ବଦଳିଲା ଏହି ନିୟମ, ଯଦି ଆପଣ ଏହି ଭୁଲ କରନ୍ତି ତେବେ ଟୋଲ୍ ପ୍ଲାଜାରେ ଦେବାକୁ ହେବ......
ଏନ୍ଏଚ୍ରେ ଯାତ୍ରା କରୁଥିବା ଚାଳକମାନଙ୍କ ପାଇଁ ଏକ ବଡ଼ ଖବର । ନଭେମ୍ବର ୧୫ ତାରିଖରୁ ଟୋଲ୍ ଟ୍ୟାକ୍ସ ଦେୟ ସହିତ ଜଡ଼ିତ ନିୟମରେ ଏକ ବଡ଼ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସରକାର । ସରକାର ଦାବି କରୁଛନ୍ତି ଯେ, ଏହି ନୂତନ ନିୟମ କେବଳ ରାଜପଥ ଟ୍ରାଫିକକୁ ହ୍ରାସ କରିବ ନାହିଁ ବରଂ ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହିତ କରି ଟୋଲ୍ ସିଷ୍ଟମକୁ ଅଧିକ ସ୍ୱଚ୍ଛ ଏବଂ ଦ୍ରୁତ କରିବ । ଯଦି ନିୟମ ଉଲଙ୍ଘନ କରନ୍ତି, ତେବେ ଆପଣଙ୍କୁ ଟୋଲ୍ ପ୍ଲାଜାରେ ଦୁଇଗୁଣ ଟୋଲ୍ ଦେବାକୁ ପଡ଼ିପାରେ ।

ସଡ଼କ ପରିବହନ ମନ୍ତ୍ରଣାଳୟ ୨୦୦୮ ମସିହାରେ ନିର୍ଦ୍ଧାରିତ ହାଇୱେ ଫି ଢାଞ୍ଚାକୁ ସଂଶୋଧନ କରିଛି । ଏହି ନିୟମ ଅନୁଯାୟୀ, ଯଦି ଜଣେ ଚାଳକ ଫାଷ୍ଟାଗ୍ ଲେନରେ ପ୍ରବେଶ କରନ୍ତି କିନ୍ତୁ ତାଙ୍କର ଫାଷ୍ଟାଗ୍ ସ୍କାନ କରାଯାଇନାହିଁ କିମ୍ବା ତାଙ୍କ ଗାଡ଼ିରେ ଫାଷ୍ଟାଗ୍ ଲଗାଯାଇ ନାହିଁ । ତେବେ ତାଙ୍କୁ ପୂର୍ବ ପରି ଏକ ସ୍ଥିର ଶୁଳ୍କ ନିଆଯିବ ନାହିଁ, କିନ୍ତୁ ଦେୟ ପଦ୍ଧତି ଉପରେ ନିର୍ଭର କରି ଭିନ୍ନ ଭିନ୍ନ ଶୁଳ୍କ ଦେବାକୁ ପଡ଼ିବ ।
ନୂଆ ନିୟମ ଅନୁଯାୟୀ, ଯଦି ଜଣେ ଡ୍ରାଇଭର ତାଙ୍କର ଫାଷ୍ଟାଗ୍ ବିଫଳ ହେବା ପରେ ନଗଦରେ ଦେୟ ଦିଅନ୍ତି, ତେବେ ତାଙ୍କଠାରୁ ସାଧାରଣ ଟୋଲର ଦୁଇଗୁଣ ଆଦାୟ କରାଯିବ । କିନ୍ତୁ, ଯଦି ଡ୍ରାଇଭର ୟୁପିଆଇ କିମ୍ବା ଅନ୍ୟ ଡିଜିଟାଲ୍ ମାଧ୍ୟମରେ ଦେୟ ଦିଅନ୍ତି, ତେବେ ତାଙ୍କଠାରୁ କେବଳ ୧.୨୫ ଗୁଣ ଟୋଲ୍ ଆଦାୟ କରାଯିବ ।
ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଦ୍ୱାରା ଟୋଲ୍ ପ୍ଲାଜାରେ ଲାଗିଥିବା ଲମ୍ବା ଲାଇନ ହ୍ରାସ ପାଇବ ବୋଲି ସରକାର କହିଛନ୍ତି । ଏହା ଯାନବାହାନର ଗତି ବୃଦ୍ଧି କରିବ, ସମୟ ବଞ୍ଚାଇବ, ମାନବୀୟ ତ୍ରୁଟି ହ୍ରାସ ପାଇବ ଏବଂ ଡିଜିଟାଲ୍ ଇଣ୍ଡିଆ ମିଶନକୁ ସୁଦୃଢ଼ ହେବ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications