ଆଜି ଭାରତ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପୁଣ୍ୟତିଥି
ଆଜି ହେଉଛି ଦେଶର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପୁଣ୍ୟତିଥି। ୧୯୦୪ ମସିହା ଅକ୍ଟୋବର ୨ ତାରିଖରେ ଉତ୍ତର ପ୍ରଦେଶର ମୁଗଲସରାଇରେ ଲାଲ ବାହାଦୂରଙ୍କର ଜନ୍ମ। ମାତ୍ର ଦେଢ ବର୍ଷ ବୟସରେ ସେ ତାଙ୍କ ବାପାଙ୍କୁ ହରାଇଥିଲେ।

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ନିଧନ ପରେ ସେ ୧୯୬୪ ମସିହାରେ ଦେଶର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ମାତ୍ର ୧୮ ମାସ ସେ ଥିଲେ ଦେଶର ପ୍ରଧାନମନ୍ତ୍ରୀ। ତାଙ୍କ ନେତୃତ୍ଵରେ ଭାରତ ୧୯୬୫ ଯୁଦ୍ଧରେ ପାକିସ୍ତାନକୁ କଡା ଜବାବ ଦେଇଥିଲା। ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ ବହୁତ କମ୍ ସମୟ ପାଇଁ ଥିଲା। କିନ୍ତୁ ଦେଶର ବହୁ କଠିନ ସମୟରେ ସେ ବତ୍ତା ସମ୍ଭାଳିଥିଲେ। ୧୯୬୬ ମସିହା ଜାନୁଆରୀ ୧୧ ତାରିଖରେ ଆକସ୍ମିକ ଭାବେ ତାଙ୍କର ମୃତ୍ୟୁ ଘଟିଥିଲା। ଯାହା ଏବେ ବି ରହସ୍ୟଘେରରେ ରହିଛି।












Click it and Unblock the Notifications