ଆଜି ୭୫ ତମ 'ସେନା ଦିବସ', ପ୍ରଥମ ଥର ଦିଲ୍ଲୀ ବାହାରେ ପାଳନ ହେଲା 'ଆର୍ମି ଡେ'
ଆଜି ୭୫ ତମ 'ସେନା ଦିବସ', ପ୍ରଥମ ଥର ଦିଲ୍ଲୀ ବାହାରେ ପାଳନ ହେଲା 'ଆର୍ମି ଡେ' । ୭୫ତମ 'ସେନା ଦିବସ' ପ୍ରଥମ ଥର ନୂଆଦିଲ୍ଲୀ ବଦଳରେ ବେଙ୍ଗାଲୁରୁରେ ପାଳନ କରାଯାଉଛି । ୧୯୪୯ରେ ପ୍ରଥମ ଥର 'ଆର୍ମି ଡେ' ଦିଲ୍ଲୀରେ ପାଳନ କରାଯାଇଥିଲା ।
ନୂଆଦିଲ୍ଲୀ: ଆଜି ଜାନୁଆରୀ ୧୫ରେ ଦେଶ ୭୫ତମ 'ସେନା ଦିବସ' ପାଳନ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ବୀର ଯବାନ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି ଯେ, 'ସେନା ଦିବସରେ ମୁଁ ସମସ୍ତ ଯବାନ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ପ୍ରତ୍ୟେକ ଭାରତୀୟ ଆମ ଯବାନଙ୍କ ପାଇଁ ଗର୍ବିତ ଏବଂ ଆମର ଯବାନମାନଙ୍କ ପାଇଁ ସର୍ବଦା କୃତଜ୍ଞ ରହିବେ । ସେମାନେ ସର୍ବଦା ଆମ ଦେଶକୁ ସୁରକ୍ଷିତ ରଖିଛନ୍ତି । ସଙ୍କଟ ସମୟରେ ତାଙ୍କର ସେବାକୁ ସାରା ଦେଶ ପ୍ରଶଂସା କରିଛି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସେନା କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, "ସେନା ଦିବସରେ ସମସ୍ତ ଭାରତୀୟ ସେନା କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ। ଦେଶ ସେମାନଙ୍କର ଅଦମ୍ୟ ସାହସ, ବୀରତ୍ୱ, ବଳିଦାନ ଏବଂ ସେବାକୁ ନମନ କରୁଛି । ଦେଶକୁ ସୁରକ୍ଷିତ ରଖିବା ପାଇଁ ଭାରତୀୟ ସେନାର ଉଦ୍ୟମକୁ ନେଇ ଆମେ ଗର୍ବିତ' । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।
ତେବେ ୭୫ତମ 'ସେନା ଦିବସ' ପ୍ରଥମ ଥର ନୂଆଦିଲ୍ଲୀ ବଦଳରେ ବେଙ୍ଗାଲୁରୁରେ ପାଳନ କରାଯାଉଛି । ୧୯୪୯ରେ ପ୍ରଥମ ଥର 'ଆର୍ମି ଡେ' ଦିଲ୍ଲୀରେ ପାଳନ କରାଯାଇଥିଲା । ହେଲେ ଚଳିତ ବର୍ଷ ପ୍ରଥମ ଥର ବେଙ୍ଗାଲୁରୁର ଗୋବିନ୍ଦାସ୍ୱାମୀ ଡ୍ରିଲ୍ ଗ୍ରାଉଣ୍ତରେ ଭାରତୀୟ ସେନା ଦିବସ ପାଳିତ ହୋଇଛି । ଏହି ଅବସରରେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ତେ କହିଛନ୍ତି, ଭାରତର ସୀମାବର୍ତ୍ତୀ ଅଞ୍ଚଳରେ ଭିତିଭୂମି ସୁଦୃଢ ହେଉଛି । ଭାରତୀୟ ସେନାର ଦୃଢ ପ୍ରତିରକ୍ଷା ଆଭିମୁଖ୍ୟ ଜାରି ରହିଛି । ଯେ କୌଣସି ପିରିସ୍ଥିତିର ମୁକାବିଲା କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ ।
୧୫ ଜାନୁଆରୀରେ ସେନା ଦିବସ ପାଳନ କରାଯାଏ କାରଣ ଏହି ଦିନ ୧୯୪୯ ରେ ଭାରତୀୟ ସେନା ବ୍ରିଟିଶ ସୈନ୍ୟବାହିନୀରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଥିଲା । ଏହା ପରେ, ପ୍ରଥମ ଥର ପାଇଁ ଲେଫ୍ଟନାଣ୍ଟ ଜେନେରାଲ୍ କେ.ଏମ୍ କରିଆପ୍ପା ପ୍ରଥମ ଭାରତୀୟ ଭାବରେ କମାଣ୍ଡର-ଇନ୍-ଚିଫ୍ ହୋଇଥିଲେ । ସ୍ୱାଧୀନ ଭାରତର ପ୍ରଥମ ସେନା ମୁଖ୍ୟ ଥିଲେ କରିଆପ୍ପା । କେଏମ୍ କରିଆପ୍ପା "କିପର" ଭାବରେ ମଧ୍ୟ ଜଣାଶୁଣା ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications