Get Updates
Get notified of breaking news, exclusive insights, and must-see stories!

କମିପାରେ ଟମାଟୋ ଦର ! ଏହି ୩ ରାଜ୍ୟରୁ ହେବ ଆମଦାନୀ

ଭୁବନେଶ୍ୱର:ବର୍ତ୍ତମାନ ସାରା ଦେଶରେ ଟମାଟୋ ଦରକୁ ନେଇ ଲୋକେ ଚିନ୍ତାରେ । କେବେ ପ୍ରିୟ ପରିବା ଟମାଟୋର ଦର କମିବ ତା ଉପରେ ରହିଛି ସମସ୍ତଙ୍କ ନଜର । ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଖୁବ ଶୀଘ୍ର କମିପାରେ ଟମାଟୋ ଦର । ଆଗକୁ ତିନିଟି ରାଜ୍ୟରୁ ଟମାଟୋ ଆମଦାନୀ ହେବ । ଏନେଇ ବୁଧବାର ଦିନ ରାଷ୍ଟ୍ରୀୟ ସହକାରୀ ବିପଣନ ସଂଘ ଏବଂ ରାଷ୍ଟ୍ରୀୟ ଉପଭୋକ୍ତା ସରକାରୀ ସଂଘକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ।

Tomato prices

ଲୋକଙ୍କୁ ମହଙ୍ଗା ମାଡରୁ ମୁକ୍ତି ଦେବା ପାଇଁ କେନ୍ଦ୍ର ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ସାରା ଦେଶରେ ମୌସୁମୀ ବର୍ଷା ଲାଗି ରହିଥିବାରୁ ପରିବା ଚାଷ ପ୍ରଭାବିତ ହୋଇଛି । ଫଳରେ ଦରଦାମ ବୃଦ୍ଧି ହେଉଛି । ଦିଲ୍ଲୀ ସମେତ ଦେଶର ପ୍ରାୟ ସମସ୍ତ ସହରରେ ଟମାଟୋ କିଲୋ ପ୍ରତି ପ୍ରାୟ 150 ଟଙ୍କା ପାଖାପାଖି ରହିଛି ଏବଂ ଟମାଟୋ ଆବଶ୍ୟକତା ମୁତାବକ ଅମଳ ହେଉ ନାହିଁ । ଫଳରେ ଖୁଚୁରା ଦୋକାନରେ ଟମାଟୋ ଦର ବୃଦ୍ଧି ପାଉଛି ।

ଏପରି ସ୍ଥିତିରେ ରାଷ୍ଟ୍ରୀୟ କୃଷି ସହକାରୀ ବିପଣନ ସଂଘ ଏବଂ ରାଷ୍ଟ୍ରୀୟ ଉପଭୋକ୍ତା ସହକାରୀ ସଂଘ ଚାଷୀଙ୍କଠୁ ଟମାଟୋ କିଣିବାର ନିଷ୍ପତ୍ତି ନିଆଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୧୪ ତାରିଖରୁ ଦିଲ୍ଲୀରେ ସୁଲଭ ଦରରେ ଟମାଟୋ ପାଇପାରିବେ ଗ୍ରାହକ ।

ବର୍ତ୍ତମାନ ଦେଶର ଅଧିକାଂଶ ଅଞ୍ଚଳକୁ ବେଙ୍ଗାଲୁରୁରୁ ଟମାଟୋ ଯୋଗାଇ ଦିଆଯାଉଛି । କିନ୍ତୁ ହିମାଚଳ ପ୍ରଦେଶରୁ ଆସୁଥିବା ଫସଲରୁ ଏହା ସହାୟତା ହେବ ବୋଲି ଆଶା କରାଯାଉଥିଲା । ଏପରି ପରିସ୍ଥିତିରେ, ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହାର ମୂଲ୍ୟ ଆଗାମୀ ଦିନରେ ଆହୁରି ବଢିପାରେ ଏବଂ ସେହି ସମୟରେ ଅନ୍ୟ ପନିପରିବା ଏବଂ ଡାଲି ମଧ୍ୟ ମହଙ୍ଗା ହେବାର ସମ୍ଭାବନା ରହିଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+