ସମ୍ବିଧାନ ମହା ବିତର୍କର ଆଜି ଦ୍ୱିତୀୟ ଦିନ ; ମତ ରଖିବେ ପ୍ରଧାନମନ୍ତ୍ରୀ ମୋଦୀ
ସମ୍ବିଧାନର ୭୫ବର୍ଷ ପୂର୍ତି ଅବସରରେ ଦୁଇ ଦିନ ଧରି ଚାଲିଛି ମହାବିତର୍କ । ସଂସଦରେ ସମ୍ବିଧାନ ଉପରେ ଆରମ୍ଭ ହୋଇଥିବା ମହାବିତର୍କର ଆଜି ହେଉଛି ଦ୍ବିତୀୟ ଦିନ । ଗତକାଲି ଶାସକ ଦଳ ପକ୍ଷରୁ ପ୍ରଥମେ ପ୍ରତିରକ୍ଷାମନ୍ତ୍ରୀ ଓ ବିରୋଧୀ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀ ତର୍କ କରିଥିଲେ।

ଭାରତୀୟ ସମ୍ବିଧାନକୁ ୭୫ ବର୍ଷ ପୂରଣ ଅବସରରେ ସଂସଦରେ ସମ୍ବିଧାନ ଉପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଅବସରରେ ଲୋକସଭାରେ ନିଜର ଅଭିଭାଷଣ ବେଳେ ସମ୍ବିଧାନକୁ ସମ୍ମାନ ପ୍ରସଙ୍ଗରେ ସେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେପଟେ ଲୋକସଭା ସାଂସଦ ଭାବେ ପ୍ରଥମ ଥର ଗୃହରେ ସମ୍ବିଧାନ ଉପରେ ଚର୍ଚ୍ଚା କରିଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ।












Click it and Unblock the Notifications