Toll Fee: ବର୍ଷକୁ କେବଳ ୩ ହଜାର: ଜାଣନ୍ତୁ କାହିଁକି ?

ଯଦି ଆପଣ ଜାତୀୟ ରାଜପଥରେ ଯାତ୍ରା କରୁଛନ୍ତି, ତେବେ ଆପଣଙ୍କ ପାଇଁ ବଡ ଖବର। ସରକାର ଖୁବଶୀଘ୍ର ମଧ୍ୟବିତ୍ତ ପରିବାର ଏବଂ ଗାଡ଼ି ମାଲିକମାନଙ୍କୁ ଆଉ ଏକ ଉପହାର ଦେଇପାରନ୍ତି ।

ସରକାର ଏକ ବାର୍ଷିକ ଟୋଲ ପାସ ପ୍ରଚଳନ କରିବାକୁ ଯାଉଛନ୍ତି। ଏହି ପାସ ପାଇଁ ଆପଣଙ୍କୁ କେବଳ ୩ ହଜାର ଟଙ୍କା ଦେବାକୁ ପଡିବ। ତା'ପରେ ଆପଣ ବର୍ଷସାରା କୌଣସି ବିନା ବାଧାରେ ଜାତୀୟ ରାଜପଥରେ ଯାତ୍ରା କରିପାରିବେ।

କେବଳ ଏତିକି ନୁହେଁ, ଆପଣଙ୍କ ପାଖରେ ଲାଇଫଟାଇମ ପାସର ବିକଳ୍ପ ମଧ୍ୟ ରହିବ। ଏଥିପାଇଁ ଆପଣଙ୍କୁ ଏକାଥରକେ ୩୦ ହଜାର ଟଙ୍କା ଦେବାକୁ ପଡିବ ଏବଂ ଆପଣ ୧୫ ବର୍ଷ ପର୍ଯ୍ୟନ୍ତ ଟୋଲ ନଦେଇ ଜାତୀୟ ରାଜପଥରେ ଗାଡ଼ି ଚଲାଇପାରିବେ।

Toll Fee Only 3 thousand per yea

କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଅନୁଯାୟୀ, ଯାତ୍ରୀ ମାତ୍ର ୩,୦୦୦ ଟଙ୍କାରେ ବର୍ଷିକିଆ ଟୋଲ ପାସ ଜରିଆରେ ଯିବା ଆସିବା କରିବାର ସୁବିଧା ମିଳିବ। ସେହିପରି ୧୫ ବର୍ଷ ପାଇଁ ଲାଇଫଟାଇମ ଟୋଲ ପାସ ୩୦,୦୦୦ ଟଙ୍କାରେ ଉପଲବ୍ଧ ହେବ। ଏହି ଯୋଜନା ଲାଗୁ ହେବା ପରେ ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସିଧାସଳଖ ଲାଭ ମିଳିବ । ଆଉ ଟୋଲ ପ୍ଲାଜାରେ ଥିବା ଭିଡ ମଧ୍ୟ କମ ହେବ।

ରିପୋର୍ଟ ମୁତାବକ, ଏହି ପ୍ରସ୍ତାବ ସଡକ ପରିବହନ ମନ୍ତ୍ରଣାଳୟ ନିକଟରେ ଶେଷ ପର୍ଯ୍ୟାୟରେ ରହିଛି । ଏହାକୁ ନେଇ ମନ୍ତ୍ରଣାଳୟ କାର୍‌ ପାଇଁ ପ୍ରତି କିମି ଟୋଲ ଦରରେ ହ୍ରାସ କରିବା ପାଇଁ ବିଚାର କରୁଛି । ଏହାଦ୍ବାରା ହାଇୱେରେ ଯାତାୟତ କରୁଥିବା ଲୋକଙ୍କୁ ଆଶ୍ବସ୍ତି ମିଳିବ। ଏହି ନୂଆ ପାସ ପାଇଁ କୌଣସି ପ୍ରକାରର ନୂଆ କାର୍ଡ କିଣିବାର ଆବଶ୍ୟକତା ନାହିଁ । ଏହା ଫାସଟାଗ ସହିତ ଲିଙ୍କ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+