ଡରାଉଛି ଟମାଟୋ ଜ୍ବର, 1 ମୃତ, 80ରୁ ଅଧିକ ଆକ୍ରାନ୍ତ
ଏକ ନୂତନ ଭୂତାଣୁ ଆତଙ୍କ ସୃଷ୍ଟି କରିଛି । ପ୍ରଥମେ କେରଳରେ ଏହି ନୂତନ ଭାଇରସ ଦେଖା ଯାଇଛି। କାସାରାଗଡରେ ଜଣେ ଯୁବତୀ କିଛି ଦିନ ହେବ ଜ୍ବରରେ ପୀଡିତ ଥିଲେ, ବୁଧବାର ତାଙ୍କର ମୃତ୍ୟୁ ଘଟିଛି।
କୋଚି: ଦେଶରୁ ହଟିନି କରୋନା ସଙ୍କଟ । ପୁଣି ଏକ ନୂତନ ଭୂତାଣୁ ଆତଙ୍କ ସୃଷ୍ଟି କରିଛି । ପ୍ରଥମେ କେରଳରେ ଏହି ନୂତନ ଭାଇରସ ଦେଖା ଯାଇଛି। କାସାରାଗଡରେ ଜଣେ ଯୁବତୀ କିଛି ଦିନ ହେବ ଜ୍ବରରେ ପୀଡିତ ଥିଲେ, ବୁଧବାର ତାଙ୍କର ମୃତ୍ୟୁ ଘଟିଛି।

ସ୍ଥାନୀୟ ଏକ ରେସ୍ତୋରାଁରୁ ସାୱରମା ଖାଇଲା ପରେ ସେ ସିଗେଲା ନାମକ ବ୍ୟାକ୍ଟେରିଆ ସଂସ୍ପର୍ଷରେ ଆସିଥିବା କୁହାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ କେରଳରେ 80ରୁ ଅଧିକ ଜଣ 'ଟମାଟୋ ଫିବର'ରେ ପୀଡିତ ଅଛନ୍ତି। ତେବେ ଏହି ରୋଗର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହଁ।
କେରଳର କୋଲାମ, ନେଡୁଭାଥୁର, ଅଞ୍ଚଲ ଏବଂ ଆର୍ଯ୍ୟଙ୍କାଭୁ ସହରରେ ଏହି ଜ୍ବରର ସର୍ବାଧିକ ପ୍ରଭାବ ପଡିଛି। ଅଧିକାରୀମାନେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଅଭିଯାନ ଆରମ୍ଭ କରିଛନ୍ତି।
ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଏହି ଜ୍ବର ଅଧିକ ପ୍ରଭାବିତ କରୁଥିବାରୁ କେରଳ ସ୍ୱାସ୍ଥ୍ୟ ବିଭାଗ ସକ୍ରିୟ ଭାବରେ ନଜର ରଖିଛି। ଜନସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ,ରୋଗୀର ଶରୀରରେ ଫୁଲାଗୁଡ଼ିକ ପ୍ରାୟତଃ ଗୋଲାକାର ଏବଂ ଲାଲ ରଙ୍ଗର ହୋଇଥାଏ, ତେଣୁ ସେମାନଙ୍କୁ "ଟମାଟୋ ଫ୍ଲୁ" କିମ୍ବା "ଟମାଟୋ ଜ୍ୱର" ନାମରେ ନାମିତ କରାଯାଏ।
ଲକ୍ଷଣ:
ଏହି ଭୂତାଣୁ ଦ୍ବାରା ଶରୀରରେ ଦାଗ ଦେଖାଯାଏ। ଯାହା ପ୍ରାୟତଃ ଟମାଟୋର ଆକାର, ଚର୍ମରେ ଫଳିଯିବା ସହ କୁଣ୍ଡାଇ ହୁଏ ଏବଂ ଯୁବକଙ୍କର ଜିଭରେ ଜଳୀୟ ଅଂଶ ହ୍ରାସ ପାଏ। ଅଧିକାଂଶ ସମୟରେ ଶରୀରର ବିଭିନ୍ନ ସ୍ଥାନରେ ଫୁଲା ଦେଖାଯାଏ। ଏଥସହ ରୋଗୀ ଶରୀରରେ ହାଇ ଫିବର, ଶରୀରରେ ଗଭୀର ଯନ୍ତ୍ରଣା,ଗଣ୍ଠି ଫୁଲା,ଥକାପଣ ଆଦି ପରିଲକ୍ଷିତ ହୋଇଥାଏ।
ପ୍ରତିରୋଧକ:
* ଲକ୍ଷଣ ଦେଖିବା କ୍ଷଣି ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ ।
* ରୋଗୀର ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ପ୍ରଚୁର ପାଣି ପିଇବାକୁ ପରାମର୍ଶ ଦିଆଯାଇଛି।
* ମୁହଁ ଏବଂ ବେକର ଚର୍ମକୁ ଘଷିବା ଉଚିତ୍ ନୁହେଁ। ସଂକ୍ରମିତଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ।
* ରୋଗୀ ଏବଂ ତାଙ୍କ ଆଖପାଖରେ ଥିବା ଲୋକଙ୍କୁ ସଫା ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୁସ୍ଥ ହେବା ପରେ ମଧ୍ୟ ଯଥେଷ୍ଟ ବିଶ୍ରାମ ନେବାର ନିହାତି ଆବଶ୍ୟକତା ରହିଛି ।












Click it and Unblock the Notifications