Get Updates
Get notified of breaking news, exclusive insights, and must-see stories!

କମିଲା ଟମାଟୋ ଦର: ମାତ୍ର ୧୪ ଟଙ୍କା ମିଳୁଛି ଟମାଟୋ; ଜାଣନ୍ତୁ, କେଉଁଠି ?

ନୂଆଦିଲ୍ଲୀ: କମିଲା ଟମାଟୋ ଦର । ଏବେ ଟମାଟୋ କିଲୋ ମାତ୍ର ୧୪ ଟଙ୍କା । ଆଜ୍ଞା ହଁ.. ଆପଣ ଠିକ୍ ଶୁଣିଛନ୍ତି, ଏବେ ମାତ୍ର ୧୪ ଟଙ୍କାରେ ମିଳୁଛି ଟାମାଟୋ । ଆକାଶ ଛୁଆଁ ହୋଇଥିଵା ଟମାଟୋର ଦର ଏଵେ ନିୟନ୍ତ୍ରଣକୁ ଆସିଛି । କିଛିଦିନ ତଳେ ବଜାରରେ ୧୮୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଏବେ ମାତ୍ର ୧୪ ଟଙ୍କାରେ ମିଳୁଛି ।

ମହିଶୁରର ଏପିଏମସିରେ ଟମାଟୋ ମୂଲ୍ୟ ୧୪ ଟଙ୍କାକୁ ଖସିଛି । ଯାହା ଶନିବାର ଦିନ ୨୦ ଟଙ୍କା ଥିଲା । ସେହିପରି ବେଙ୍ଗାଲୁରୁରେ ଟମାଟୋର ଖୁଚୁରା ମୂଲ୍ୟ ରବିବାର କିଲୋଗ୍ରାମ ପ୍ରତି ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଛି ।

Tomato Price

ତେବେ ନେପାଳରୁ ଟମାଟୋ ଆମଦାନୀ ହେତୁ ଟମାଟୋ ଦରରେ ହ୍ରାସ ଘଟିଛି । ତେବେ ଆଗାମୀ ଦିନରେ ଆକଳନ କରାଯାଉଛି ଯେ, ହୋଲସେଲ ବଜାରରେ ମୂଲ୍ୟ କିଲୋଗ୍ରାମ ପ୍ରତି ୧୦ରୁ ୫ ଟଙ୍କା ହ୍ରାସ ହୋଇପାରେ।

ଅନାବଶ୍ୟକ ବର୍ଷା ଓ ଫସଲ ହାନି କାରଣରୁ ଟମାଟୋର ଅମଳ ବାଧା ପ୍ରାପ୍ତ ହୋଇ ଦରଦାମ ବୃଦ୍ଧି ହୋଇଥିଲା । ପରେ ନେପାଳି ଟମାଟୋ ଭାରତୀୟ ବଜାରରେ ଟମାଟୋର ଭାଉ ନିୟନ୍ତ୍ରଣକୁ ଆଣିଥିଲା । ନେପାଳୀ ଟମାଟୋ ଆମଦାନୀ ପରେ ଏବେ ଦକ୍ଷୀଣ ଭାରତରେ ଅମଳ ହେଉଥିବା ଟମାଟୋ ଉତ୍ତର ଭାରତକୁ ରପ୍ତାନୀ ହେଉ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+