'୨୦୪୭ ବିକଶିତ ଭାରତ ସ୍ୱପ୍ନ ସାକାର କରିବା ପାଇଁ ଗ୍ରାମାଞ୍ଚଳରେ ବିକାଶମୂଳକ କାର୍ଯ୍ୟକୁ ପ୍ରାଧାନ୍ୟ ଦିଆଯିବ'
୨୦୪୭ ବିକଶିତ ଭାରତ ସ୍ୱପ୍ନ ସାକାର କରିବା ପାଇଁ ଗ୍ରାମାଞ୍ଚଳରେ ବିକାଶମୂଳକ କାର୍ଯ୍ୟକୁ ପ୍ରାଧାନ୍ୟ ଦିଆଯିବ ବୋଲି କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି । ଦୂରଦର୍ଶନ ସମ୍ବାଦ ବିଭାଗ ସହ ଏକ ସାକ୍ଷାତକାରରେ ଶ୍ରୀ ଚୌହାନ କହିଛନ୍ତି, ଏହି ଯୋଜନା ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ୧୨୫ଦିନର ନିଶ୍ଚିତ ନିଯୁକ୍ତି ସୁଯୋଗ ପ୍ରଦାନ କରିବେ । ନୂତନ ଭାବରେ ପ୍ରଣୀତ ବିଭି-ଜିରାମଜି ଆଇନ ଅଧୀନରେ ଆବେଦନର ୧୫ ଦିନ ମଧ୍ୟରେ କାମ ଯୋଗାଯିବା ବାଧ୍ୟତାମୂଳକ ନଚେତ ବେକାରୀ ଭତ୍ତା ପ୍ରଦାନ କରାଯିବ।

ଶ୍ରୀ ଚୌହାନ କହିଛନ୍ତି ଏହି ଆଇନ ଅଧୀନରେ ମଜୁରୀ, ସାମଗ୍ରୀ ଏବଂ ପ୍ରଶାସନିକ ଖର୍ଚ୍ଚ ବାବଦରେ ମୋଟ୍ ୧ଲକ୍ଷ ୫୧ ହଜାର କୋଟିରୁ ଅଧିକ ଟଙ୍କା ମଂଜୁର କରାଯାଇଥିବା ବେଳେ କେନ୍ଦ୍ରୀୟ ଅଂଶ ବାବଦରେ ସେଥିରୁ ୯୫ ହଜାର କୋଟିରୁ ଅଧିକ ଟଙ୍କା ରହିଛି ।












Click it and Unblock the Notifications