୧ ଏପ୍ରିଲରୁ ବଦଳିବ ଟୋଲ୍ ଗେଟ୍ ନିୟମ, ଦେବାକକୁ ପଡିବନି ଟଙ୍କା
ନ୍ୟାସନାଲ୍ ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସରକାର ୧ ଏପ୍ରିଲ ୨୦୨୬ ଠାରୁ ଟୋଲ ପ୍ଲାଜାରେ କ୍ୟାଶ୍ ଲେଣଦେଣକୁ ପୂରାପୁରି ବନ୍ଦ କରିବା ପାଇଁ ପ୍ରସ୍ତୁତି ନେଉଛି। ସରକାର ଟୋଲ ଟାକ୍ସ ଆଦାୟ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଡିଜିଟାଲ କରିବାକୁ ଚାହୁଁଛି। ଏହା ଫଳରେ ଆସନ୍ତା ସମୟରେ ଟୋଲ ପେମେଣ୍ଟ ପାଇଁ FASTag ଓ UPI ପରି ଡିଜିଟାଲ ମାଧ୍ୟମରେ ନିର୍ଭର କରିବାକୁ ପଡ଼ିବ।

ବର୍ତ୍ତମାନ ନିୟମ ଅନୁସାରେ, ଯଦି ଗାଡ଼ିରେ ଭାଲିଡ୍ FASTag ନାହିଁ କିମ୍ବା ଏହା କାମ କରୁନାହିଁ, ତେବେ ଦୁଗୁଣା ଟୋଲ ଦେବାକୁ ପଡୁଛି। ସେହିପରି, UPI ଦ୍ୱାରା ପେମେଣ୍ଟ କଲେ ଗାଡ଼ିର କ୍ୟାଟେଗୋରୀ ଅନୁଯାୟୀ ପ୍ରାୟ ୧.୨୫ ଗୁଣା ଟୋଲ ଦେବାକୁ ପଡ଼ୁଛି। ଅଧିକାରୀମାନେ କହିଛନ୍ତି ଯେ, UPI ପେମେଣ୍ଟ ନଭେମ୍ବର ମାସରେ କ୍ୟାଶ୍ ପେମେଣ୍ଟ କମେଇବା ପାଇଁ ଆରମ୍ଭ କରାଯାଇଥିଲା। ଏହା ସମୟରେ ମୋଟ ଟୋଲ କଲେକ୍ସନର ପ୍ରାୟ ୨ ପ୍ରତିଶତ ଥିଲା, ଯାହା ଏବେ ବଢ଼ୁଛି ଏବଂ କ୍ୟାଶ୍ ପେମେଣ୍ଟରେ କମିବା ଦେଖାଯାଉଛି।
ସରକାର ଓଭରଲୋଡିଂ ଜରିମାନାକୁ ମଧ୍ୟ କ୍ୟାଶଲେସ୍ କରିବା ପାଇଁ ଚିନ୍ତା କରୁଛି, କାରଣ ବର୍ତ୍ତମାନ ଏହାର ଅଧିକାଂଶ ପେମେଣ୍ଟ କ୍ୟାଶ୍ରେ ହେଉଛି। ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି ଟୋଲ ପ୍ଲାଜାରେ ଲମ୍ବା ଲାଇନ୍ ଓ ଯାତାୟାତ ଜାମକୁ କମେଇବା। କ୍ୟାଶ୍ ଲେଣଦେଣ ସମୟରେ କ୍ୟାଶ୍ ନେଣଦେଣ ଓ ରସିଦ କାଟିବାରେ ବେଶି ସମୟ ଲାଗେ, ଯାହା ଯାତାୟାତକୁ ପ୍ରଭାବିତ କରେ।
ଟାରିଫକୁ ନେଇ ଝଟକା ଦେଲେ ସୁପ୍ରିମକୋର୍ଟ,...
ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଆସିଲେ ଗାଡ଼ିଗୁଡ଼ିକ ବିନା ରୋକାଯାଇ ହାଇୱେରେ ଚାଲିପାରିବ। ଏହା ଫଳରେ ସମୟ ଓ ଇନ୍ଧନ ଦୁହିଁରେ ସଞ୍ଚୟ ହେବ। ଏକ ଅଧ୍ୟୟନ ଅନୁସାରେ, ଡିଜିଟାଲ ଟୋଲ ପେମେଣ୍ଟ ଦ୍ୱାରା ଦେଶକୁ ପ୍ରତିବର୍ଷ ପ୍ରାୟ ୮୭,୦୦୦ କୋଟି ଟଙ୍କାର ସଞ୍ଚୟ ହେବ। ସରକାର ଆଗାମୀ ଦିନରେ ବ୍ୟାରିଅର-ଫ୍ରି ଟୋଲିଂ ବ୍ୟବସ୍ଥା ଆଣିବାକୁ ମଧ୍ୟ ଯୋଜନା କରୁଛି, ଯାହା ଫଳରେ ଗାଡ଼ି ଚାଲିଥିବା ସମୟରେ ହିଁ ଟୋଲ କଟିଯିବ।












Click it and Unblock the Notifications