International Women's Day: ନାରୀ ତୁମେ ଅନନ୍ୟା, ମହିଳାଙ୍କ ତ୍ୟାଗ ଓ ସ୍ୱୀକୃତିକୁ ସମ୍ମାନ ପାଇଁ ଦିନଟିଏ
International Women's Day: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ମହିଳାମାନଙ୍କର ସଂଘର୍ଷ, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ରାଜନୈତିକ ଉପଲବ୍ଧିକୁ ପାଳନ କରିବା ଏବଂ ତାଙ୍କ ଅଧିକାର, ସଫଳତାକୁ ଆଲୋକପାତ କରିବା ପାଇଁ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ସମାଜରୁ ଲିଙ୍ଗଗତ ଭେଦଭାବ ଦୂର ଲାଗି ମଧ୍ୟ ଏହା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥାଏ ।
ମହିଳା ଦିବସ ପ୍ରଥମେ ଆମେରିକାରେ ୨୮ ଫେବୃଆରୀ ୧୯୦୯ରେ ପାଳନ କରାଯାଉଥିଲା । ଉକ୍ତ ସମୟରେ ଏଦି ଦିବସ କେବଳ ଆମେରିକାରେ ହିଁ ସୀମିତ ଥିଲା । ଅନ୍ତର୍ଜାତୀୟ ମହିଳା ଦିବସ ୧୯୭୫ ମସିହାରେ ଆରମ୍ଭ ହୋଇଥିଲା। ତଥାପି, ଦୁଇ ବର୍ଷ ପରେ, ୧୯୭୭ ମସିହାରେ, ଜାତିସଂଘ ସାଧାରଣ ସଭା ୮ ମାର୍ଚ୍ଚକୁ 'ମହିଳା ଅଧିକାର ଦିବସ' ଭାବରେ ଘୋଷଣା କଲା।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆମେରିକାର ସମାଜବାଦୀ ପାର୍ଟି ପ୍ରଥମ ଥର ପାଇଁ ୨୮ ଫେବୃଆରୀ ୧୯୦୯ ରେ ଏହାକୁ ପାଳନ କରିଥିଲା। ଏହା ପରେ, ମହିଳା ଦିବସ ସମ୍ପର୍କରେ ସଂଘର୍ଷ ଏବଂ ଆନ୍ଦୋଳନର ଏକ ଲମ୍ବା ପ୍ରକ୍ରିୟା ଚାଲିଲା, ଯେଉଁଥିରେ ମହିଳାମାନେ ସେମାନଙ୍କର ଅଧିକାରର ସୁରକ୍ଷା ପାଇଁ ସ୍ୱର ଉଠାଇଲେ। କେବଳ ଏତିକି ନୁହେଁ, ୧୯୦୮ ମସିହାରେ ପ୍ରାୟ ୧୫ ହଜାର ମହିଳା କମ କାର୍ଯ୍ୟ ଘଣ୍ଟା, ଉତ୍ତମ ମଜୁରୀ ଏବଂ ଭୋଟଦାନ ଅଧିକାର ପାଇଁ ଶୋଭାଯାତ୍ରା କରିଥିଲେ।
୧୯୧୧ ମସିହା ମାର୍ଚ୍ଚ ୧୯ ତାରିଖରେ ଅଷ୍ଟ୍ରିଆ, ଡେନମାର୍କ, ଜର୍ମାନୀ ଏବଂ ସ୍ୱିଜରଲ୍ୟାଣ୍ଡରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା। କିନ୍ତୁ, ୮ ମାର୍ଚ୍ଚ ୧୯୭୧ରେ ରୁଷୀୟ ମହିଳାମାନଙ୍କ ଧର୍ମଘଟ ପରେ, ମହିଳା ଦିବସର ତାରିଖକୁ ୮ ମାର୍ଚ୍ଚକୁ ପରିବର୍ତ୍ତନ କରାଯାଇଥିଲା। ସେବେଠାରୁ, ମାର୍ଚ୍ଚ 8 ତାରିଖକୁ ବିଶ୍ୱସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ଭାବରେ ପାଳନ କରାଗଲା।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications