ଆଜି ହେଉଛି ଜାତୀୟ ଯୁବ ଦିବସ , ସ୍ବାମୀ ବିବେକାନନ୍ଦଙ୍କୁ ମନେ ପକାଉଛି ସାରା ଦେଶ
ଭାରତ ହେଉଛି ମହାପୁରୁଷଙ୍କ ମାଟି। ଏହି ପବିତ୍ର ମାଟିରେ ଅନେକ ମହାପୁରୁଷ ଜନ୍ମଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ସ୍ଵାମୀ ବିବେକାନନ୍ଦ ହେଉଛନ୍ତି ଅନ୍ୟତମ। ୧୮୬୩ ମସିହାରେ କୋଲକାତାରେ ତାଙ୍କର ଜନ୍ମ।

ଆଜି ହେଉଛି ଜାତୀୟ ଯୁବ ଦିବସ। ଦେଶ ନିର୍ମାଣରେ ସ୍ଵାମୀ ବିବେକାନନ୍ଦଙ୍କ ଅବଦାନ ପାଇଁ ଏହି ଦିବସକୁ ସାରା ଦେଶ ପାଳନ କରୁଛି । ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ୟୁଥ୍ ଲିଡରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସ୍ଵାମୀ ବିବେକାନନ୍ଦଙ୍କର ଏଭଳି କିଛି ବାଣୀ ରହିଛି , ଯାହା ଆଜିର ଯୁବ ସମାଜ ପାଇଁ ଅମୂଲ୍ୟ ବାଣୀ ସଦୃଶ। ସେ କହିଥିଲେ ନିଜକୁ କଦାପି ଦୁର୍ବଳ ଭାବନ୍ତୁ ନାହିଁ କିମ୍ବା ନିଜ ମନକୁ ଦୁର୍ବଳ କରନ୍ତୁ ନାହିଁ । ମଣିଷ ନିଜେ ନିଜକୁ ତିଆରି କରିବା ଜରୁରୀ । ନିଜ ଆତ୍ମାଠାରୁ କେହି ବଡ ଶିକ୍ଷକ ନୁହେଁ। ମଣିଷ ନିଜର ବାହାର ସ୍ଵଭାବ ଅପେକ୍ଷା ନିଜ ଭିତର ସ୍ଵଭାବକୁ ପରଖିବା ଜରୁରୀ। ଏହି ବିଶ୍ଵ ଏକ ବିଶାଳ ବ୍ୟାୟାମ ଶାଳା, ଯେଉଁଠି ଆମେ ନିଜକୁ ନିଜେ ମଜବୁତ୍ କରିଥାଉ। ଆହୁରି ମଧ୍ୟ ସେ କହିଥିଲେ ଯେତେବେଳେ ଜୀବନରେ କୌଣସି ସମସ୍ୟା ଆସିବ ନାହିଁ , ଆପଣ ନିଶ୍ଚିନ୍ତି ହୋଇଯିବେ ଯେ ଆପଣଙ୍କ ଜୀବନ ଭୁଲ୍ ମାର୍ଗରେ ଚାଲିଛି।












Click it and Unblock the Notifications