ଆଜି ଦିଲ୍ଲୀର ରାମଲୀଲା ମଇଦାନରେ କୃଷକଙ୍କ 'ମହାପଞ୍ଚାୟତ', ସୁରକ୍ଷା ବ୍ୟବସ୍ଥା କଡାକଡି

ପୁଣି ଏକାଠି ହେବେ ଆଜି ଚାଷୀ । ରାମଲୀଲା ମୈଦାନରେ ଆଜି ବସିବ କିସାନ ମହାପଞ୍ଚାୟତ ସଭା, ସକାଳ ୧୧ ଟାରୁ ଦିନ ୨ଟା ଯାଏ ଚାଲିବ ସମାବେଶ । କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ କରିବେ ଚାଷୀ ସଂଗଠନ । ଏହାର ପୂର୍ବରୁ ନୂଆଦିଲ୍ଲୀରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ହଜାର ହଜାର ଚାଷୀ ଏକାଠି ହୋଇଥିବା ଦେଖିବାକୁ ମିଳିଛି ।

Farmers Movement

ଦୀର୍ଘ ଦିନ ହେବ ଏମସପି ବୃଦ୍ଧି ସାଙ୍ଗକୁ ଅନ୍ୟାନ୍ୟ ଦାବି ନେଇ ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଉଛି । ଆଜିର କିସାନ ମହାପଞ୍ଚାୟତ ଜରିଆରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ଲକ୍ଷ୍ୟ ରଖି ସଂଯୁକ୍ତ କିସାନ ମୋର୍ଚ୍ଚା । ତେବେ କିସାନ ମହାପଞ୍ଚାୟତ ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ଅନୁମତି ଦିଆଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

କିସାନ ମହାପଞ୍ଚାୟତକୁ ଟ୍ରାକ୍ଟର ରାଲି ନୁହେଁ ବସ ଏବଂ ଟ୍ରେନ ମାଧ୍ୟମରେ ଆସିବାକୁ ଚାଷୀ ମାନଙ୍କୁ ପରାର୍ମଶ ଦେଇଛି ଦିଲ୍ଲୀ ପୋଲିସ । ଗୋଟିଏ ପଟେ ଚାଷୀ ସଂଗଠନର କିସାନ ମହାପଞ୍ଚାୟତ ଏବଂ ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ କାରଣରୁ ରାଜଧାନୀ ଦିଲ୍ଲୀରେ ଆଜି ଟ୍ରାଫିକ ସ୍ଥିତି ଜାମ ହେବା ନେଇ ଆଶଙ୍କା ଦେଖାଦେଇଛି । ଦିଲ୍ଲୀ ସୀମାବର୍ତୀ ଅଞ୍ଚଳ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଗାଡ଼ି ଚାଳକମାନଙ୍କ ପାଇଁ ମାର୍ଗଦର୍ଶିକା ଜାରୀ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+