ରାଷ୍ଟ୍ରପତି ମୁର୍ମୁଙ୍କ ବାବଦରେ ବିବାଦୀୟ ବୟାନ
ପୁଣି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାବଦରେ ବିବାଦୀୟ ବୟାନ । ବିଜେପି ସମେତ କଂଗ୍ରେସ ମଧ୍ୟ ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଲ ଗିରିଙ୍କ ବୟାନକୁ ବିରୋଧ କରିଛି ।
କୋଲକାତା: ପୁଣି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାବଦରେ ବିବାଦୀୟ ବୟାନ । ବିଜେପି ସମେତ କଂଗ୍ରେସ ମଧ୍ୟ ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଲ ଗିରିଙ୍କ ବୟାନକୁ ବିରୋଧ କରିଛି । ଅଖିଲ ଗିରିଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ମାମଲା ରୁଜୁ ହୋଇଛି ।

ପୂର୍ବରୁ ବିଜେପି ବିବାଦୀୟ ଟିପ୍ପଣୀକୁ ନେଇ ମନ୍ତ୍ରୀ ଅଖିଲ ଗିରିଙ୍କ ବିରୋଧରେ ମାଲଦା,ହବିବପୁରରେ ମାମଲା ରୁଜୁ କରିସାରିଛି । କେବଳ ସେତିକି ନୁହେଁ କଂଗ୍ରେସ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛି ।
ନନ୍ଦିଗ୍ରାମରେ ଏକ ରାଲିକୁ ସମ୍ବୋଧନ କରିବା ବେଳେ ଟିଏମସି ନେତା ଅଖିଲ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପକୁ ନେଇ ବିବାଦୀୟ ବୟାନ ଦେଇଥିଲେ । "ସେମାନେ(ବିଜେପି) କହୁଛନ୍ତି ମୁଁ ଦେଖିବାକୁ ସୁନ୍ଦର ନୁହେଁ। ହେଲେ ଆମେ ଲୋକଙ୍କୁ ସେମାନଙ୍କ ରୂପରୁ ଚିହ୍ନଟ କରି ନଥାଉ। ଆମେ ରାଷ୍ଟ୍ରପତିଙ୍କ ଚୌକିକୁ ସମ୍ମାନ କରୁଛୁ। କିନ୍ତୁ ଆମ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି?" ଶୁକ୍ରବାର ସଂଧ୍ୟାରେ ମନ୍ତ୍ରୀ ଗିରି ଏପରି କହୁଥିବା ବେଳେର ଭିଡିଓ ସାମନାକୁ ଆସି ସନ୍ଧ୍ୟାରେ ମନ୍ତ୍ରୀ ଗିରି ଏପରି କଥା କହୁଥିବା ବେଳର ଭିଡିଓ ସାମ୍ନାକୁ ଆସିଥିଲା। ଯାହାକୁ ନେଇ ବିବାଦ ଦେଖାଦେଇଛି ।












Click it and Unblock the Notifications