ଆଜି ଆରବସାଗରରେ ଉଭୟ ଭାରତ ଓ ପାକିସ୍ତାନର ସମରାଭ୍ୟାସ
ଆଜି ଆରବସାଗରରେ ଉଭୟ ଭାରତ ଓ ପାକିସ୍ତାନର ସମରାଭ୍ୟାସ । ଉଭୟ ଦେଶର ନୌସେନା ପକ୍ଷରୁ ସମରାଭ୍ୟାସ ନେଇ ସୂଚନା।
ଆଜି ଓ ଆସନ୍ତାକାଲି ଭାରତୀୟ ନୌସେନା କରିବ ସମରାଭ୍ୟାସ । ପାକିସ୍ତାନ ପକ୍ଷରୁ ମଧ୍ୟ ନିଜ ସୀମାରେ ଅଭ୍ୟାସ ନେଇ NOTAM ଜାରି । ଅପରେସନ ସିନ୍ଦୂର' ପରେ ଦୁଇ ଦେଶର ପ୍ରଥମ ସମରାଭ୍ୟାସ

ପୁଣି ଥରେ ମୁହାଁମୁହିଁ ହେବେ ଭାରତ ପାକିସ୍ତାନ। ଆରବ ସାଗରରେ ଶକ୍ତି ପ୍ରଦର୍ଶନ କରିବେ ଦୁଇ ଦେଶ। ଆଜିଠୁ ଦୁଇ ନୌସେନାର ସମରାଭ୍ୟାସ। ଆଜି ଏବଂ ଆସନ୍ତାକାଲି ନାଭାଲ ଡ୍ରିଲ। ନିଜ ନିଜର ଜଳ ସୀମାରେ ରାହି ସମରାଭ୍ୟାସ କରିବେ ଦୁଇ ଦେଶର ନୌସେନା ।
ସମରାଭ୍ୟାସ ପୂର୍ବରୁ ନୋଟାମ ଜାରି କରିଛି ପାକିସ୍ତାନ। ପୂର୍ବରୁ ପହଲଗାମ ଆକ୍ରମଣ ପରେ ଶକ୍ତି ପ୍ରଦର୍ଶନ କରିଥିଲେ ଦୁଇ ନୌସେନା । ଆରବ ସାଗରରେ କରିଥିଲେ ସମରାଭ୍ୟାସ। ଏପ୍ରିଲ ୩୦ରୁ ମେ ୩ ତାରିଖ ପର୍ଯ୍ୟନ୍ତ ଆରବ ସାଗରରେ ନାଭାଲ ଡ୍ରିଲ ହୋଇଥିଲା ।
ଆଜିଠୁ ପୁଣି ଥରେ ଦୁଇ ଦିନ ଧରି ଶକ୍ତି ପ୍ରଦର୍ଶନ କରିବେ। ଅପରେସନ ସିନ୍ଦୂର ବେଳେ ଭାରତୀୟ ନୌସେନା ପାକିସ୍ତାନ ଉପରେ ବଡ଼ ହମଲା ପାଇଁ ପ୍ରସ୍ତୁତି କରିଥିଲା। କିନ୍ତୁ ତା ପୂର୍ବରୁ ପାକିସ୍ତାନ ଯୁଦ୍ଧବିରତି ପାଇଁ ପ୍ରସ୍ତାବ ଦେଇଥିଲା ।












Click it and Unblock the Notifications