ବିଶ୍ୱକପ କ୍ରିକେଟ୍: ଆଜି ଭାରତ-ଦକ୍ଷିଣ ଆଫ୍ରିକା ଲଢେଇ
World Cup 2023: ଆଜି ବିଶ୍ୱକପ୍ରେ ଏକ ବଡ଼ ମ୍ୟାଚ୍ ହେବାକୁ ଯାଉଛି। ସମସ୍ତଙ୍କ ନଜର ଭାରତ ଏବଂ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଉପରେ ରହିବ । ଏହି ମ୍ୟାଚ୍ ଏକ ଭର୍ଚୁଆଲ୍ ସେମିଫାଇନାଲ୍ ଭାବରେ ବିବେଚନା କରାଯାଉଛି । ବିଶ୍ୱକପରେ ଉଭୟ ଦଳର ପ୍ରଦର୍ଶନ ଖୁବ୍ ଭଲ ରହିଛି । ଆଶା କରାଯାଉଛି ଆଜିର ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ହେବ । ଭାରତୀୟ ଦଳ ବିଷୟରେ କହିବାକୁ ଗଲେ ଦଳ ଜବରଦସ୍ତ ଫର୍ମରେ ରହିଛି ।
ତେବେ ବିଶ୍ୱକପ୍ ଇତିହାସରେ ଜି ୫ ଥର ପାଇଁ ମୁହାଁମୁହିଁ ହୋଇଛି ଦୁଇ ଦେଶ । ଯେହା ମଧ୍ୟରୁ ଭାରତ ୨ଟି ମ୍ୟାଚରେ ବିଜୟ ଲାଭ କରିଥିବାବେଳେ ଦକ୍ଷିଣ ଆଫ୍ରିକା ୩ ମ୍ୟାଚରେ ବିଜୟ ଲାଭ କରିଛି । ସେହିପରି ଇଣ୍ତିଆ-ସାଉଥ୍ ଆଫ୍ରିକା ମଧ୍ୟ ମୋଟ୍ ୯୦ଟି ଦିନିକିଆ ମ୍ୟାଚ୍ ଖେଳାଯାଇଛି ଯାହା ମଧ୍ୟ ଦକ୍ଷିଣ ଆଫ୍ରିକା ୫୦ ଓ ଭାରତ ୩୭ଟିରେ ବିଜୟୀ ହୋଇଛି । ଏବେ ଦେଖିବା ବାରି ରହିଲା ଆଜି କାହା ଉପରେ କିଏ ରହୁଛି ଭାରି । ତେବେ ବିଶ୍ୱକପରେ ୭ଟି ମ୍ୟାଚ୍ ଖେଳି ୭ଟି ମ୍ୟାଚ୍ ଜିତି ଭାରତ ଟେବୁଲ ଶୀର୍ଷରେ ରହିବା ସହ ସେମିଫାଇନାଲରେ ପହଞ୍ଚିଛି । ଏଥର ବୋଲିଂ ଏବଂ ବ୍ୟାଟିଂ ଉଭୟ ଶକ୍ତିଶାଳୀ ରହିଛି ।

ହେଲେ ଦଳ ପାଇଁ ଏକ ଖରାପ ଖବର ହେଉଛି ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱକପରୁ ବାଦ ପଡିଛନ୍ତି। ତାଙ୍କ ସ୍ଥାନରେ ପ୍ରସାଦ କୃଷ୍ଣଙ୍କୁ ଦଳରେ ସ୍ଥାନ ଦିଆଯାଇଛି। ଆହତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ବାହାରେ ରହିବା ପରେ ମହମ୍ମଦ ଶାମି ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳ ସନ୍ତୁଳନ କରିବା ପାଇଁ ସ୍ଥାନ ଦିଆଯାଇଥିଲା ।
ସୂଚନାଥାଉ ଯେ, ଆଜି ଦିନ ୨ଟାରୁ ଇଡେନ୍ ଗାର୍ଡେନରେ ଆଜି ସୁପର ମୁକାବିଲା ହେବ । ଭଭୟ ଦଳ ସେମିଫାଇନଲରେ ପ୍ରବେଶ କରିସାରିଛି । ଦକ୍ଷିଣ ଆଫ୍ରିକା ୭ଟି ମ୍ୟାଚରୁ ଦଳ ୬ଟି ମ୍ୟାଚ୍ ଜିତି ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଆଜି କିଙ୍ଗ କୋହଲିଙ୍କର ଜନ୍ମଦିନ, ଯେଉଁଥି ପାଇଁ ଆଜି ତାଙ୍କ ଉପରେ ରହିବ ସମସ୍ତଙ୍କ ନଜର । ଶତକ କଲେ ସଚିନଙ୍କ ୪୯ଟି ଦିନିକିଆ ଶତକ ରେକର୍ଜର ହେବ ସମକକ୍ଷ ।












Click it and Unblock the Notifications