ଜାଣନ୍ତୁ ଆଜି ଦେଶରେ କେତେ ରହିଛି ସୁନା ଦର
Today Gold Price In India: ଭାରତରେ ସୁନା ମୂଲ୍ୟରେ ପ୍ରତ୍ୟେକ ଦିନ ପରିବର୍ତ୍ତନ ଦେଖିବା ପାଇଁ ମିଳିଥାଏ । ତେବେ ଉଭୟ ନିବେଶକ ଏବଂ ଗ୍ରାହକମାନେ ଉଭୟ ସୁନା ଏବଂ ରୂପା ଦର ଜାଣିବା ପାଇଁ ଚାହାଁନ୍ତି । ଭାରତରେ ସୁନାକୁ କେବଳ ଅଳଙ୍କାର ଭାବରେ ନୁହେଁ ବରଂ ଏକ ସୁରକ୍ଷିତ ନିବେଶ ଭାବରେ ମଧ୍ୟ ଦେଖାଯାଏ। ବିଶେଷକରି ବିବାହ ଋତୁରେ, ସମସ୍ତଙ୍କ ନଜର ସୁନା ମୂଲ୍ୟ ଉପରେ ରହିଥାଏ।
ଆଜି ସୁନା ମୂଲ୍ୟରେ ପରିବର୍ତ୍ତନ ଆସିଛି। ବିଭିନ୍ନ ସହରରେ 24 କ୍ୟାରେଟ୍ ଏବଂ 22 କ୍ୟାରେଟ୍ ସୁନାର ମୂଲ୍ୟ ଭିନ୍ନ ଭିନ୍ନ ରହିଛି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ କୋଲକାତା ଭଳି ପ୍ରମୁଖ ସହରରେ ସୁନା ଦର ଅନ୍ତର୍ଜାତୀୟ ବଜାର ଏବଂ ସ୍ଥାନୀୟ ଟିକସ ଉପରେ ନିର୍ଭର କରେ। ଆଜି ଭାରତରେ 22 କ୍ୟାରେଟ୍ ସୁନାର ପ୍ରତି ଗ୍ରାମ ସୁନା ମୂଲ୍ୟ 7,450 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ଗ୍ରାମ 8,123 ଟଙ୍କା ରହିଛି। ଆଜି ଭାରତରେ ରୂପା ମୂଲ୍ୟ ପ୍ରତି ଗ୍ରାମ 96.50 ଟଙ୍କା ଏବଂ କିଲୋଗ୍ରାମ 96,500 ଟଙ୍କା ରହିଛି ।

ସେହିପରି ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନାର ଦର 10 ଗ୍ରାମ ରେଟ୍ 74,510 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ଦର 81,230 ଟଙ୍କା ରହିଛି । କୋଲକତାରେ 22 କ୍ୟାରେଟ୍ ସୁନାର ଦର 10 ଗ୍ରାମ ରେଟ୍ 74,510 ଟଙ୍କା ଏବଂ 24 କ୍ୟାରେଟ୍ ସୁନାର ଦର 81,240 ଟଙ୍କା ରହିଛି । ମୁମ୍ବାଇରେ 22 କ୍ୟାରେଟ୍ ସୁନାର ଦର 10 ଗ୍ରାମକୁ 74,510 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ଦର 81,240 ଟଙ୍କା ରହିଛି ।












Click it and Unblock the Notifications