ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁଙ୍କ ୧୦୧ତମ ଜନ୍ମବାର୍ଷିକୀ; ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଆଜି ସମଗ୍ର ଦେଶ ତାଙ୍କୁ ମନେ ପକାଉଛି। ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୟ ଘାଟରେ ନିର୍ମିତ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମାଧି 'ସଦୈବ ଅଟଳ'କୁ ଯାଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ଅନେକ ନେତା ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ତାଙ୍କ ଜନ୍ମବାର୍ଷିକୀରେ ଦେଶର ସମସ୍ତ ପରିବାର ସଦସ୍ୟଙ୍କ ପକ୍ଷରୁ, ମୁଁ ପୂର୍ବତନ ପ୍ରଧାନମନ୍ତ୍ରୀ, ସମ୍ମାନନୀୟ ଅଟଳ ବିହାରୀ ବାଜପେୟୀ ଜୀଙ୍କୁ ମୋର ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସେ ସାରା ଜୀବନ ରାଷ୍ଟ୍ର ନିର୍ମାଣକୁ ତ୍ୱରାନ୍ୱିତ କରିବାରେ ନିୟୋଜିତ ରହିଥିଲେ। ଭାରତ ମାତାଙ୍କ ପ୍ରତି ତାଙ୍କର ସମର୍ପଣ ଏବଂ ସେବା ମନୋଭାବ ଅମୃତକାଳରେ ମଧ୍ୟ ପ୍ରେରଣାର ଉତ୍ସ ହୋଇ ରହିବ।"
ସେହିପରି ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ କହିଛନ୍ତି ସମ୍ମାନନୀୟ ଅଟଳ ବିହାରୀ ବାଜପେୟୀ ଜୀଙ୍କ ଜନ୍ମବାର୍ଷିକୀରେ, ମୁଁ ତାଙ୍କୁ ମନେ ପକାଉଛି । ଏବଂ ତାଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଅଟଳ ଜୀ ନିଃସ୍ୱାର୍ଥପରଭାବେ ଦେଶ ଏବଂ ସମାଜର ସେବା କରିଥିଲେ। ଏବଂ ବିଜେପି ପ୍ରତିଷ୍ଠା ମାଧ୍ୟମରେ ଦେଶରେ ଜାତୀୟତାବାଦୀ ରାଜନୀତିକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ। ଗୋଟିଏ ପଟେ, ସେ ପରମାଣୁ ପରୀକ୍ଷଣ ଏବଂ କାରଗିଲ ଯୁଦ୍ଧ ମାଧ୍ୟମରେ ବିଶ୍ୱକୁ ଉଦୀୟମାନ ଭାରତର ଶକ୍ତି ଅନୁଭବ କରାଇଥିଲେ। ଅନ୍ୟପଟେ ସେ ଦେଶରେ ସୁଶାସନର ଦୃଷ୍ଟିକୋଣକୁ ସାକାର କରିଥିଲେ। ଦେଶ ସର୍ବଦା ତାଙ୍କର ମହାନ ଅବଦାନକୁ ମନେ ରଖିବ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼






Click it and Unblock the Notifications