ଆଜି ମାଗଣାରେ ଆଧାର ଅପଡେଟର ଶେଷ ତାରିଖ
ନୂଆଦିଲ୍ଲୀ: ଆଜି (ଜୁନ ୧୪) ମାଗଣାରେ ଆଧାର ଅପଡେଟର ଶେଷ ତାରିଖ । ଆସନ୍ତାକାଲିଠୁ ଆପଣଙ୍କୁ ଗଣିବାକୁ ପଡିବ ଫାଇନ୍ । ଯଦି ଆପଣ ଆଧାର ଅପଡେଟ୍ କରିନାହାନ୍ତି, ଶୀଘ୍ର ଅପଡ଼େଟ୍ କରାଇ ନିଅନ୍ତୁ ।

କେମିତି ଅପଡେ଼ଟ୍ କରିବେ
ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ରକୁ ଅପଲୋଡ ଏବଂ ଅପଡେଟ୍ ମାଗଣାରେ ୨୦୨୩ ମାର୍ଚ୍ଚ ୧୫ରୁ ଜୁନ ୧୪ ମଧ୍ୟରେ ଅନଲାଇନରେ ମାଗଣାରେ କରିପାରିବେ ବୋଲି ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି। myaadhaar.uidai.gov.in ୱେବସାଇଟରେ ଏହାକୁ ବିନା ମୂଲ୍ୟରେ କରାଯାଇ ପାରିବ। କିନ୍ତୁ କମନ ସର୍ଭିସ ସେଣ୍ଟର ଜରିଆରେ ଏହାକୁ କରିଲେ ୫୦ ଟଙ୍କା ଦେବାକୁ ହେବ।
ପାନ୍ ଆଧାର ଲିଙ୍କ୍ କରିଛନ୍ତି ତ
ଯଦି ଆପଣ ଆଧାର କାର୍ଡ ସହ ପାନ୍ କାର୍ଡ ଲିଙ୍କ କରି ନାହାଁନ୍ତି ତେବେ ଶୀଘ୍ର କରାଇ ନିଅନ୍ତୁ । କାରଣ ଆପଣଙ୍କ ହାତରେ ଆଉ ରହିଲା ଅଳ୍ପ କେଇଟା ଦିନ । ଜୁନ ୩୦ ତାରିଖକୁ ଆଧାର ସହ ପାନ୍ କାର୍ଡ ଲିଙ୍କ କରିବାର ଶେଷ ତାରିଖ ରଖାଯାଇଛି । ଯଦି ଏହି ନିର୍ଦ୍ଦାରିତ ତାରିଖ ଭିତରେ ଆପଣ ଆପଣଙ୍କ ପାନକାର୍ଡକୁ ଆଧାର ସହ ଲିଙ୍କ ନକରନ୍ତି ତେବେ ଆପଣଙ୍କ ପାନକାର୍ଡ ଅଚଳ ହୋଇଯିବ ।
ଇନକମ୍ ଟ୍ୟାକ୍ସ ଆକ୍ଟ ୧୯୬୧ ଅନୁଯାୟୀ ଦେଶର ସେହି ସମସ୍ତ ନାଗରିକ ଯେଉଁମାନଙ୍କୁ ୧ ଜୁଲାଇ ୨୦୧୭ରୁ ପାନ କାର୍ଡ ପ୍ରଦାନ କରାଯାଇଛି ସେମାନେ ପାନ୍ ସହିତ ଆଧାର ଲିଙ୍କ କରିବା ଅନିବାର୍ଯ୍ୟ । ଏହି ଡେଡ୍ଲାଇନ୍ ୩୦ ଜୁନ୍, ୨୦୨୩ରେ ଶେଷ ହେବାକୁ ଯାଉଛି । ଯଦି ଆପଣ ଏହି ସମୟ ସୁଦ୍ଧା ପାନ୍ ଆଧାର ଲିଙ୍କ କରାଉନାହାନ୍ତି ତେବେ ଏପରି ସ୍ଥିତିରେ ଆପଣଙ୍କ ପାନ୍ କାର୍ଡ ଇନଭ୍ୟାଲିଡ୍ ଅର୍ଥାତ୍ ଅକାମୀ ହୋଇଯିବ । ଏହାଦ୍ୱାରା ଆପଣଙ୍କୁ ଆର୍ଥିକ କ୍ଷତି ବି ସହିବାକୁ ପଡିବ । ବିନା ପାନ୍ କାର୍ଡରେ ଆପଣ ଇନକମ୍ ଟ୍ୟାକ୍ସ ଭରି ପାରିବେ ନାହିଁ ।
କେମିତି କରିବେ ପାନ୍ ଆଧାର ଲିଙ୍କ୍
କେଇ ମିନିଟ ଭିତରେ ଆପଣ ସହଜରେ ଆପଣଙ୍କ ପାନକାର୍ଡକୁ ଆଧାର ସହ ଲିଙ୍କ କରିପାରିବେ । ଏଥିପାଇଁ ଅନଲାଇନ ଅପ୍ସନ ଅଛି ଯେଉଁଠି କିଛି ଷ୍ଟେପ ଫଲୋ କରି ଆପଣ ଏହା କରିପାରିବେ ।
-ଅନଲାଇନରେ ପାନକାର୍ଡ ସହ ଆଧାର ଲିଙ୍କ ପାଇଁ ପ୍ରଥମେ ଆପଣଙ୍କୁ ଇନକମ ଟ୍ୟାକ୍ସର ଇ-ଫିଲିଙ୍ଗ ୱେବସାଇଟକୁ ଯିବାକୁ ହେବ ।
-ଫର୍ମରେ ନିଜର ଆଧାର ଓ ପ୍ୟାନ ନମ୍ବର ଦେବାକୁ ହେବ
-ପରେ ଆପଣଙ୍କ ନାଁ ପୂରଣ କରିବେ, ଯାହା ଆଧାରକାର୍ଡରେ ଉଲ୍ଲେଖ ଥିବ ।
-ଆପଣଙ୍କ ଆଧାରକାର୍ଡରେ ଯଦି କେବଳ ଜନ୍ମବର୍ଷ ଉଲ୍ଲେଖ ଥିବ ତେବେ ଆପଣ 'ଆଇ ହାଭ ଓନଲି ଇୟର ଅଫ ବାର୍ଥ ଇନ ଆଧାର କାର୍ଡ' କୁ ସିଲେକ୍ଟ କରିବେ ।
-ଏହାପରେ ଭେରିଫାଇ ପାଇଁ ଫଟୋରେ ଦିଆଯାଇଥିବା କ୍ୟାପଚାକୁ ପୂରଣ କରିବେ ଆଉ ଲିଙ୍କ ଆଧାର ଉପରେ କ୍ଲିକ କରିବେ ।
-ଶେଷରେ ଆପଣଙ୍କ ଫୋନକୁ ମେସେଜ ଆସିବ ଯେ ଆପଣଙ୍କ ପାନକାର୍ଡ ଆଧାରକାର୍ଡ ସଫଳତାପୂର୍ଣ୍ଣ ଲିଙ୍କ ହୋଇଯାଇଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications