ଆଜି ପ୍ରଧାନମନ୍ତ୍ରୀ ଆସନ୍ତାକାଲି ରାଷ୍ଟ୍ରପତିଙ୍କୁ ଭେଟିବେ ବିଶ୍ୱବିଜୟୀ ମହିଳା କ୍ରିକେଟ୍ ଟିମ

ଆଜି ବିଶ୍ୱବିଜୟୀ ମହିଳା କ୍ରିକେଟ୍ ଟିମକୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଥମଥର ମହିଳା ଦିନିକିଆ ବିଶ୍ୱକପ୍‌ ଜିତି ଇତିହାସ ରଚିଛି ଭାରତ । ରବିବାର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌ରେ ପରାସ୍ତକରି ଭାରତୀୟ ମହିଳା ଦଳ ପ୍ରଥମଥର ବିଶ୍ବ ଚାମ୍ପିଅନ୍‌ ହୋଇଛି । ହରମନପ୍ରୀତ କୌରଙ୍କ ନେତୃତ୍ବାଧୀନ ବିଶ୍ବ ବିଜୟିନୀ ଭାରତୀୟ ଖେଳାଳିଙ୍କୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରିଥିଲେ।

modi

ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିସିସିଆଇକୁ ଔପଚାରିକ ନିମନ୍ତ୍ରଣ ପତ୍ର ପଠାଯାଇଛି । ଆଜି ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଚାମ୍ପିଅନ୍ ଭାରତୀୟ ମହିଳା ଖେଳାଳିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ । ରବିବାର ମଧ୍ୟରାତ୍ରରେ ନବି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ବିଶ୍ବକପ୍‌ ଜିତିବା ପରେ ଏକ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ବିଜୟ ପାଇଁ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+