ପଶ୍ଚିମବଙ୍ଗରେ କ୍ଲିନ୍ ସ୍ୱିପ୍ କଲା ଟିଏମସି
କୋଲକାତା: ଲୋକସଭା ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେଇଥିବା ବିରୋଧୀ ମେଣ୍ଟ ଇଣ୍ଡିଆ ଏବେ ୭ ରାଜ୍ୟରେ ଅନୁଷ୍ଠିତ ଉପ ନିର୍ବାଚନରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛି । ୭ ରାଜ୍ୟରେ ୧୩ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହୋଇଥିବା ବେଳେ ଇଣ୍ଡିଆ ମେଣ୍ଟ ବଡ଼ ବିଜୟ ହାସଲ କରିଛି । ବିହାର, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ପଞ୍ଜାବ, ତାମିଲନାଡୁ ଏବଂ ମଧ୍ୟପ୍ରଦେଶର ୧୩ ଆସନରେ ଏହି ଉପନିର୍ବାଚନ ହୋଇଥିଲା । ଆଜି ତାହା ରେଜଲ୍ଟ ବାହାରିଛି ।
ଏହି ଉପ ନିର୍ବାଚନରେ ପଶ୍ଚିମବଙ୍ଗରେ ମମତା ସରକାର ତଥା ଟିଏମସି କ୍ଲିନ୍ ସ୍ୱିପ୍ କରିଛି । ରାଜ୍ୟର ଚାରିଟି ବିଧାନସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପ-ନିର୍ବାଚନରେ ଦଳ ବିରୋଧୀ ଦଳକୁ ପରାଜିତ କରି କ୍ଲିନ୍ ସ୍ୱିପ୍ କରିଛି । ରାଜ୍ୟର ରାଇଗଞ୍ଜ, ବାଗଡା, ରାଣାଘାଟ ଏବଂ ମାଣିକତଲା ଆଦି ଚାରୋଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଟିଏମସି ପ୍ରାର୍ଥୀମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି ।

ରାଇଗଞ୍ଜ ଆସନରୁ ଟିଏମସି ପ୍ରାର୍ଥୀ କୃଷ୍ଣ କଲ୍ୟାଣୀ ବିଜେପି ପ୍ରାର୍ଥୀ ମାନସ କୁମାର ଘୋଷଙ୍କୁ ୪୯ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ରାଇଗଞ୍ଜ ପରେ ଟିଏମସି ବାଗଡା ଏବଂ ରାଣାଘାଟ ଆସନ ଜିତିଛି । ବାଗଡା ଆସନରେ ଟିଏମସି ପ୍ରାର୍ଥୀ ମଧୁପର୍ନା ବିଜେପି ପ୍ରାର୍ଥୀ ବିନୟ କୁମାରଙ୍କୁ ୩୦ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ଏଥି ସହିତ ମାଣିକତଲା ବିଧାନସଭା ଆସନରେ ଟିଏମସି ପ୍ରାର୍ଥୀ ସୁପତି ପାଣ୍ଡେ ୬୨ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି ।












Click it and Unblock the Notifications