ଏଭଳି ମନ୍ତବ୍ୟ ଦେଇ ବିବାଦରେ ରାଜ୍ୟପାଳ, କଲେଜ ପିଲାକୁ କହିଲେ.....
ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍ଗୁଡ଼ିକୁ ମଞ୍ଜୁରୀ ନ ଦେଇ ଦୀର୍ଘଦିନ ପକାଇରଖିବା ଘଟଣାରେ ଗତ ୮ ତାରିଖରେ ସୁପ୍ରିମକୋର୍ଟରୁ ଭର୍ତ୍ସିତ ହୋଇଥିବା ତାମିଲନାଡୁ ରାଜ୍ୟପାଳ ଆର୍.ଏନ୍. ରବି ପୁଣିଥରେ ବିବାଦ ଘେରକୁ ଆସିଛନ୍ତି। ମଦୁରାଇର ଏକ ଇଞ୍ଜିନିୟରିଂ କଲେଜ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ବେଳେ ରାଜ୍ୟପାଳ ଛାତ୍ରୀଛାତ୍ରଙ୍କୁ ଜୟ ଶ୍ରୀରାମ ସ୍ଲୋଗାନ ଦେବାକୁ କହିଥିଲେ।
କମ୍ବ ରାମାୟଣମ୍ ଲେଖିଥିବା ପୁରାତନ କବିଙ୍କୁ ସମ୍ମାନ ଦେବାକୁ ଯାଇ ଛାତ୍ରୀଛାତ୍ର ଜୟ ଶ୍ରୀରାମ ଜପ କରିବାକୁ କହୁଥିତ୍ବା ସମୟର ଭିଡିଓ ଭାଇରାଲ ହୋଇଛି। ଏହା ଶ୍ରୀରାମଙ୍କ ମହାନ ଭକ୍ତଙ୍କ ପାଇଁ ଏକପ୍ରକାର ଶ୍ରଦ୍ଧାଞ୍ଜଳି ହେବ। ଆମେ ସମସ୍ତେ ଜୟ ଶ୍ରୀରାମ କହିବା ବୋଲି ରବି ଶନିବାର କଲେଜ ପିଲାମାନଙ୍କୁ କହିଥିଲେ। ତାଙ୍କର ଏଭଳି କାର୍ଯ୍ୟକୁ ଶାସକ ଦଳ ଡିଏମ୍କେ ସମାଲୋଚନା କରିବା ସହ ତାଙ୍କୁ ଆର୍ଏସ୍ଏସ୍ର ମୁଖପାତ୍ର ବୋଲି କହିଛି।

ଏହା ଦେଶର ଧର୍ମନିରପେକ୍ଷତା ମୂଲ୍ୟବୋଧର ବିରୁଦ୍ଧାଚରଣ କରୁଛି। କାହିଁକି ରାଜ୍ୟପାଳ ବାରମ୍ବାର ସମ୍ବିଧାନର ଉଲ୍ଲଂଘନ କରିବାକୁ ଚାହୁଁଛନ୍ତି ବୋଲି ଡିଏମ୍କେ ମୁଖପାତ୍ର ଧରଣୀଧରନ୍ ପ୍ରଶ୍ନ କରିଛନ୍ତି। ଜୟ ଶ୍ରୀରାମ ସ୍ଲୋଗାନ ପାଇଁ ରାଜ୍ୟପାଳଙ୍କୁ କଂଗ୍ରେସ ବିଧାୟକ ଆସାନ ମୌଲାନା ନିନ୍ଦା କରିଛନ୍ତି। ସେ ଧାର୍ମିକ ବିଚାରଧାରାର ପ୍ରଚାର କରୁଥିବା ଜଣେ ଧର୍ମଗୁରୁ ଭଳି ଭାଷଣ ଦେଉଥିବା ମୌଲାନା କହିଛନ୍ତି।
-
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ !












Click it and Unblock the Notifications