ତାମିଲନାଡୁ ବିଜେପି ସଭାପତି ପଦରୁ ଇସ୍ତଫା ଦେଲେ ଆନ୍ନାମଲାଇ

ତାମିଲନାଡୁ ବିଜେପି ସଭାପତି ପଦରୁ ଇସ୍ତଫା ଦେଲେ ଆନ୍ନାମଲାଇ। ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ଆନ୍ନାମଲାଇ । ଆଗାମୀ ରାଜ୍ୟ ସଭାପତି ଦୌଡ଼ରେ ନଥିବା କହିଲେ ଆନ୍ନାମଲାଇ ।

TN BJP chief Annamalai stepping down may change the math for next two elections

ତାମିଲନାଡୁରେ ବିଜେପିର ଅସ୍ଥିତ୍ୱ ବଜାୟୀ ରଖିବା ପାଇଁ ଆଇପିଏସ ଅଫିସରରୁ ରାଜନେତା ବନିଥିବା କେ ଆନ୍ନାମଲାଇ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି। ୨୦୨୩ରେ ଆନ୍ନାମଲାଇ ସିଧାସଳଖ ବିଜେପି ନେତୃବୃନ୍ଦଙ୍କୁ ଧମକ ଦେଇଥିଲେ। ଯଦି ବିଜେପି ୨୦୨୪ ସାଧାରଣ ନିର୍ବାଚନରେ ଏଆଇଏଡିଏମକେ ସହ ମେଣ୍ଟ କରିବ, ତା'ହେଲେ ସେ ଦଳ ଛାଡ଼ି ଦେବେ। ଆନ୍ନାମଲାଇ ସବୁବେଳେ ଏକାକୀ ଲଢ଼ିବାକୁ ପସନ୍ଦ କରନ୍ତି।

ସେ କୌଣସି ଦଳ ସହ ମେଣ୍ଟ କରିବା ସପକ୍ଷରେ ମତ ରଖନ୍ତି ନାହିଁ। କିନ୍ତୁ ଏବେ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଏଆଇଏଡିଏମକେ ସହ ମେଣ୍ଟ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ୨୦୨୩ରେ ଯେଉଁ ଆନ୍ନାମଲାଇ ମେଣ୍ଟ ବିପକ୍ଷରେ ମତ ରଖିଥିଲେ ଏବେ ସେ ନିଜର ସ୍ୱରକୁ ସାମନ୍ୟ କରି ଦେଇଥିବା କୁହାଯାଉଛି। କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଚାପରେ ସେ ମେଣ୍ଟ ବିରୋଧରେ ମତ ରଖିବାକୁ ସକ୍ଷମ ହେଉ ନାହାନ୍ତି। କିନ୍ତୁ ମେଣ୍ଟ ହେବା ପରେ ସେ ବିଜେପିର ତାମିଲନାଡୁ ମୁଖ୍ୟ ପଦରୁ ଇସ୍ତଫା ଦେବେ ବୋଲି କୁହାଯାଉଥିଲା ।

୨୦୨୩ର କଥା। ଆନ୍ନାମଲାଇ ସିଧାସଳଖ ଏଆଇଏଡିଏମକେର ଆଇକନ ଜେ ଜୟଲଳିତା ଓ ସିଏନ ଆନ୍ନାଦୁରାଇକୁ ତୀବ୍ର ସମାଲୋଚନା କରିଥିଲେ। ସେ ଏଆଇଏଡିଏମକେ ସହ ମେଣ୍ଟ କରିବାକୁ ମନା କରି ଦେଇଥିଲେ। ଆନ୍ନାମଲାଇଙ୍କ ଜିଦ ଯୋଗୁ ବିଜେପି ଓ ଏଆଇଏଡିଏମକେ ୨୦୨୪ ସାଧାରଣ ନିର୍ବାଚନରେ ଅଲଗା ଅଲଗା ଲଢ଼ିଥିଲେ। ଅବଶ୍ୟ ସାଧାରଣ ନିର୍ବାଚନରେ ଉଭୟ ଦଳ ଲଜ୍ଜାଜନ ପରାଜୟବରଣ କରିଥିଲେ। ବିଜେପି ତାମିଲନାଡୁରେ ଗୋଟିଏ ହେଲେ ଲୋକସଭା ଆସନ ଜିତି ପାରି ନଥିଲା। କିନ୍ତୁ ଆନ୍ନାମଲାଇଙ୍କ ନେତୃତ୍ୱରେ ତାମିଲନାଡୁରେ ବିଜେପିର ଭୋଟ ଭାଗ ପୂର୍ବାପେକ୍ଷା ବଢ଼ିଥିଲା। ସେହିପରି ଆଇପିଏସରୁ ରାଜନେତା ବନିଥିବା ଆନ୍ନାମଲାଇ ରାଜ୍ୟରେ ଗୋଟିଏ ପରେ ଗୋଟିଏ ପ୍ରସଙ୍ଗ ଉଠାଇ ବିଜେପିକୁ ସବୁବେଳେ ଚର୍ଚ୍ଚାରେ ରଖି ଆସିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+