ଆଜି ସରୁଛି ଭାରତରେ ଥିବା ପାକିସ୍ତାନୀଙ୍କ ଡେଡଲାଇନ୍; ଧରାପଡିଲେ କଣ ହେବ ?
ଭାରତରେ ଥିବା ପାକିସ୍ତାନୀଙ୍କ ଡେଡଲାଇନ୍ ଆଜି ସରୁଛି । ମେଡିକାଲ୍ ଭିସା ନେଇ ଭାରତକୁ ଆସିଥିବା ପାକିସ୍ତାନ ନାଗରିକ ଆଜିସୁଦ୍ଧା ନିଜ ଦେଶକୁ ଫେରିବେ। ପହଲଗାମ୍ ଆତଙ୍କୀ କାଣ୍ଡ ପରେ ଏନେଇ ଘୋଷଣା କରିଥିଲେ କେନ୍ଦ୍ର ସରକାର। ସାର୍କ୍ ଭିସାଧାରୀ
ପାକିସ୍ତାନୀଙ୍କ ପାଇଁ ଏପ୍ରିଲ ୨୬ ଓ ଅନ୍ୟ ୧୨ ପ୍ରକାର ଭିସାଧାରୀ ପାକିସ୍ତାନୀଙ୍କ ପାଇଁ ଏପ୍ରିଲ ୨୭ ସୁଦ୍ଧା ନିଜ ଦେଶକୁ ଫେରିବାକୁ ନିର୍ଦ୍ଦେଶ ଥିଲା।
ତେବେ କେବଳ ମେଡିକାଲ ଭିସାରେ ଥିବା ପାକିସ୍ତାନ ନାଗରିକଙ୍କୁ ଅଧିକ ୨ଦିନ ମହଲତ୍ ଦେଇ ୨୯ ତାରିଖ ସୁଦ୍ଧା ଭାରତ ଛାଡ଼ି ନିଜ ଦେଶକୁ ଫେରିବା ପାଇଁ ନିର୍ଦ୍ଦେଶ ରହିଛି। ଏହି ସମୟସୀମା ପୂରିବା ପରେ, ଭାରତରେ ପାକିସ୍ତାନ ନାଗରିକ ଭିସା ସର୍ତ୍ତ ଅବମାନନା କରି ଧରାପଡ଼ିଲେ ଗିରଫ ହେବା ସହ ଭୋଗିବେ କଠୋର ସଜ୍ଜା। ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ୩ ଲକ୍ଷ ଟଙ୍କା ଜରିମାନା କିମ୍ବା ଉଭୟ ଭୋଗିପାରନ୍ତି ସେମାନେ। ଏପ୍ରିଲ ୪ ଠାରୁ ଲାଗୁ ହେଉଥିବା ଇମିଗ୍ରେସନ୍ ଆଣ୍ଡ୍ ଫରେନର୍ସ ଆକ୍ଟ ୨୦୨୫ ଅନୁସାରେ, ଭିସା ସର୍ତ୍ତ ଉଲ୍ଲଂଘନ କରି ଅଧିକ ଦିନ ଭାରତରେ ରହିଲେ ବିଦେଶୀ ନାଗରିକଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡ଼ିପାରେ । ସୂଚନା ଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏବେ ସୁଦ୍ଧା ଭାରତ ଛାଡ଼ିସାରିଲେଣି ୫ଶହରୁ ଅଧିକ ପାକିସ୍ତାନୀ ।

ପହଲଗାମରେ ଆତଙ୍କୀ ହାମଲା ପରେ ଭୁଶୁଡି ପଡିବ କି ଜମ୍ମୁ କାଶ୍ମୀର ପର୍ଯ୍ୟଟନ ଅର୍ଥନୀତି ?
ପହଲଗାମରେ ଆତଙ୍କୀ ହାମଲା ପରେ ଭୁଶୁଡି ପଡିବ କି ଜମ୍ମୁ କାଶ୍ମୀର ପର୍ଯ୍ୟଟନ ଅର୍ଥନୀତି ? ଏହାକୁ ନେଇ ସ୍ଥାନୀୟ ବ୍ୟବସାୟୀଙ୍କ ଚିନ୍ତା ବଢିଛି ।
ଛୁଟି ପାଇଁ ଅନେକ ବୁକିଂ କ୍ୟାନସେଲ ହେଉଛି । ଅଧାରୁ ଅଧିକ ଲୋକ ଅନ୍ୟତ୍ର ବୁଲିବାକୁ ପ୍ଲାନ୍ କରିଛନ୍ତି । ଏନେଇ ଅନେକ ଟୁର ଓ ଟ୍ରାଭେଲସ ଅପରେଟର ଚିନ୍ତା ପ୍ରକଟ କରିଛନ୍ତି ।
ଦେଶର ସବୁଠୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳି ଭାବେ କାଶ୍ମୀର ରହିଛି ଅଧିକ ଡିମାଣ୍ଡ । ପ୍ରକୃତିର ଭୂ-ସ୍ବର୍ଗକୁ ବୁଲିବାକୁ ସମସ୍ତଙ୍କର ଇଚ୍ଛା ଥାଏ । ବିଶେଷ ଭାବେ ଗ୍ରୀଷ୍ମ ଛୁଟି କଟାଇବାକୁ ପର୍ଯ୍ୟଟକଙ୍କ ସୁଅ ଛୁଟେ କାଶ୍ମୀରକୁ । ମିନି ସୁଇଜରଲାଣ୍ଡରେ ସ୍ମୃତି ସାଉଁଟିବାକୁ ପର୍ଯ୍ୟଟକଙ୍କ ନାହିଁନଥିବା ଉତ୍ସାହ । ଏବେ ଆତଙ୍କୀ ପରେ ସବୁକିଛି ଛାରଖାର ହୋଇଯାଇଛି । ଆଗଭଳି ଆଉ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି ।
'କାଶ୍ମୀର ଟୁରିଷ୍ଟ ପ୍ୟାକେଜ ପଚାଶ ପ୍ରତିଶତ କ୍ୟାନସେଲ ହେଲାଣି'
ଏନେଇ ଟୁର ଆଣ୍ଡ ଟ୍ରାଭେଲ୍ସ ଅପରେଟର ତଥା ସାଣ୍ଡ ପିବେଲ ଏମଡି ଆଲୋକ କୁମାର ମହାରଣା କହିଛନ୍ତି, '' ପହଲଗାମ ଆତଙ୍କୀ ଆକ୍ରମଣ ଘଟଣା ପରେ ପର୍ଯ୍ୟଟନ ଉପରେ ବହୁତ ଭାବରେ ପ୍ରଭାବ ପଡିଛି । ସେଦିନ ଆକ୍ରମଣ ଦିନ ସନ୍ଧ୍ୟା ପରଠୁ କାଶ୍ମୀର ପଟରେ ଯିବା ପାଇଁ ଯେଉଁ ସବୁ ଲୋକଙ୍କ ଇନକ୍ୟୁରି ଆସୁଥିଲା ତାହା ଆଉ ଆସୁନାହିଁ । ଗୋଟେ କଲ ବି ରିସିଭ ହେଉନି । ଯେଉଁମାନେ ଆଗରୁ ବୁକିଂ କରିଥିଲେ ସେମାନେ କ୍ୟାନସେଲ ଆରମ୍ଭ କଲେଣି । ପଚାଶ ପ୍ରତିଶତ କ୍ୟାନସେଲ ହେଲାଣି । ସାଧାରଣ ମେ ମାସ ପରଠୁ ବୁକିଂ ଚାଲେ । ସ୍କୁଲ ଛୁଟି ହୋଇଯାଇଥାଏ ଲୋକମାନେ ବୁଲିବାକୁ ଯାଇଥାନ୍ତି । ଲୋକମାନଙ୍କ ଯିବା ପାଇଁ ଆଗ୍ରହ ଥିଲେ ସେମାନେ ଅନ୍ୟତ୍ର ଯିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । ଯିଏ ମେ ସେ ଶେଷ ଆଡକୁ ବା ଜୁନରେ ଯିବେ ବୋଲି ବୁକିଂ କରିଥିଲେ ସେମାନେ କ୍ୟାନସେଲ କରିଦେଲେଣି । ଅଲଗା ସେକ୍ଟର ଆଡକୁ ଡେଷ୍ଟିନେସନ ଚେଞ୍ଜ କରିଦେଉଛନ୍ତି । ଏଭଳି ହେଲେ ପର୍ଯ୍ୟଟନ କ୍ଷେତ୍ରରେ ଏହାର ପ୍ରଭାବ ପକାଇଛି । ସରକାର ଏହା ଉପରେ ନଜର ପକାଇ ଆବଶ୍ୟକ ରହିଛି କାଶ୍ମୀରର ସ୍ବଭାବିକ ପରିସ୍ଥିତି ଯେମିତି ଫେରିଆସିବ । ''
ଜମ୍ମୁ କାଶ୍ମୀର ଡେଷ୍ଟିନେସନ ବଦଳାଇ ଦେଉଛନ୍ତି ପର୍ଯ୍ୟଟକ:
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନେକ ପର୍ଯ୍ୟଟକ ଯେଉଁମାନେ ଯିବା ପାଇଁ ବୁକିଂ କରିଥିଲେ ଟ୍ରାଭେଲ ଏଜେସି ବା ନିଜସ୍ବ ସେମାନେ ଏବେ କ୍ୟାନସେଲ କରୁଛନ୍ତି । ଏୟାରଲାଇନ୍ସ ମଧ୍ୟ ସପୋର୍ଟ କରୁଛନ୍ତି କ୍ୟାନସେଲ ଚାର୍ଜେସ ନାହିଁ । ଲୋକେ ଅଲଗା ଶିମଲା, ଗ୍ୟାଙ୍ଗଟକ, ମନାଲି, ଧର୍ମଶାଳା କୁନୁ ଦାର୍ଜିଲିଂ ଆଡକୁ ଯିବା ପାଇଁ ପ୍ଲାନ ମଧ୍ୟ କରୁଛନ୍ତି । ଏଇ ସିଜନ୍ ଭିତରେ କାଶ୍ମୀର ସେଲ ହେବା କଷ୍ଟକର । ଯାହା ପାଖରେ ବୁକିଂ ଅଛି କିଛି ମାତ୍ରାରେ ଯାଇପାରନ୍ତି । ଭବିଷ୍ୟତ କଥା କଣ ହେବ କହି ହେବନି । ଯେଉଁଭଳି ଲଗାତାର ତିନି ବର୍ଷ ଧରି ଏକ ପ୍ରକାର ପଜିଟିଭି ମାହୋଲ ଥିଲା, ଲୋକେ ଆଗ୍ରହ ପ୍ରକାଶ କରୁଥିଲେ, ସେଠାରେ ଏକ ପ୍ରକାର ବହୁତ ଭଲ ମାହୋଲ ଥିଲା । ଆତଙ୍କୀ ଆକ୍ରମଣ ପରେ ଏହା ବହୁତ ପଛକୁ ପଳାଇଛି ।












Click it and Unblock the Notifications