Get Updates
Get notified of breaking news, exclusive insights, and must-see stories!

କିରେନ ରିଜିଜୁଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିଲେ ଏହି ସାଂସଦ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ହୋହଲ୍ଲା ଥମିବାର ନାଁ ଧରୁନାହିଁ । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ନୋଟିସ୍‌ ଆସିବା ପରେ ଏବେ କିରେନ ରିଜିଜୁଙ୍କ ବିରୋଧର ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି ଟିଏମସି ସାଂସଦ ସାଗରିକା ଘୋଷ । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ନିଜ କର୍ତ୍ତବ୍ୟ ନିର୍ବାହ କରିବାରେ ବିଫଳ ହୋଇଛନ୍ତି ବୋଲି ସାଗାରିକା ଘୋଷ ଅଭିଯୋଗ କରିଛନ୍ତି । ରିଜିଜୁ ସବୁ ବେଳେ ବିରୋଧୀ ସାଂସଦଙ୍କୁ ଅପମାନ କରୁଛନ୍ତି । ଗୃହରେ ବସିବାକୁ ବିରୋଧୀ ସାଂସଦ ଯୋଗ୍ୟ ନୁହଁନ୍ତି ବୋଲି କହିଥିଲେ ରିଜିଜୁ । ତେଣୁ ତାଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଛୁ ବୋଲି ଟିଏମସି ସାଂସଦ କହିଛନ୍ତି । ଏହି ପ୍ରସ୍ତାବ ଉପରେ ପ୍ରାୟ ସବୁ ବିରୋଧୀ ଦଳ ହସ୍ତାକ୍ଷର କରିଥିବା କହିଛନ୍ତି ସାଗରିକା ।

kiren rijiju

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବାରୁ କିରେନ ରିଜିଜୁ କଂଗ୍ରେସ ଏବଂ ଏହାର ଅନ୍ୟ ସହଯୋଗୀ ଦଳଙ୍କୁ ଟାର୍ଗେଟ କରିଥିଲେ । କେନ୍ଦ୍ରମନ୍ତ୍ରୀ ରିଜିଜୁ କହିଥିଲେ ଯେ, କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ରାଜ୍ୟସଭାର ଗାରିମାକୁ ହତାଦର କରିଛନ୍ତି । ବିରୋଧୀ ବାରମ୍ବାର ଉଭୟ ଗୃହର ଅଧ୍ୟକ୍ଷଙ୍କ ସମ୍ମାନ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ କରି ରାଜ୍ୟସଭାରେ ଏନଡିଏର ସଂଖ୍ୟା ଗରିଷ୍ଠତା ରହିଛି ବୋଲି କହିଥିଲେ କିରେନ ରିଜିଜୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+