ଆଜି ମାନହାନି ମାମଲାରେ ବେଙ୍ଗାଲୁରୁ କୋର୍ଟରେ ହାଜର ହେବେ ରାହୁଲ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ମାନହାନି ମାମଲାରେ ଶୁକ୍ରବାର ବେଙ୍ଗାଲୁରୁର ସ୍ବତନ୍ତ୍ର ଅଦାଲତରେ ହାଜର ହେବେ। ତାଙ୍କ ନାମରେ ଏକ ଖବରକାଗଜରେ ଅପମାନଜନକ ବିଜ୍ଞାପନ ଦେବା ନେଇ କର୍ନାଟକ ଭାଜପା ପକ୍ଷରୁ ମାମଲା ଦାୟର କରାଯାଇଥିଲା। ଗତ ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ଦିଆଯାଇଥିବା ବିଜ୍ଞାପନରେ ରାଜ୍ୟର ତତ୍କାଳୀନ ଭାଜପା ସରକାରଙ୍କ ଉପରେ ୨୦୧୯-୨୦୨୩ ମଧ୍ୟରେ ଭ୍ରଷ୍ଟାଚାରରେ ବୁଡ଼ି ରହିଥିବା ଅଭିଯୋଗ କରାଯାଇଥିଲା।

rahul gandhi

ରାଜ୍ୟ କଂଗ୍ରେସ ଏନେଇ ସୂଚନା ଦେଇ କହିଛି ଯେ, ରାହୁଲ ଶୁକ୍ରବାର ସାଢେ ୧୦ଟାରେ ସିଟି ସିଭିଲ୍‌ କୋର୍ଟରେ ଉପସ୍ଥିତ ହେବେ। ଏହାପରେ ସେ କ୍ୱିସ ରୋଡ୍‌ରେ ଭାରତ ଯୋଡୋ ଭବନରେ ରାଜ୍ୟ କଂଗ୍ରେସର ନବନିର୍ବାଚିତ ଏମ୍‌ପି ଏବଂ ପରାଜିତ ପ୍ରାର୍ଥୀଙ୍କ ସହ ଆଲୋଚନା କରିବେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପ ମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର ଉପସ୍ଥିତ ଥିଲେ। ମାନହାନି ମାମଲାରେ ଜୁନ ୧ରେ କୋର୍ଟ ସିଦ୍ଧରମୈୟା ଏବଂ ଶିବକୁମାରଙ୍କୁ ଜାମିନ ମିଳିଛି। ଏହାକୁ ନେଇ କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର କହିଥିଲେ ଯେ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ମାମଲା। ଏଥିରେ କୌଣସି ଦମ୍‌ ନାହିଁ।

ବିଚାରପତି କେ ଏନ୍‌ ଶିବକୁମାର ରାହୁଲଙ୍କୁ ଜୁନ ୭ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଆଦେଶ ଦେଇଥିଲେ। ଗତ ସପ୍ତାହରେ ମାମଲାର ଶୁଣାଣି ପରେ ରାହୁଲ ଏହାକୁ କୋହଳ କରିବାକୁ ଆବେଦନ କରିଥିଲେ। ହେଲେ ବାରମ୍ବାର ଏଭଳି ଅନୁମତି ନ ଦେବାକୁ ପ୍ରତିପକ୍ଷ ଓକିଲ ଦାବି କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+