ଆଜି ବିଶ୍ଵ ତମାଖୁ ବର୍ଜନ ଦିବସ, ଜାଣନ୍ତୁ କଣ ଏହା ମୁଖ୍ୟ ଉଦ୍ଦେଶ୍ୟ

ଆଜି ହେଉଛି ବିଶ୍ବ ତମାଖୁ ବର୍ଜନ ଦିବସ । ମେ' 31କୁ ସାରା ବିଶ୍ବରେ ବିଶ୍ଵ ତମାଖୁ ନିଷେଧ ଦିବସ ଭାବେ ପାଳନ କରାଯାଏ । ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସଂପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ତେବେ ସମାଖୁ ସେବନ ଦ୍ଵାରା ଶରୀର କ୍ଷତି ହେବା ସହ ତମାଖୁ ସେବନକାରୀ ବ୍ୟକ୍ତି ମୃତ୍ୟୁ ହେଲେ ଉକ୍ତ ବ୍ୟକ୍ତିର ପରିବାର ମଧ୍ୟ ଭାଙ୍ଗିଯାଏ । ତେଣୁ ନିଜ ଶରୀରକୁ ସୁସ୍ଥ ରଖିବା ସହ ନିଜ ପରିବାରର ସୁରକ୍ଷା ପାଇଁ ସମସ୍ତେ ତମାଖୁ ସେବନରୁ ନିବୃତ ରହିବା ଦରକାର ।

Tobacco Day

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଏକ ହିସାବ ଅନୁସାରେ ପ୍ରତିବର୍ଷ ତମାଖୁ ସେବନ ଦ୍ଵାରା ସାରା ବିଶ୍ଵରେ 70 ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । 1987 ମସିହା ଠାରୁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ସଦସ୍ୟ ରାଷ୍ଟ୍ରମାନେ ପ୍ରତିବର୍ଷ ମେ 31 ତାରିଖକୁ ବିଶ୍ଵ ତମାଖୁ ବର୍ଜନ ଦିବସ ଭାବେ ପାଳନ କରୁଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ୧୯୮୭ ରେ ପ୍ରଥମ ଥର ପାଇଁ ବିଶ୍ୱ ତମାଖୁ ଦିବସ ପାଳନ କରାଯାଇଥିଲା । ତମାଖୁ ସେବନ ହେତୁ ମୃତ୍ୟୁହାର ଅହେତୁକ ବୃଦ୍ଧି ଯୋଗୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦିବସ ପାଳନ ପାଇଁ ଘୋଷଣା କରିଥିଲା। ସେବେଠାରୁ ମେ 31 ତାରିଖକୁ ବିଶ୍ଵ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଉଛି। ।ଯଦ୍ବାରା ଲୋକମାନେ ତମାଖୁ ସେବନ ଠାରୁ ଦୂରେଇ ରହିବେ ଏବଂ ମୃତ୍ୟୁସଂଖ୍ୟା ମଧ୍ୟ କମିବ ।

ଏକ ରିପୋର୍ଟ ଅନୁସାରେ ପ୍ରତି ବର୍ଷ ତମାଖୁ ସେବନ କାରଣରୁ 8 ନିୟୁତରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଥାନ୍ତି। ଧୂମପାନ କରୁନଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଏହା ମାରାତ୍ମକ ହୋଇପାରେ।

ପରୋକ୍ଷ ଭାବରେ ତମାଖୁ ଧୂଆଁ ସଂସ୍ପର୍ଶରେ ଆସିବା ଫଳରେ ହୃଦରୋଗ, କର୍କଟ ଏବଂ ଅନ୍ୟାନ୍ୟ ରୋଗ ମଧ୍ୟ ହୋଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+