ଆଜି ଜାତୀୟ ପ୍ରେସ ଦିବସ; ଏହି ଦିନଟି ଗଣମାଧ୍ୟମର ସ୍ବାଧୀନତା ଏବଂ ସମାଜ ପ୍ରତି ଦାୟିତ୍ୱର ପ୍ରତୀକ
ଆଜି ହେଉଛି ଜାତୀୟ ପ୍ରେସ ଦିବସ । ପ୍ରତି ବର୍ଷ ନଭେମ୍ବର ୧୬ରେ ପାଳନ କରାଯାଇଥାଏ ଜାତୀୟ ପ୍ରେସ ଦିବସ । ଏହି ଦିନଟି ଗଣମାଧ୍ୟମର ସ୍ବାଧୀନତା ଏବଂ ସମାଜ ପ୍ରତି ଦାୟିତ୍ୱର ପ୍ରତୀକ ଅଟେ। ଏହି ଦିନ ହିଁ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ କାର୍ଯ୍ୟ ଆରମ୍ଭ କରିଥିଲା।
ଯଦିଓ ସମଗ୍ର ବିଶ୍ୱରେ ଅନେକ ପ୍ରେସ ଏବଂ ମିଡିଆ କାଉନସିଲ ଅଛି, ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।

ବାସ୍ତବରେ, ପ୍ରଥମ ପ୍ରେସ୍ କମିଶନ ଭାରତରେ ଖବରଦାତାଙ୍କ ସ୍ବାଧୀନତାକୁ ସୁରକ୍ଷା ଦେବା ଏବଂ ସାମ୍ବାଦିକତାରେ ଉଚ୍ଚ ମାନର ଲକ୍ଷ୍ୟ ରଖି ଏକ ପ୍ରେସ କାଉନସିଲ ଗଠନ କରିଥିଲେ। ଏହାର ଫଳ ସ୍ବରୂପ ୪ ଜୁଲାଇ ୧୯୬୬ରେ ଭାରତରେ ପ୍ରେସ୍ କାଉନସିଲ ପ୍ରତିଷ୍ଠା କରାଯାଇଥିଲା। ୧୬ ନଭେମ୍ବର ୧୯୬୬ରୁ ଏହାର ଆଇନଗତ କାର୍ଯ୍ୟ ଆରମ୍ଭ କରିଥିଲା। ସେବେଠାରୁ ଦେଶରେ ନଭେମ୍ବର ୧୬କୁ ପ୍ରତିବର୍ଷ ଜାତୀୟ ଗଣମାଧ୍ୟମ ଦିବସ ଭାବେ ପାଳନ କରାଯାଏ। ଏହି ଦିନଟି ପ୍ରେସ ସ୍ବାଧୀନତା ଏବଂ ଦାୟିତ୍ୱ ପ୍ରତି ଆମର ବିଶେଷ ଧ୍ୟାନ ଆକର୍ଷଣ କରିଥାଏ।












Click it and Unblock the Notifications