ଆଜି ହେଉଛି ଶିଶୁ ଦିବସ: ସାରା ଦେଶରେ ପାଳନ ହେଉଛି ପିଲାଙ୍କ ପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ
ଭୁବନେଶ୍ବର: ଆଜି ହେଉଛି ଶିଶୁ ଦିବସ । ଆଜି ସାରା ଦେଶରେ ଶିଶୁ ଦିବସ ବଡ ଧୁମଧାମରେ ପାଳନ ହେଉଛି। ଆଜି ଶିଶୁ ଦିବସ ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଆଜି ଶିଶୁ ଦିବସର ଶୁଭେଚ୍ଛା ଜଣାଇଛନ୍ତି।

ଆଜିର ଶିଶୁ ହେଉଛନ୍ତି ଆସନ୍ତା କାଲିର ନାଗରିକ। ଦେଶର ଭବିଷତ ହେଉଛନ୍ତି ଆଜିର ଛୋଟ ଶିଶୁ। ଆମ ଦେଶରେ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ଭାବରେ ପାଳନ କରାଯାଏ। କାରଣ ଶିଶୁମାନଙ୍କୁ ଭଲ ପାଉଥିବା ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଆଜି ଜନ୍ମ ଦିନ।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ। ସେ ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିବାରୁ ତାଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଶିଶୁ ଦିବସ ଭାବେ ପାଳନ କରାଯାଉଛି।ନେହରୁଙ୍କ ଜନ୍ମ 1889 ମସିହା ନଭେମ୍ବର ୧୪ ତାରିଖରେ ଉତ୍ତରପ୍ରଦେଶର ପ୍ରୟାଗରାଜ (ଆଲ୍ଲାବାଦ)ରେ ହୋଇଥିଲା । ନେହେରୁଙ୍କ ଛୋଟ ପିଲାଙ୍କ ପ୍ରତି ବହୁତ ଭଲପାଇବା, ସ୍ନେହ ଓ ଶ୍ରଦ୍ଧା ଥିଲା, ଯେଉଁଥିପାଇଁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରାଯାଏ ।ନେହେରୁଙ୍କୁ ସମସ୍ତେ ଶ୍ରଦ୍ଧାରେ ଚାଚା ନେହେରୁ ଓ ଚାଚାଜୀ ବୋଲି ସମ୍ବୋଧନ କରୁଥିଲେ । ଦେଶର କୋଣଅନୁକୋଣରେ ପଲ୍ଲୀଠୁ ଦିଲ୍ଲୀ ସବୁଠି ଶିଶୁଦିବସକୁ ଆନନ୍ଦର ସହ ପାଳନ କରାଯାଉଛି ।
ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାର ଦେଶ ପାଳୁଛି ଏହି ଏହି ମହାନ ଦିବସ । ଆଜିର ଶିଶୁ ଆସନ୍ତାକାଲିର ନାଗରିକ । ଦେଶ ନିର୍ମାଣରେ ଶିଶୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି । ଏହି କଥାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଥିଲେ ନେହେରୁ । ଛୋଟ ପିଲାଙ୍କୁ ଆଦରକରୁଥିବା, ସ୍ନେହ କରୁଥିବା ମହାନ ବ୍ୟକ୍ତି ହେଉଛନ୍ତି ଚାଚା ନେହେରୁ । ଫୁଲ ଭଳି ଛୋଟ ପିଲାଙ୍କ ସ୍ନେହ କରୁଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ । ପ୍ରତି ମୁହୁ ର୍ତ୍ତରେ ତାଙ୍କ କଥା ଚିନ୍ତା କରୁଥିଲେ । ଦେଶର ଗୌରବ, ଦେଶ ନିର୍ମାଣରେ ତାଙ୍କ ଭୂମିକା ଓ ଅଙ୍ଗୀକାରବଦ୍ଧତାକୁ ବୁଝିଥିଲେ ସିଏ । ସେ ସୁନ୍ଦର, ନିଷ୍କପଟ, ସରଳ ଓ ନିଷ୍ପାପ । ଶିଶୁ ହେଉଛି ଇଶ୍ୱରଙ୍କ ପ୍ରତିରୂପ ।












Click it and Unblock the Notifications