ଏହି ସ୍ଥାନରେ ଟମାଟୋ କିଲୋ ୩ ଟଙ୍କା, ନିରାଶ ଚାଷୀ
Tomato Price: ଟମାଟୋର ମୂଲ୍ୟ ଲଗାତାର କମିବାରେ ଲାଗିଛି । ଯେଉଁଥିପାଇ ଏବେ ନିରାଶ ଚାଷୀ । କିଛି ଦିନ ପୂର୍ବରୁ ଟମାଟୋ କିଲୋ ପିଛା 200 ଟଙ୍କାରେ ବିକ୍ରି ହୋଇଥିଲା ହେଲେ ଆଜିକା ତାରିଖରେ ଏହା ମୂଲ୍ୟ 3 ଟଙ୍କାକୁ ଖସି ଆସିଛି । ଟମାଟୋ ମୂଲ୍ୟରେ ବ୍ୟାପକ ହ୍ରାସ ହେତୁ କୃଷକମାନେ ପୁନର୍ବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଆନ୍ଧ୍ରପ୍ରଦେଶର ରାୟଲସିମାର ଅନେକ ଚାଷୀ ନିରାଶ ହୋଇ ରାସ୍ତାରେ ଟମାଟୋ ପକାଉ ଥିବାର ଦେଖିବା ପାଇଁ ମିଳିଥିଲା । ଟମାଟୋ ମୂଲ୍ୟ ଏତେ କମିଯିବାରୁ ଚାଷୀ କ୍ଷେତରେ ଟମାଟୋ ଚାଷ କରିବା ପାଇଁ ଇଛା କରୁ ନାହାଁନ୍ତି । ଟମାଟୋ ଦର ଏତେ କମି ଯାଇଛି ଯେ, ନିକଟସ୍ଥ ହୋଲସେଲ ବଜାରକୁ ନେବା ପାଇଁ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡୁଛି । ଉଚିତ୍ ମୂଲ୍ୟ ମିଳୁ ନାହିଁ । ଦିନେ ଟମାଟୋ ଆମକୁ ଧନୀ କରିପାରିଥିଲା, ହେଲେ ବର୍ତ୍ତମାନ ସମୟ ବଦଳିଛି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ମାସକ ପୂର୍ବରୁ ଟମାଟୋ ମୂଲ୍ୟ ଆକାଶ ଛୁଆଁ ହୋଇଥିଲା । କେତେକ ସ୍ଥାନରେ ଟମାଟୋ ଦର 200 ଟଙ୍କା ଥିବା ବେଳେ କିଛି ସ୍ଥାନରେ ଏହା 300 ଟଙ୍କା ଛୁଇଁଥିଲା । ଯେଉଁଥିପାଇଁ ଅନେକ ଟମାଟୋ ଚାଷୀ ମାଲାମଲ୍ ହୋଇଯାଇଥିଲେ । କିନ୍ତୁ, ଗତ ଏକ ସପ୍ତାହ ମଧ୍ୟରେ, ଚାଷୀ ଭାଗ୍ୟ ବଦଳିଯାଇଛି । ହୋଲସେଲ ବଜାରରେ ମୂଲ୍ୟ 10 ଟଙ୍କାରୁ ତଳକୁ ଖସି ଆସିଥିବାବେଳେ ଖୁଚୁରା ବଜାରରେ ଏହା କିଲୋ ପିଛା 20-30 ଟଙ୍କାରେ ବିକ୍ରି ହେଉଛି।
ଅନନ୍ତପୁର ଜିଲ୍ଲାର ଇପରୁ ଚାଷୀ କହିଛନ୍ତି ଯେ, ଦର ଅତ୍ୟଧିକ କମିବାରୁ ଫସଲ ଅମଳ ହୋଇପାରୁ ନାହିଁ । ଟମାଟୋ ଚାଷରେ ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ଏହା ମୂଳ ଧମ ମଧ୍ୟ ମିଳିପାରୁ ନାହିଁ । ଅନେକ ଚାଷୀଙ୍କୁ ନିଜ ପକେଟରୁ ପରିବହନ ପାଇଁ ଅର୍ଥ ଦେବାକୁ ପଡୁଛି । ସେହିପରି କିଛି ଚାଷୀ ଟମାଟୋ ଚାଷ କରିବାକୁ ପସନ୍ଦ କରୁ ନାହାନ୍ତି ।
ସେପ୍ଟେମ୍ବର 7 ତାରଖରେ ଯେତେବେଳେ ଟମାଟୋ କୋଲ 3 ଟଙ୍କାରେ ବିକ୍ରି ହୋଇଥିଲା । ସେତେବେଳେ ଅନେକ ଚାଷୀ ନିରାଶ ହୋଇ ପଡିଥିଲେ । ଅନନ୍ତପୁର ଗ୍ରାମୀଣ ତଥା କୁର୍ନୁଲର ଅନେକ ଅଞ୍ଚଳରେ ଧୋନ୍ ଜାତୀୟ ରାଜପଥ ନିକଟରେ ରାସ୍ତାରେ ଟମାଟୋ ପିଙ୍ଗି ଦେଇଥିଲେ ଚାଷୀ । ଗୌତମ ବୁଦ୍ଧ କୃଷକ ଉତ୍ପାଦକ ସଂଗଠନର ସଭାପତି ଏମ ସୁରେଶ ବାବୁ କହିଛନ୍ତି ଯେ, ରୟାଲସିମା ଜିଲ୍ଲାର ଅବସ୍ଥା ପ୍ରକୃତରେ ଚିନ୍ତାଜନକ।












Click it and Unblock the Notifications