ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ତମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ରାଷ୍ଟ୍ରପତି
ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ତମ ଜୟନ୍ତୀ,
ନୂଆଦିଲ୍ଲୀ: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ସାରା ଦେଶରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଉଛି । ନୂଆଦିଲ୍ଲୀ ରାଜଘାଟରେ ଥିବା ଗାନ୍ଧୀଜୀଙ୍କ ସମାଧି ସ୍ଥଳରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ସମସ୍ତ ମନ୍ତ୍ରୀ ଓ ନେତାବୃନ୍ଦ ଉପସ୍ଥିତ ରହି ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି । ଏହାପରେ ସର୍ବଧର୍ମ ସମନ୍ୱୟ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଛି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମହାତ୍ମା ଗାନ୍ଧୀଙ୍କର ୧୫୩ତମ ଜୟନ୍ତୀ ଅବସରରେ ଦେଶବାସୀଙ୍କ ତରଫରୁ ଜାତିର ଜନକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ରାଷ୍ଟ୍ରପତି । ଶାନ୍ତି, ସମାନତା ଓ ସାମ୍ପ୍ରଦାୟିକ ସହାବସ୍ଥାନର ମୂଲ୍ୟବୋଧ ପ୍ରତି ପୁନଃ ଉତ୍ସର୍ଗ ହେବା ପାଇଁ ଏହା ଗୋଟାଏ ଅବସର ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
#WATCH | President Droupadi Murmu pays tribute to Mahatma Gandhi at Rajghat on #GandhiJayanti pic.twitter.com/SNA5mtGidA
— ANI (@ANI) October 2, 2022
ଏହି ଅବସରରେ ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ କରି ସେ ଲେଖିଛନ୍ତି,'ଗାନ୍ଧୀ ଜୟନ୍ତୀରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ଭାରତ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବାରୁ ଏଥର ଗାନ୍ଧୀ ଜୟନ୍ତୀର ବିଶେଷ ଗୁରୁତ୍ୱ ରହିଛି । ଆମେ ସଦାସର୍ବଦା ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଉଥାଉ' ।
#WATCH | Delhi: PM Narendra Modi pays tribute to former PM Lal Bahadur Shastri on his birth anniversary
(source: DD) pic.twitter.com/FTwww9foal
— ANI (@ANI) October 2, 2022
ଏହାସହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିୀ ମଧ୍ୟ ରାଜଘାଟରେ ପହଁଚି ଗାନ୍ଧୀଜୀଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଦେଇ ପ୍ରାର୍ଥନାସଭାରେ ଯୋଗ ଦେଇଥିଲେ ।












Click it and Unblock the Notifications