ଜୁଲାଇ ୧୨ ତାରିଖରେ ଅନନ୍ତ ଅମ୍ବାନୀଙ୍କ ବିବାହ, ଆଜି ହେବ ସାମୁହିକ ବିବାହ
Anant Radhika Wedding: ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କ ବିବାହ ତାରିଖ ପାଖେଇ ଆସୁଛି । ଉଭୟଙ୍କ ବିବାହ 12 ଜୁଲାଇ 2024 ରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଉଭୟଙ୍କର ପ୍ରି-ୱେଣ୍ତିଂକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ତେବେ ଆଜି ଜୁଲାଇ 2 ତାରିଖ ଅପରାହ୍ନ 4 ଟାରେ, ଅମ୍ବାନୀ ପରିବାର ପକ୍ଷରୁ ମହାରାଷ୍ଟ୍ରର ମୁମ୍ବାଇ ନିକଟସ୍ଥ ଥାନେରେ ଏକ ସାମୁହିକ ବିବାହ ଉତ୍ସବର ଆୟୋଜନ କରାଯାଇଛି ।
ଅମ୍ବାନୀ ପରିବାର ପକ୍ଷରୁ Underprivileged ଲୋକଙ୍କ ପାଇଁ ସାମୁହିତ ବିବାହ ଉତ୍ସବର ଆୟୋଜନ କରାଯାଉଛି । ମୁମ୍ବାଇ ଥାନେ ରିଲାଏନ୍ସ କର୍ପୋରେଟ୍ ପାର୍କରେ ଏହି ବିହାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ସମାରୋହ ଅପରାହ୍ନ 4.30 ରେ ଅନୁଷ୍ଠିତ ହେବ। ସୋମବାର ଏହି କାର୍ଯ୍ୟକ୍ରମର ସ୍ଥାନ ପରିବର୍ତ୍ତନ ବିଷୟରେ ସୂଚନା ଦିଆଯାଇଥିଲା ଏବଂ ବର୍ତ୍ତମାନ ଏହା ମୁମ୍ବାଇ ନିକଟସ୍ଥ ଥାନାର ରିଲାଏନ୍ସ କର୍ପୋରେଟ୍ ପାର୍କରେ ଅପରାହ୍ନ 4 ଟାରେ ଅନୁଷ୍ଠିତ ହେବା ନେଇ ଖବର ରହିଛି ।

ମୁକେଶ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ 12 ଜୁଲାଇ 2024 ରେ ମୁମ୍ବାଇରେ ଏକ ବିଶାଳ ସମାରୋହରେ ରାଧିକାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଜୁନ୍ 29 ରେ ଆଣ୍ଟିଲିଆରେ ଅମ୍ବାନୀ ପରିବାର ଘରେ ଏକ ପରିବାର ପୂଜା ସମାରୋହ ସହିତ ବିବାହ ଉତ୍ସବ ଆରମ୍ଭ ହୋଇଥିଲା । ଏହି ବିବାହକୁ ନେଇ ଏବେ ସାର ଦେଶରେ ଚର୍ଚ୍ଚା ।
ଅନନ୍ତ-ରାଧିକାଙ୍କ ବିବାହ କାର୍ଡ ମଧ୍ୟ ସୋସିଆଲ ମିଡିଆର ଭାଇରାଲ ହେଉଛି । ଏହି ମହାନ୍ ବିବାହ 12 ଜୁଲାଇ 2024ରେ ମୁମ୍ବାଇର ମୁକେଶ ଅମ୍ବାନୀଙ୍କ ୱାର୍ଲ୍ଡ ଜିଓ ସେଣ୍ଟରରେ ହେବ । ଅନନ୍ତ ଏବଂ ରାଧିକା 12 ଜୁଲାଇରେ ବିବାହ କରିବେ ଏବଂ 13 ଜୁଲାଇ ପାଇଁ ଏକ ଶୁଭ ଆଶୀର୍ବାଦ ସମାରୋହ ଧାର୍ଯ୍ୟ କରାଯାଇଛି । ଏହା ପରେ 14 ଜୁଲାଇରେ ଏହି ଗ୍ରାଣ୍ଡ ବିବାହର ଏକ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟିର ଆୟୋଜନ କରାଯିବ । ଯେଉଁଥିରେ ଦେଶ ତଥା ବିଶ୍ୱର ବହୁ ବଡ ବ୍ୟକ୍ତିତ୍ୱ ଯୋଗଦେବେ ।












Click it and Unblock the Notifications