ଅଭିଷେକ ବାନାର୍ଜୀଙ୍କ ବଡ଼ ମନ୍ତବ୍ୟ, କହିଲେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ.....
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଶଷକ ବାନାର୍ଜୀଙ୍କୁ ନେଇ ଚାଲିଥିବା ମିଥ୍ୟା ପ୍ରଚାରକୁ ନେଇ ମୁହଁ ଖୋଲିଛନ୍ତି ଅଭିଷେକ । ଅଭିଷେକଙ୍କ ଦଳ ପରିବର୍ତ୍ତନକୁ ନେଇ ହେଉଥିଲା ଅନେକ ଆଲୋଚନା । ଯାହାର ଚର୍ଚ୍ଚା ଗଳିଗଳି ରେ ହେଉଥିଲା । ବିଜେପିରେ ଯୋଗଦେବାକୁ ଯାଉଥିବା ନେଇ ଗୁଜବ ହେଉଥିଲା।ତେବେ ଏହି ପ୍ରସଙ୍ଗକୁ ନେଇ ସାମ୍ନାକୁ ଆସି ସ୍ପଷ୍ଟିକରଣ କରିଛନ୍ତି ଅଭିଷେକ । କହିଛନ୍ତି ମୁଁ ଟିଏମସିର ଜଣେ ବିଶ୍ବସ୍ତ ସିପାହୀ। ଯଦି ତୁମେ ମୋ ମୁଣ୍ଡ କାଟିଦିଅ, ତେବେ ମୋର କଟା ମୁଣ୍ଡ ମଧ୍ୟ ମମତା ବାନାର୍ଜୀଙ୍କ ନାମ ନେବ।
ଅଭିଷେକ ବାନାର୍ଜୀ କହିଛନ୍ତି ଯେ ଯେଉଁମାନେ କହୁଛନ୍ତି ଯେ ମୁଁ ବିଜେପିରେ ଯୋଗ ଦେଉଛି ସେମାନେ ଗୁଜବ ପ୍ରଚାର କରୁଛନ୍ତି। ମୁଁ ଗତ ବିଧାନସଭା ନିର୍ବାଚନ ସମୟରେ ଯେପରି କରିଥିଲି, ସେହିପରି ଟିଏମସିର ବିଶ୍ୱାସଘାତକମାନଙ୍କୁ ମୁଁ ପର୍ଦ୍ଦାଫାସ କରିବି। ମୁଁ ଟିଏମସିର ଜଣେ ବିଶ୍ୱସ୍ତ ସୈନିକ, ମୋର ନେତ୍ରୀ ମମତା ବାନାର୍ଜୀ ଥିଲେ ଆଉ ସବୁଦିନ ପାଇଁ ସେ ହିଁ ରହିବେ । ବାନାର୍ଜୀ କହିଥିଲେ ଯେ ଗତ ବର୍ଷ ଏହି ସମୟରେ ବିଜେପି-ସିପିଆଇ(ଏମ୍)-କଂଗ୍ରେସ ଏକ ଷଡ଼ଯନ୍ତ୍ର ରଚିଥିଲେ। କିନ୍ତୁ ଆମ ବଙ୍ଗଳାର ଲୋକମାନେ ଏହାକୁ ବିଫଳ କଲେ। ଆମେ ଦିଲ୍ଲୀର ସମର୍ଥନରେ ରହୁନାହୁଁ। ଆମେ ଗୃହ ପାଣ୍ଠି ଯୋଗାଇବା ପାଇଁ ପଦକ୍ଷେପ ନେଇଛୁ।

ନିଜ ନାଁ ରେ ହେଉଥିବା ଏହି ଗୁଜବ କୁ ମିଥ୍ୟା ବୋଲି କହି ଅଭିଷେକ ନିଜ ଦଳର କର୍ମୀ ମାନଙ୍କୁ ଆଗକୁ ବଢିବାର କିଛି ମନ୍ତ୍ର ମଧ୍ୟ ଦେଇ କହିଛନ୍ତି ଯେ ବିଜେପି ପାଖରେ ଇଡ଼ି, ସିବିଆାଇ , ଅଛି କିନ୍ତୁ ବିଜେପିର ଟିଏମସି ଭଳି ସମର୍ଥକ ନାହାନ୍ତି। ଆମେ ଭୋଟର ତାଲିକା ଦେଖିଛୁ, ଆମେ ଭୋଟର ତାଲିକା ବିଷୟରେ ଲୋକଙ୍କୁ ସଚେତନ କରୁଛୁ। ଆମକୁ ଆମର ଆସନ ବୃଦ୍ଧି କରିବାକୁ ପଡିବ। ଷଡ଼ଯନ୍ତ୍ର କରନାହିଁ, ହ୍ୱାଟସଆପ୍ ରାଜନୀତିର କୌଣସି ଲାଭ ନାହିଁ। ଆମେ ବିରୋଧୀ ଦଳକୁ ଗୋଟିଏ ଇଞ୍ଚ ମଧ୍ୟ ଜମି ଦେବୁ ନାହିଁ। ଆମେ ୨୧୫ ରୁ ଅଧିକ ଆସନ ଜିତିବୁ।












Click it and Unblock the Notifications