ଆଜି ବିଶ୍ୱ ଏଡସ ଦିବସ, ସଚେତନତା ହିଁ ଏଡସରୁ ବର୍ତ୍ତିବାର ଉପାୟ

ନିଆଁରେ ପ୍ରତିବର୍ଷ ଲୋକଙ୍କୁ ଘାତକ ଏଚଆଇଭି ଏଡ୍ସ ବାବଦରେ ସଚେତନ କରିବାକୁ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡ୍ସ ଦିବସ ଭାବେ ପାଳନ କରାଯାଉଛି । ପ୍ରତିବର୍ଷ ଏହି ଦିବସର ବାର୍ତ୍ତା ଭିନ୍ନ ଭିନ୍ନ ହୋଇଥାଏ । ଚଳିତ ବର୍ଷ ଏହାର ବାର୍ତ୍ତା ରହିଛି 'Overcoming disruption, transforming the AIDS response' ,। ତେବେ ଦେଶର ଟପ୍ ଟେନ୍ ତାଲିକାରେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ରହିଛି ।

World AIDS Day

ବର୍ତ୍ତମାନ ପର୍ଯ୍ୟନ୍ତ ୧୮୮୦ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ଦେଶରେ ୮ନମ୍ବର ଏଡ୍ସ୍ ପ୍ରବଣ ଜିଲ୍ଳା ଭାବେ ପରିଗଣିତ ଏହି ଜିଲ୍ଲା । ଏଡ୍ସ ଏକ ଘାତକ ରୋଗ । ଏହାର ଲକ୍ଷଣ ହାଠତ୍ ଜଣାପଡେ ନାହିଁ । ଡେରରେ ଏହି ରୋଗର ଲକ୍ଷଣ ଜଣାପଡିବା ବେଳକୁ ରୋଗୀର ସମସ୍ୟା ଗୁରୁତର ହୋଇଯାଇଥାଏ । ତେଣୁ ଏହି ରୋଗର ପ୍ରାଥମିକ ରୋଗର ଲକ୍ଷଣ ଜାଣି ଚିକିତ୍ସା ଆରମ୍ଭ କରିବା ବେଳକୁ ହୁଏତ ବିଳମ୍ବ ହୋଇଯାଇଥାଏ ।

ତେଣୁ ଏହି ରୋଗରୁ ରକ୍ଷା ପାଇବାକୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସଚେତନତା । ଦେଖାଯାଏ କୌଣସି ବ୍ୟକ୍ତିଙ୍କୁ ଏଡ୍ସ ହୋଇଥିବା ଜଣାପଡିଲେ ତାଙ୍କୁ ଏକଘରିକିଆ କରି ରଖାଯାଏ କିମ୍ବା ପରିବାରରୁ ଅଲଗା କରିଦିଆଯାଏ । ସମାଜରେ ତାଙ୍କୁ ଘୃଣା ଦୃଷ୍ଟିରେ ଦେଖନ୍ତି । କିନ୍ତୁ ଏହା ସମାଜକୁ ଏଡ୍ସ ମୁକ୍ତ କରିବାର ବାଟ ନୁହେଁ । ବେଳେବେଳେ ଅନ୍ୟର ଭୁଲ ପାଇଁ ମଧ୍ୟ କେହି ଏପରି ବ୍ୟାଧୀ ଭୋଗୁଥାନ୍ତି । ରୋଗୀକୁ ଘୃଣା ନକରି ସେବା ଯତ୍ନ କରିବା ସହ ଅନ୍ୟ ଲୋକଙ୍କୁ ସଚେତନ କରିବା ।

ସର୍ବପ୍ରଥମେ ଏଡ୍ସ ଦିବସକୁ ବିଶ୍ୱ ସ୍ତରରେ ଆରମ୍ଭ କରିଥିଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ର ଜେମ୍ସ ଡବ୍ଲୁ ୱିନ୍ ଓ ଥମ୍ସ ନେଦର ନାଁରେ ଦୁଇ ଜଣ ଅଧିକାରୀ । ଏହାକୁ ପ୍ରଥମେ ୧୯୮୮ ରେ ଆରମ୍ଭ କରାଯାଇଥିଲା । ପ୍ରାରମ୍ଭରେ ଏହାକୁ ମୁଖ୍ୟତଃ ଯୁବଗୋଷ୍ଠୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲେ ବି ପରେ ଏହାକୁ ସବୁ ବର୍ଗଙ୍କୁ ଫୋକସ୍ କରି ଏହି ଅଭିଯାନ ଜାରି ରହିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+