଦେଇଛନ୍ତି ।
ଅନ୍ୟ ପକ୍ଷରେ ବିହାର ଦାୟିତ୍ଵରେ ଥିବା କଂଗ୍ରେସ ନେତା କ୍ରିଷ୍ଣା ଆଲାଭାରୁ କହିଛନ୍ତି, ରାଜ୍ୟର ବିଭିନ୍ନ ସମସ୍ୟା ତଥା ଏନ୍.ଡି.ଏ. ସରକାରଙ୍କ ବିଫଳତା ସମ୍ପର୍କରେ ତାଙ୍କର ମହାମେଣ୍ଟ ଜନସାଧାରଣଙ୍କୁ ଅବଗତ କରାଇବ ।












Click it and Unblock the Notifications