Get Updates
Get notified of breaking news, exclusive insights, and must-see stories!

ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୪ଟା ୩୦ରେ ଦୁଇ ନେତାଙ୍କ ମଧ୍ୟରେ ଭେଟଘାଟ ହେବା ନେଇ ରହିଛି ସୂଚନା । ପ୍ରଧାନମନ୍ତ୍ରୀଙ୍କ ନିକଟରେ ସ୍ୱାର୍ଥ ସମ୍ବଳିତ ଦାବି ଦୋହରାଇବେ ନବୀନ । ଦିଲ୍ଲୀରେ ପହଞ୍ଚିବା ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ସବୁ ଦାବି ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ରଖିବେ ସେନେଇ କୌଣସି ସୂଚନା ମୁଖ୍ୟମନ୍ତ୍ରୀ ଦେଇନାହାଁନ୍ତି ।ହେଲେ କେନ୍ଦ୍ର ନିକଟରେ ପଡ଼ି ରହିଥିବା ବିଭିନ୍ନ ପ୍ରସ୍ତାବ ବିଷୟରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 prime minister

ସୂଚନା ଅନୁସାରେ, ୪ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ଭେଟିବା ସହ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା ମଧ୍ୟ କରିବେ । ସେହିପରି ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର ମଧ୍ୟ ରହିଛି କାର୍ଯ୍ୟକ୍ରମ । ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରୁ ଓଡ଼ିଶା ଫେରିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+