Get Updates
Get notified of breaking news, exclusive insights, and must-see stories!

ଆଜି ସ୍ପଷ୍ଟ ହେବ କିଏ ହେବ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ? ବସିଛି ବିଜେପି ବିଧାୟକ ଦଳ ବୈଠକ

ଆଜି ସରିବ ମହାରାଷ୍ଟ୍ର ରାଜନୀତି ରହସ୍ୟ । ଆଜି ଘୋଷଣା ହୋଇପାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାଁ । ବିଜେପି ଓ ମହାୟୁତି ବିଧାୟକ ଦଳ ବୈଠକ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବିଜୟ ରୁପାନୀ ମୁମ୍ବାଇରେ ପହଞ୍ଚି ସାରିଛନ୍ତି । ବିଜେପି ବିଧାୟକ ଦଳ ବୈଠକ ଆରମ୍ଭ ହୋଇଯାଇଛି। ଏହି ବୈଠକ ପରେ ଆଗମୀ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇପାରେ । ମୁଖ୍ୟମନ୍ତ୍ରୀ ପଦ ପାଇଁ ଦେବେନ୍ଦ୍ର ଫଡନାଭିସଙ୍କ ନାଁ ସବୁଠୁ ଆଗରେ ରହିଛି ।

Maharashtra Assembly Election 2024

ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ପାଇଁ ରାଜି ହୋଇଥିବା କୁହାଯାଉଛି । ହେଲେ ଆଜିର ବୈଠକରେ ମନ୍ତ୍ରିମଣ୍ଡଳ ନେଇ ଚର୍ଚ୍ଚା ହେବ । ବିଜେପିକୁ ୨୧ରୁ ୨୨ ଓ ଶିବସେନାକୁ ୧୨ଟି ମନ୍ତ୍ରୀ ପଦ ମିଳିପାରେ । ସେହିପରି ଏନସିପିକୁ ୯ରୁ ୧୦ଟି ମନ୍ତ୍ରୀ ପଦ ମିଳିପାରେ । ମହାରାଷ୍ଟ୍ରରେ ଶପଥ ସମାରୋହ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତାକାଲି ଶପଥ ସମାରୋହ ଅନୁଷ୍ଠିତ ହେବ। କେବଳ ମୁଖ୍ୟମନ୍ତ୍ରୀ ଓ ତାଙ୍କର ଦୁଇ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+