ବିରୋଧୀ ଶୂନ୍ୟ ହେବ ସଂସଦ, ଆଜି ବି ଦୁଇ ସାଂସଦ ଲୋକ ସଭାରୁ ନିଲମ୍ବିତ ?
ନୂଆଦିଲ୍ଲୀ : ଆଜି ବି ଦୁଇ ସାଂସଦ ନିଲମ୍ବିତ । ନିଜର ଆଚାର ଓ ଉଚ୍ଚାରଣ ପାଇଁ ଲଗାତାର ଭାବରେ ଗୃହରୁ ନିଲମ୍ବିତ ହୋଇଛନ୍ତି ବିରୋଧୀ ସାଂସଦ । ଆଜି ଲୋକସଭାରୁ ନିଲମ୍ବନ ହେଲେ ଆଉ ଦୁଇ ବିରୋଧୀ ସାଂସଦ । ଲୋଭସଭା ବାଚସ୍ପତି ଓମ୍ ବିର୍ଲା ଆଜି ଆଉ ଦୁଇ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି । ଏହାକୁ ମିଶାଇ ଚଳିତ ଶୀତ ଅଧିବେଶନରେ ଉଭୟ ଗୃହରୁ ନିଲମ୍ବିତ ହୋଇଥିବା ସାଂସଦଙ୍କ ସଂଖ୍ୟା ୧୪୩ରେ ପହଞ୍ଚିଛି ।

ଗୃହରେ ବିଶୃଙ୍ଖଳା ସୃଷ୍ଟି କରିବା ଓ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ପଶି ଆସିବା ଅଭିଯୋଗରେ କେରଳ କଂଗ୍ରେସ ସାଂସଦ ଥମସ ଚାଝିକାଦନ ଓ ସିପିଏମ୍ ସାଂସଦ ଏଏମ୍ ଆରିଫଙ୍କୁ ନିଲମ୍ବିତ କରାଯାଇଛି। ଅପରାଧିକ ଆଇନ ସହ ଜଡିତ ତିନୋଟି ବିଲ୍ ଉପରେ ଆଲୋଚନା ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲଦ ଯୋଶୀ ଦୁଇଜଣ ବିରୋଧୀ ସଦସ୍ୟ ସି ଥୋମାସ୍ ଏବଂ ଏମ୍ ଆରିଫଙ୍କ ବିରୋଧରେ ଅବମାନନା ଅଭିଯୋଗ ଆଣିଥିଲେ। ସଂସଦର ବର୍ତ୍ତମାନର ଅଧିବେଶନର ଅବଶିଷ୍ଟ ସମୟ ପାଇଁ ଉଭୟଙ୍କୁ ନିଲମ୍ବିତ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ଏହାପରେ ଭଏସ୍ ଭୋଟ୍ ଦ୍ୱାରା ଗୃହରେ ତାଙ୍କ ପ୍ରସ୍ତାବ ପାରିତ ହୋଇଥିଲା












Click it and Unblock the Notifications