ଆଜି ସବୁ ଚର୍ଚ୍ଚାରେ ପଡ଼ିବ ପୂର୍ଣ୍ଣଛେଦ ; ଆଜି ବସିବ ଏନଡିଏର ବିଧାୟକ ଦଳ ବୈଠକ, ଜଣାପଡ଼ିବ କିଏ ହେବ ମୁଖ୍ୟମନ୍ତ୍ରୀ?

କିଏ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ । ଶିବସେନା ସିନ୍ଦେ ଗୋଷ୍ଠୀ ମୁଖ୍ୟ ଏକନାଥ ସିନ୍ଦେ ନା ବିଜେପି ନେତା ଦେବେନ୍ଦ୍ର ଫଡନାବିସ୍ । ବିଧାନସଭା ନିର୍ବାଚନରେ ବିଜେପି ୧୩୨ ଆସନରେ ଜିତି ବଡ଼ ଦଳ ଭାବେ ଉଭା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ରେସ୍‌ରେ ଦେବେନ୍ଦ୍ର ଫଡନାବିସ୍ ଆଗରେ ରହିଛନ୍ତି । ଏପଟେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୬ ତାରିଖରେ ଶେଷ ହେଉଛି । ତେଣୁ ହାତରେ ଆଉ ମାତ୍ର ଗୋଟିଏ ଦିନ ଥିବାରୁ ଯଥାଶୀଘ୍ର ସରକାର ଗଠନ ନେଇ ପ୍ରସ୍ତୁତ ହେଉଛି ମେଣ୍ଟ । ସୋମବାର ଅର୍ଥାତ୍ ଆଜି ନେତା ଚୟନ ନେଇ ମହାୟୁତିରେ ବିଧାୟକ ଦଳ ବୈଠକ ବସିବପାରେ । ଏହା ପୂର୍ବରୁ ତିନି ଦଳର ପ୍ରମୁଖ ନେତା ଦେବେନ୍ଦ୍ର ଫଡନାବିସ୍, ଏକନାଥ ସିନ୍ଦେ, ଅଜିତ୍ ପାଓ୍ବାର ଦିଲ୍ଲୀ ଗସ୍ତ କରିଛନ୍ତି । ବିଜେପି ହାଇକମାଣ୍ଡଙ୍କ ସହ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ ।

Maharashtra Assembly Election 2024

ମହାରାଷ୍ଟ୍ରରେ ପୁରୁଣା ଫର୍ମୁଲାରେ ସରକାର ଚାଲିବ ବୋଲି କୁହାଯାଉଛି । ମହାୟୁତିରେ ଜଣେ ମୁଖ୍ୟମନ୍ତ୍ରୀ ଏବଂ ୨ ଜଣ ଉପ-ମୁଖ୍ୟମନ୍ତ୍ରୀ ରହିବେ । ଏହା ଉପରେ ଆଜିର ବୈଠକରେ ମୋହର ବାଜିବ ବୋଲି କୁହାଯାଉଛି । ମହାୟୁତି ମେଣ୍ଟରେ ପ୍ରତି ୬-୭ ବିଧାୟକରେ ଜଣିଏ ଲେଖାଏଁ ମନ୍ତ୍ରୀ ହେବା ଫର୍ମୁଲା ଚୂଡ଼ାନ୍ତ ହୋଇଛି । ସେହି ହିସାବରେ ବିଜେପିରୁ ୨୨ରୁ ୨୪, ସିନ୍ଦେ ଗୋଷ୍ଠୀରୁ ୧୦ରୁ ୧୨ ଏବଂ ଅଜିତ୍ ଗୋଷ୍ଠୀରୁ ୮-୧୦ ମନ୍ତ୍ରୀ ହୋଇପାରନ୍ତି । ମୁଖ୍ୟମନ୍ତ୍ରୀ ଘୋଷଣା ପରେ ଶପତ ଗ୍ରହଣ ସମାରୋହ ହେବ । ସେପଟେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ୫୦-୫୦ ଫର୍ମୁଲା ଦାବି କରିଛି ସିନ୍ଦେ ଶିବ ସେନା ଗୋଷ୍ଠୀ । ଏହି ଫର୍ମୁଲା ଅନୁଯାୟୀ, ଅଢ଼େଇ ବର୍ଷ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦରେ ରହିବେ । ଦିଲ୍ଲୀରେ ବିଜେପି ହାଇକମାଣ୍ଡଙ୍କ ବୈଠକ ବେଳେ ଏକନାଥ ସିନ୍ଦେ ଏହି ଫର୍ମୁଲା ଉପରେ ଜୋର ଦେଇ ପାରନ୍ତି ।

ମହାରାଷ୍ଟ୍ରରେ ମହୟୁତିକୁ ୨୮୮ ବିଧାନସଭା ଆସନରୁ ୨୩୩ ସିଟ୍ ମିଳିଛି । ଏଥିରୁ ୧୩୨ ଆସନରେ ବିଜେପି ବିଜୟ ଲାଭ କରିଛନ୍ତି । ତେଣୁ ବିଜେପି ଅଧିକ ଆସନ ଜିତିଥିବାରୁ ବଡ଼ ଦଳ ଭାବେ ଦେବେନ୍ଦ୍ର ଫଡନାବିସ୍ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ଅଧିକ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+