ଆଜିର ରାଶିଫଳ : ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
କିପରି କଟିବ ଦାମ୍ପତ୍ୟ ଜୀବନ ? ଭବିଷ୍ୟତରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ବିତିବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୁଅନ୍ତୁ, ପଢନ୍ତୁ ଆଜିର ରାଶିଫଳ।
ଆଜି କେମିତି ରହିବ ଆପଣଙ୍କ ଦିନ ? ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ଭବିଷ୍ୟତରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ବିତିବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୁଅନ୍ତୁ, ପଢନ୍ତୁ ଆଜିର ରାଶିଫଳ।

ମେଷ: ଆପଣଙ୍କ ବିନମ୍ର ସ୍ଵଭାବକୁ ପସନ୍ଦ କରା ଯିବ । ନିଜ ଉପରେ ନିଯନ୍ତ୍ରଣ ରଖନ୍ତୁ ,ବିଳାସ ଓ ମନୋରଞ୍ଜନ ଉପରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ । ଆଜି ନିଜ ଘରର ସାଜ-ସଜ୍ଜାରେ ସମୟ କଟେଇ ପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ କିଛି ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ନିଜେ ମାନସିକ ଚାପରେ ଥିବା କାରଣରୁ ଆପଣ ବିନା କାରଣ ନିଜ ଜୀବନ-ସାଥୀ ଉପରେ ବିରକ୍ତ ହୋଇ ପାରନ୍ତି ।
ବୃଷ: କାମରେ ଚାପ ଯୋଗୁଁ ଆଜି ଚିନ୍ତିତ ଅନୁଭବ କରି ପାରନ୍ତି। ଅଧିକ ଧନକୁ ଭୂସମ୍ପତିର ନିବେଶ କରା ଯିବା ଲାଭକାରୀ ରହିବ । ସନ୍ଧ୍ୟା ବେଳେ ସାଙ୍ଗ ସମୟ ବିତିବ । ପ୍ରେମ ଦୃଷ୍ଟିରୁ ଏହା ଉତ୍ତମ ଦିନ । ଆଜି ଆପଣଙ୍କର କେହି ଗୁପ୍ତ ଶତ୍ରୁ ଆପଣଙ୍କୁ ଭୁଲ ପ୍ରମାଣିତ କରିବା ପାଇଁ ଚେଷ୍ଟା କରି ପାରନ୍ତି । ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ଦୋଷକୁ ସୁଧାରିବେ ।
ମିଥୁନ: ନିଜର ଜୀବନ-ସାଥୀ ସହିତ ପାରିବାରିକ ସଂଶୟର ସମାଧାନ କରନ୍ତୁ । ଆଜି ଆପଣ ଆପଣଙ୍କ ଧନ ଧାର୍ମିକ କାର୍ଯ୍ୟରେ ଲଗାଇପାରନ୍ତି । ଏହାଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ । ପିଲାମାନଙ୍କର ସଫଳତା ଯୋଗୁ ଆପଣ ଗର୍ବିତ ଅନୁଭବ କରିବେ । ଆପଣଙ୍କୁ ଆଜି ହିଁ ନିଜ ପ୍ରିୟାକୁ ମନର କଥା ପ୍ରକାଶ କରିବାର ଆବଶ୍ୟକତା ଅଛି,କାରଣ କାଲିକୁ ବହୁତ ଡେରି ହେଇ ପାରେ । ଯଦି ଆପଣ ଅନୁଭବୀ ଲୋକଙ୍କ ସହିତ ସମୟ ବିତାଇବେ, ତାହେଲେ ଆପଣଙ୍କୁ ବହୁତ ଜ୍ଞାନ ମିଳିବ ।
କର୍କଟ: ଗ୍ରହ ମାନଙ୍କ ପ୍ରଭାବରୁ ଆପଣ ସବୁବେଳେ ଚିନ୍ତାଗ୍ରସ୍ତ ରହିବେ । ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ , ନଚେତ ମାନସିକ ଅଶାନ୍ତି ଆପଣଙ୍କୁ କୌଣସି ସିଦ୍ଧାନ୍ତରେ ପହଞ୍ଚିବାକୁ ପ୍ରତିବନ୍ଧକ ସୃଷ୍ଟି କରିପାରେ । ଏହା ଦ୍ୱାରା ଆପଣ ହତୋତ୍ସାହିତ ହୋଇପାରନ୍ତି । ଆପଣ କୌଣସି କାରଣରୁ କାହା ସଙ୍ଗରେ ଯୁକ୍ତିତର୍କ କରି କଳହ କରନ୍ତୁ ନାହିଁ । କାରଣ ଏହା ଆପଣଙ୍କୁ ଉତ୍ତେଜିତ କରି ପରିସ୍ଥିତିକୁ ବିଷାକ୍ତ କରିଦେଇପାରେ । ସତର୍କ ରୁହନ୍ତୁ । ଆଜି ଆପଣଙ୍କର ଅର୍ଥ ହାନି ମଧ୍ୟ ଘଟିପାରେ । ଶାରୀରିକ ଅସୁସ୍ଥତା ଲାଗିରହିପାରେ । ତେଣୁ ନିଜର ଆହାର ପ୍ରତି ଯତ୍ନବାନ ହୁଅନ୍ତୁ ।
ସିଂହ
ଖେଳ ଓ ଘର ବାହାରେ ହେଉଥିବା କାମରେ ଭାଗନେବା ଆପଣଙ୍କ ପାଇଁ ଅତି ଉପକାରୀ ପ୍ରମାଣିତ ହେବ । ଆଜି କୌଣସି ପୁରୁଣା ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗିପାରେ । କିନ୍ତୁ ତାଙ୍କୁ ସାହାଯ୍ୟ କରିବା ଦ୍ୱାରା ଆପଣଙ୍କ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପାରେ । ଆପଣଙ୍କ ରୋଚକ ବ୍ୟକ୍ତିତ୍ୱ ଯୋଗୁଁ ପରିବେଶରେ ଥିବା ଲୋକମାନେ ସକାରାତ୍ମକ ଉର୍ଜାରେ ନିଜକୁ ଭରି ରଖିବେ। ଆଜିର ଦିନ ଆପଣଙ୍କ ପ୍ରେମ ସମ୍ପର୍କରେ ରଙ୍ଗ ଭରିଦେବ କିନ୍ତୁ ରାତିରେ କୋଣସି ପୁରୁଣା କଥାକୁନେଇ ପ୍ରେମିକ/ପ୍ରେମିକାଙ୍କ ସହିତ ଯୁକ୍ତି ତର୍କ ସହିତ ମନୋମାଳିନ୍ୟ ହୋଇପାରେ ।
କନ୍ୟା: ଆପଣଙ୍କର ଆଜି ହେଉଛି ଏକ ବଢିଆ ଦିନ । ଏହା ବ୍ୟବସାୟ ଏବଂ ଚାକିରି କ୍ଷେତ୍ରରେ ହୋଇପାରେ । ରାଶିମାନେ ,ଆପଣମାନଙ୍କ ପାଇଁ ଚର୍ତୁଦିଗରୁ ସଫଳତାର ବର୍ଷା ହେବ । ଯାହା ଆପଣ ଚାହୁଁଛନ୍ତି ତାହା ପାଇପାରିବେ । ନୂତନ ବ୍ୟବସାୟ ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ବୃତ୍ତିଗତ ସଫଳତା, ଆୟ ବୃଦ୍ଧି ଏବଂ ପଦନ୍ନୋତି ଭାବେ ଆପଣଙ୍କ ପାଖକୁ ଆସିପାରେ । ସମସ୍ତ ଜିନିଷ ପାଇଁ ଉତ୍କୃଷ୍ଟ ହେଉଛି ସର୍ବେସର୍ବା । ବ୍ୟକ୍ତିଗତ ଭାବେ ଆପଣ ନିଜ ବାପାଙ୍କଠାରୁ ଲାଭବାନ ହେବେ । ଘରେ ଖୁସୀ ଏବଂ ଶାନ୍ତି ପୁର୍ବକ ଆପଣଙ୍କ ଦିନ ସମାପ୍ତ ହେବ ।
ତୁଳା: ଆଜି ଆପଣ ସମସ୍ତ ଯୋଜନାକୁ ଏକତ୍ରିତ କରି କାର୍ଯ୍ୟର ଶୁଭାରମ୍ଭ କରିବା ଆପଣଙ୍କ ପାଇଁ ଦିନଟି ଶୁଭଙ୍କର ଅଟେ । ନିଜର ବୃତିଗତ ଜୀବନରେ ଆପଣ ନିଜର ସହକର୍ମୀ ତଥା ବରିଷ୍ଠ ସଦସ୍ୟଙ୍କ ଠାରୁ ସହଯୋଗ ଓ ପ୍ରେରଣା ପାଇ ନିଜ କାର୍ଯ୍ୟଟିକୁ ସୂଚାରୁରୁପେ ସମ୍ପନ୍ନ କରିବାରେ ସକ୍ଷମ ହେବେ । ବ୍ୟବସାୟୀଙ୍କ ନିମନ୍ତେ ଲାଭର ପରିମାଣ ବୃଦ୍ଧି ପାଇପାରେ । ସୁଷମ ଖାଦ୍ୟ ଖାଆନ୍ତୁ , ନଚେତ ଶାରୀରିକ ଅସୁସ୍ଥତା ଭୋଗିପାରନ୍ତି । ଆପଣ କାହା ସଙ୍ଗରେ ଅଯଥା ଯୁକ୍ତିତର୍କ କରି ଉତ୍ତେଜିତ ହୁଅନ୍ତୁ ନାହିଁ । ତୀର୍ଥଯାତ୍ରା କରିପାରନ୍ତି ।
ବିଛା: କୌଣସି ନୂତନ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ । ଖର୍ଚ୍ଚର ପରିମାଣକୁ କମାଇବାକୁ ଚେଷ୍ଟା କରନ୍ତୁ । ବିଳାସପୂର୍ଣ୍ଣ ଖାଦ୍ୟ ଖାଇ ବିଳାସରେ ଅତ୍ୟାଧିକ ଖର୍ଚ୍ଚ କଲେ ଅତିଶୀଘ୍ର ଆପଣଙ୍କ ଅର୍ଥର ଭଣ୍ଡାର ଶୂନ୍ୟ ହୋଇଯିବ । ବେଆଇନ ଓ ଅନୈତିକ କାର୍ଯ୍ୟକଳାପରୁ ନିଜକୁ ଦୂରେଇ ରଖନ୍ତୁ , ନଚେତ୍ କୋଟକୁ ଯାଇପାରନ୍ତି । ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁତା ସ୍ଥାପନ କରନ୍ତୁ ନାହିଁ କିମ୍ୱା ନିଜେ ଧୀର ସ୍ଥିର ଚିତ୍ତରେ ଭାବିଚିନ୍ତି ଲୋକଙ୍କ ସହ ବନ୍ଧୁତ୍ୱ କରିପାରନ୍ତି । ଯୋଗ ଓ ଧ୍ୟାନ କରିବା ଦ୍ୱାରା ଆପଣଙ୍କର ମାନସିକ ଶାନ୍ତି ଅବ୍ୟାହତ ରହିପାରେ ।
ଧନୁ: ଆଜି ଦିନଟି ଶୁଭଫଳ ପ୍ରଦାୟକ ଅଟେ । ଦିନଟିକୁ ଆମୋଦ ପ୍ରମୋଦରେ କଟାଇବେ । ସାମାଜିକ ଉତ୍ସବରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସଂସ୍କୃତି ସମ୍ପନ୍ନ ଲୋକଙ୍କ ସାଙ୍ଗରେ ସାକ୍ଷାତ ହୋଇପାରେ । ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କ ସହ ସୁଖ ପର୍ଯ୍ୟଟନରେ ଯିବାର ଯୋଜନା କରିପାରନ୍ତି ଏବଂ ଏହା ଏକ ଶୁଭଚିନ୍ତା । ଆପଣଙ୍କର ଭାଗ୍ୟ ଆଜି ଆପଣଙ୍କ ସୃଜନଶୀଳତାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇପାରେ । ଆଜି ଆପଣ ସମ୍ମାନିତ ହେବେ ।
ମକର: ଆପଣଙ୍କ ଦିନ ଆଜି ପାଇଁ ସୁନ୍ଦର ଛବି ସଦୃଶ ହେବ । ବ୍ୟବସାୟୀ, ପେଶାଦାର, ଗୃହିଣୀ ଏବଂ ଛାତ୍ରମାନେ ଆରାମଦାୟକ ଏବଂ ସହଜ ଜୀବନ ବିତାଇବେ । ଆପଣଙ୍କ ବିରୋଧୀ ପରାସ୍ତ ସ୍ୱୀକାର କରିବେ । ସ୍ୱାସ୍ଥ୍ୟ ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ ନାହିଁ ।
କୁମ୍ଭ: ନୂଆ ପ୍ରକଳ୍ପରେ କାମ କରିବା ଏବଂ ଭ୍ରମଣ କରିବା ଏଡାନ୍ତୁ ଯେହେତୁ ଆପଣ ଦିନସାରା ହତାସ ଏବଂ ବ୍ୟାକୁଳ ରହିପାରନ୍ତି । ସବୁଠାରୁ ଉତ୍ତମ ହେଉଛି ଆପଣଙ୍କୁ ଉଷୁକାଉଥିବା ବ୍ୟକ୍ତିଙ୍କ ପ୍ରକୃତ ଉଦ୍ଦେଶ୍ୟ ଜାଣିବା ପାଇଁ ଚେଷ୍ଟା କରନ୍ତୁ । ଆଜି, ଆପଣଙ୍କ ପାଇଁ ସବୁଠାରୁ ଭଲ ଜିନିଷ ହେଉଛି ଆପଣ ନିଜର ସୃଜନଶୀଳ ଗୁଣ ବ୍ୟବହାର କରି ଏକ ସୁନ୍ଦର କଳା ପ୍ରସ୍ତୁତ କରିବେ
ମୀନ: ପ୍ରକୃତରେ, ପ୍ରତ୍ୟେକ କ୍ଷେତ୍ରରେ ଆପଣ ସମ୍ମୁଖୀନ ହେଉଥିବା ଅସୁବିଧା କମ୍ ହେବାର ଦେଖାଯାଉନାହିଁ । ଫଳରେ ଆପଣଙ୍କ ମନୋବଳ ଦିନସାରା କମ୍ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ସମ୍ପତ୍ତି ଉନ୍ମୟ କ୍ଷତିଗ୍ରସ୍ତ ହୋଇପାରେ । ତେଣୁ ଅନ୍ୟନ୍ତ ଶାନ୍ତ ଏବଂ ନିରବରେ ଏହି ଦିନ କାଟିବା ପାଇଁ ଚେଷ୍ଟା କରନ୍ତୁ । ଆପଣ ନିଜ କଥାବାର୍ତ୍ତାରେ ନିତନ୍ତ୍ରଣ ରଖିବା ଉଚିତ, ବିଶେଷ ଭାବରେ ଯେତେବେଳେ ମହିଳା ମାନଙ୍କ ସହିତ ମିଳାମିଶା କରୁଛନ୍ତି ସେମାନଙ୍କ ପ୍ରତି ବିରକ୍ତିଭାବ କିମ୍ବା ପ୍ରତିଶୋଧ ପରାୟଣ ହେଲେ ଆପଣ ଅସୁବିଧାରେ ପଡିପାରନ୍ତି ।












Click it and Unblock the Notifications