Constitution Day: ଆଜି ୭୫ ତମ ସମ୍ବିଧାନ ଦିବସ, ଜାଣନ୍ତୁ ଏହି ଦିନର ଇତିହାସ
75th Constitution Day: ପ୍ରତିବର୍ଷ ୨୬ ନଭେମ୍ବର ଦିନ ପାଳନ କରାଯାଏ ଭାରତର ସମ୍ବିଧାନ ଦିବସ । ୧୯୪୯ ରେ ସ୍ଵାଧିନ ଭାରତ ଦେଶର ସମ୍ବିଧାନ ସଭା ବର୍ତ୍ତମାନର ସମ୍ବିଧାନକୁ ବିଧିରବଦ୍ଧ ଭାବେ ଆପଣାଇ ଥିଲା । ଏହାର ଦୁଇ ମାସ ପରେ, ୨୬ ଜାନୁୟାରୀ ୧୯୫୦ ରେ ଦେଶବ୍ୟାପୀ ସମ୍ବିଧାନ କାର୍ଯ୍ୟକାରୀ କରାଯାଇଥିଲା । ଏଥର ସମ୍ବିଧାନ ଅତ୍ୟନ୍ତ ଖାସ୍ କାରଣ ଏଥର ଦେଶ ପାଳନ କରିବ ୭୫ ତମ ସମ୍ବିଧାନ ଦିବସ । ଆଜି କେନ୍ଦ୍ର ସରକାର ଏହି ଦିବସକୁ ବେଶ ଉତ୍ସାହର ସହ ପାଳନ କରୁଛି ।

ଭାରତୀୟ ସମ୍ବିଧାନରେ ଦିଆଯାଇଥିବା ମୌଳିକ କର୍ତ୍ତବ୍ୟ ଯାହା ଆମକୁ ଆମ ଦାୟିତ୍ୱକୁ ମନେ ପକାଇଥାଏ, ସେହି ସମ୍ବିଧାନର ମୌଳିକ ଅଧିକାର ହେଉଛି ନାଗରିକମାନଙ୍କର ଢାଲ । ସମ୍ବିଧାନ ନାଗରିକମାନଙ୍କୁ ଦେଶର ଜଣେ ମୁକ୍ତ ନାଗରିକ ଭାବେ ଅନୁଭବ କରାଇଥାଏ ।
ଭାରତୀୟ ସମ୍ବିଧାନ ପ୍ରସ୍ତୁତ କରିବାକୁ ପ୍ରାୟ ୨ ବର୍ଷ ୧୧ ମାସ ୧୮ ଦିନ ସମୟ ଲାଗିଥିଲା । ଭାରତୀୟ ସମ୍ବିଧାନ ହେଉଛି ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ । ସମ୍ବିଧାନର ମୂଳ କପି ହାତରେ ଲେଖାଯାଇଥିଲା । ସମ୍ବିଧାନର ପ୍ରତ୍ୟେକ ପୃଷ୍ଠାରେ ଏକ ସୁନା ପତ୍ର ଫ୍ରେମ୍ ଅଛି ଏବଂ ପ୍ରତ୍ୟେକ ଅଧ୍ୟାୟର ପ୍ରାରମ୍ଭ ପୃଷ୍ଠାରେ କିଛି ନା କିଛି ପ୍ରକାରର କଳାକୃତି ଅଛି । ପ୍ରସିଦ୍ଧ ଲେଖକ ପ୍ରେମ ନାରାୟଣ ରାୟଜାଦା ସମ୍ବିଧାନର ମୂଳ କପି ପ୍ରସ୍ତୁତ କରିଥିଲେ ।
ସମ୍ବିଧାନର ମୂଳ ନକଲଗୁଡ଼ିକ ସଂସଦର ଲାଇବ୍ରେରୀ ଭିତରେ ସଂରକ୍ଷିତ । ଯେଉଁ ବାକ୍ସରେ ସମ୍ବିଧାନର ମୂଳ ହସ୍ତଲିଖନ କପି ସଂସଦର ଲାଇବ୍ରେରୀରେ ରଖାଯାଇଛି, ସେଥିରେ ହିଲିୟମ୍ ଭରାଯାଇ ନାଫଥାଲିନ୍ ଟାବଲେଟ୍ ସହିତ ଫ୍ଲାନେଲ୍ କପଡ଼ାରେ ଗୁଡ଼ାଇ ଦିଆଯାଇଛି । ଭାରତୀୟ ସମ୍ବିଧାନର ମୂଳ ସରଞ୍ଚନା ଭାରତ ସରକାର ୧୯୩୫ ଉପରେ ଆଧାରିତ । ସମ୍ବିଧାନ ଡ୍ରାଫ୍ଟ କମିଟିରେ ଜବାହରଲାଲ ନେହେରୁ, ବଲ୍ଲବଭାଇ ପଟେଲ୍, ଶ୍ୟାମପ୍ରସାଦ ମୁଖାର୍ଜୀ ଅନ୍ତର୍ଭୁକ୍ତ ଥିଲେ ।












Click it and Unblock the Notifications