Toll Gate: ଇନ୍ସ୍ୟୁରାନ୍ସ ନଥିଲେ ଆଜିଠୁ ଇ-ଚାଲାଣ
ବୀମା ନଥାଇ ଗାଡ଼ି ଚଳାଉଥିଲେ ଆଜି (ଫେବୃଆରୀ ୧)ଠାରୁ ଚାଲାଣ କଟିବ। ମୋଟର ଯାନର ବୀମା ନଥିଲେ ସ୍ୱୟଂକ୍ରିୟ ପ୍ରଣାଳୀରେ ଧରିବ ଟୋଲ୍ଗେଟ୍। ଇ-ଡିଟେକ୍ସନ୍ ପ୍ରକ୍ରିୟାରେ ଗାଡ଼ି ମାଲିକଙ୍କ ନାମରେ ଜାରି ହେବ ଇ-ଚାଲାଣ। ଆସନ୍ତାକାଲି ଠାରୁ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ସମସ୍ତ ୨୨ଟି ଟୋଲ୍ଗେଟ୍ରେ ଏହା କାର୍ଯ୍ୟକାରୀ ହେବ।
ଟୋଲଗେଟ୍ଗୁଡିକରେ ପ୍ରତିଟି ଲେନ୍ରେ ଉଚ୍ଚକ୍ଷମତା ସମ୍ପର୍ଣ୍ଣ କ୍ୟାମେରା ଲାଗିଛି। ସେହି କ୍ୟାମେରା ଗୁଡ଼ିକ ବାହାନ ପୋର୍ଟାଲ୍ ସହିତ ସଂଯୋଗୀକରଣ ହୋଇଥିବାରୁ ଏହା ଦ୍ୱାରା ଉଠାଯାଉଥିବା ପ୍ରତିଟି ଫଟୋ ବାହାନ ପୋର୍ଟାଲ୍ରେ ଷ୍ଟୋର୍ ହୋଇଥାଏ।

ବାହାନ ପୋର୍ଟାଲ୍ର ଇ-ଡିଟେକ୍ସନ୍ ବ୍ୟବସ୍ଥା ଷ୍ଟୋର୍ ହେଉଥିବା ସେହି ଫଟୋରୁ ଗାଡ଼ିର ରେଜିଷ୍ଟେସନ୍ ନମ୍ବରକୁ ଚିହ୍ନଟ କରି ଗାଡ଼ିର ବୈଧ ବୀମା ଅଛି ବା ନାହିଁ ତାହା ଜାଣି ପାରିବ। ଏବଂ ଏହାର କିଛି କ୍ଷଣ ମଧ୍ୟରେ ସ୍ୱୟଂକ୍ରିୟ ପ୍ରଣାଳୀରେ ଗାଡ଼ିର ଚାଲାଣ କଟିବ ବୋଲି ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ କହିଛନ୍ତି।












Click it and Unblock the Notifications