୭୦ ଟଙ୍କା ହେଲା ଟମାଟୋ ଦାମ୍:ସବସିଡି ଟମାଟୋ ଦାମ କମ୍ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଟମାଟୋର ମୂଲ୍ୟ ବୃଦ୍ଧି ହେତୁ ଖାଉଟିଙ୍କ ଚିନ୍ତା ବଢିଯାଇଥିଲା । ଏପରିକି ଲୋକେ ବିରକ୍ତ ହୋଇ ଟମାଟୋ ଖାଇବା ମଧ୍ୟ ଛାଡି ଦେଇଥିଲେ । ଲଗାଣା ବର୍ଷା ହେତୁ ଏହାର ମୂଲ୍ୟ ଆକାଶଛୁଆଁ ହୋଇଯାଇଛି । ବର୍ତ୍ତମାନ ସମଗ୍ର ଦେଶରେ ବୃଦ୍ଧି ପାଉଥିବା ଟମାଟୋ ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।
ତେବେ ଗତକିଛି ଦିନ ହେବ ବଜାରରେ ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ୨୫୦ ଟଙ୍କାରେ ବିକ୍ରି ହେଉଥିଲା । ହେଲେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ତରଫରୁ ସାଧାରଣ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ସବସିଡି ଟମାଟୋ ଏଣିକି କିଲୋ ପିଛା ୭୦ ଟଙ୍କାରେ ବିକ୍ରି ହେବ ବୋଲି ସରକାର ଘୋଷଣା କରିଛନ୍ତି । ଆସନ୍ତାକାଲିଠୁ ଅର୍ଥାତ୍ ଜୁସାଇ ୨୦ ତାରିଖରୁ ଏହା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ ।

ଗତ ସନ୍ତାହରେ ଟମାଟୋ ମୂଲ୍ୟ କିଲୋ ପିଛା ୮୦ ଟଙ୍କାରେ ବିକ୍ରି ହେଉଥିଲା । ମହଙ୍ଗା ବଜାରକୁ ନେଇ କେନ୍ଦ୍ର ସରକାର ଅନେକ ସମାଲୋଚିତ ହେବା ପରେ ନିକଟରେ ଗ୍ରାହକ ବ୍ୟାପାର ମନ୍ତ୍ରମାଳୟ ଦର ପ୍ରଥମେ ୮୦ ଟଙ୍କାକୁ ହ୍ରାସ କରାଯାଇଥିଲା ଏବଂ ଆଉ ଏବେ ପୁଣିଥରେ ମୂଲ୍ୟ ହ୍ରାସ କରିଛି ମନ୍ତ୍ରାଳୟ ।
ଦିଲ୍ଲୀ ଏନସିଆରରେ ନୂଆ ମୂଲ୍ୟରେ ଟମାଟୋର ବିକ୍ରି ହେବା ଆରମ୍ଭ ହୋଇଯାଇଛି । ଟମାଟୋ ଖୁଚୁରା ବଜାରରେ କିଲୋଗ୍ରାମ ପିଛା 220 ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବାବେଳେ ସରକାରୀ କେନ୍ଦ୍ରରେ ଏହି ମୂଲ୍ୟ କିଲୋଗ୍ରାମ ପିଛା 70 ଟଙ୍କାରେ ବିକ୍ରି ହେଉଛି । ଟମାଟୋ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଜାତୀୟ ସମବାୟ ଗ୍ରାହକ ଫେଡେରେସନ୍ (ଏନସିସିଏଫ୍) ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରୁ ଟମାଟୋ କିଣିବା ଏବଂ କେତେକ ରାଜ୍ୟରେ ଶସ୍ତା ବିକ୍ରି କରିବା ଆରମ୍ଭ କରିଛି।












Click it and Unblock the Notifications